Videos
|
Entertainment

Bigg Boss Fight / Bigg Boss ୨୦ରେ ହାଇଡ୍ରାମା…. ଲଭଙ୍କ ସହ ଝଗଡ଼ା ପରେ ବଡ଼ ପଦକ୍ଷେପ...ରାଗରେ ନିଜ ମୁଣ୍ଡର କେଶ କାଟିଦେଲେ Scout OP

Ritu Das
Browse all articles by Ritu Das
·1 hour ago·2 min read
Bigg Boss ୨୦ରେ ହାଇଡ୍ରାମା…. ଲଭଙ୍କ ସହ ଝଗଡ଼ା ପରେ ବଡ଼ ପଦକ୍ଷେପ...ରାଗରେ ନିଜ ମୁଣ୍ଡର କେଶ କାଟିଦେଲେ Scout OP
India

Key Points

ବିଗ୍ ବସ୍ ୨୦ରେ Young DSAଙ୍କୁ ଠେଲିବା ପରେ Scout OPଙ୍କୁ ସମ୍ପୂର୍ଣ୍ଣ ସିଜିନ୍ ପାଇଁ ନୋମିନେଟ୍ କଲେ ବିଗ୍ ବସ

ଲଭ୍ ଗିଲ୍‌ଙ୍କ ସହ ଝଗଡ଼ା ପରେ ରାଗରେ ଟ୍ରିମର୍‌ରେ ନିଜ ମୁଣ୍ଡର ସମସ୍ତ କେଶ କାଟିଦେଲେ Scout OP

ସଲମାନ ଖାନଙ୍କ ରିଆଲିଟି ଶୋ’ ‘ବିଗ୍ ବସ୍ ୨୦’ (Bigg Boss 20) ରେ ପ୍ରତିଯୋଗୀମାନଙ୍କ ମଧ୍ୟରେ ଭୟଙ୍କର ଝଗଡ଼ା ଦେଖିବାକୁ ମିଳୁଛି। ଶୋ’ର ବର୍ତ୍ତମାନର ଏପିସୋଡରେ ‘ସ୍କାଉଟ୍ ଓପି’ (Scout OP) ଏବଂ ‘ୟଙ୍ଗ ଡିଏସ୍‌ଏ’ (Young DSA) ଙ୍କ ମଧ୍ୟରେ ଏକ ବଡ଼ ଝଗଡ଼ା ହୋଇଥିଲା। ଏହି ଝଗଡ଼ା ସମୟରେ ସ୍କାଉଟ୍, ୟଙ୍ଗଙ୍କୁ ଜୋରରେ ଠେଲି ଦେଇଥିଲେ, ଯେଉଁ କାରଣରୁ ବିଗ୍ ବସ୍ ତାଙ୍କୁ ଦଣ୍ଡ ସ୍ୱରୂପ ସମ୍ପୂର୍ଣ୍ଣ ସିଜିନ୍ ପାଇଁ ନୋମିନେଟ୍ (nominate) କରିଦେଇଛନ୍ତି। ଏହା ପରେ, ସ୍କାଉଟ୍ ଏବଂ ଲଭ୍ ଗିଲ୍‌ଙ୍କ ମଧ୍ୟରେ ମଧ୍ୟ ଆଉ ଏକ ବିବାଦ ଦେଖାଦେଇଥିଲା। ଏହି ସମୟରେ, ଶୋ’ର ନିର୍ମାତାମାନେ ଏକ ନୂଆ ପ୍ରୋମୋ ଜାରି କରିଛନ୍ତି, ଯେଉଁଥିରେ ସ୍କାଉଟ୍ ଓପି ଅତ୍ୟନ୍ତ କ୍ରୋଧିତ ଅବସ୍ଥାରେ ନିଜ ମୁଣ୍ଡର କେଶ କାଟି ଦେଉଥିବା ଦେଖିବାକୁ ମିଳୁଛି। ସେ ଏକ ଟ୍ରିମର୍ (trimmer) ବ୍ୟବହାର କରି ନିଜର ସମସ୍ତ କେଶ କାଟି ପକାଉଛନ୍ତି। ଏହି ପ୍ରୋମୋଟି ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ତେବେ ପ୍ରକୃତରେ କ’ଣ ଘଟିଥିଲା, ଆସନ୍ତୁ ଜାଣିବା।
 
  • ସ୍କାଉଟ୍ ଏବଂ ଲଭ୍ ଗିଲ୍‌ଙ୍କ ମଧ୍ୟରେ ଝଗଡ଼ାର କାରଣ କଣ?

ଏଇ ଦୁଇ ତିନିଦିନ ହେଲା ଏପିସୋଡରେ, ସ୍କାଉଟ୍ ଓପି (Scout OP) ଏବଂ ଲଭ୍ ଗିଲ୍ ପରସ୍ପର ସହ ମଜାଳିଆ କଥାବାର୍ତ୍ତା କରୁଥିଲେ। କିନ୍ତୁ ଏହି ସମୟରେ ସ୍କାଉଟ୍ ଲଭ୍‌ଙ୍କ ଚରିତ୍ରକୁ ନେଇ ଏପରି ଏକ ମଜାକ କଲେ ଯାହା ତାଙ୍କୁ ବହୁତ ଖରାପ ଲାଗିଥିଳା। ରାଗିଯାଇ ଲଭ୍ ଗିଲ୍ ସ୍କାଉଟ୍‌ଙ୍କୁ କହିଲେ, "ଆଜିଠାରୁ ମୁଁ ଆଉ ତୋ ଭଉଣୀ ନୁହେଁ, ଏବଂ ମୁଁ ଏବେ ନିଜ ଖେଳ ନିଜେ ଖେଳିବି।" ଯଦିଓ ସ୍କାଉଟ୍ ନିଜ ଭୁଲ୍ ପାଇଁ କ୍ଷମା ମାଗିଲେ, ତଥାପି ଲଭ୍ ତାଙ୍କଠାରୁ ଦୂରେଇ ଯାଇଛନ୍ତି। ଲଭ୍‌ଙ୍କ ଏହି କଥା ସ୍କାଉଟ୍‌ଙ୍କ ମନରେ ଗଭୀର ଆଘାତ ଦେଇଛି, ଯାହା ଫଳରେ ସେ ବେଶ୍ ବ୍ୟଥିତ ହୋଇପଡ଼ିଛନ୍ତି।

  • Scout OP ନିଜ ମୁଣ୍ଡର କେଶ କାଟିଦେଲେ

ଏହାର ନିର୍ମାତାମାନେ ଏକ ନୂଆ ପ୍ରୋମୋ ଜାରି କରିଛନ୍ତି, ଯେଉଁଥିରେ Scout OP, Love ଲଭଙ୍କ ସହ ସମ୍ପର୍କ ସୁଧାରିବାକୁ ଚେଷ୍ଟା କରୁଥିବା ଦେଖାଯାଉଛନ୍ତି, କିନ୍ତୁ Love ତାଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରୁଛନ୍ତି। ଏହି ପରିସ୍ଥିତିର ଚାପରେ, Scout ଏକ ଟ୍ରିମର୍ ନେଇ ନିଜ ମୁଣ୍ଡର ସମସ୍ତ କେଶ କାଟି ଦେଉଛନ୍ତି—ଯାହା ଦେଖି Love Gill ସମ୍ପୂର୍ଣ୍ଣ ସ୍ତବ୍ଧ ହୋଇଯାଉଛନ୍ତି। ତାଙ୍କର ଏଭଳି କାର୍ଯ୍ୟ ଦେଖି ମାହୀ ବିଜ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ପ୍ରୋମୋରେ 'କବୀର ସିଂହ' ଚଳଚ୍ଚିତ୍ରର "ବେଖୟାଲି" (Bekhayali) ଗୀତ ବାଜୁଛି; Scout OP-ଙ୍କ ତୀବ୍ର କ୍ରୋଧକୁ ଦେଖିଲେ, ସେ 'କବୀର ସିଂହ' ଚରିତ୍ର ସହ ମିଶିଯାଉଥିବାର ଦେଖିବାକୁ ମିଳିଛି। ଆଜିଠାରୁ ଏହି ଶୋ ଆହୁରି ଇଣ୍ଟେରଷ୍ଟିଙ୍ଗ ହେବ।
 
  • ବନ୍ଧୁତାରେ ଫାଟ

ସ୍କାଉଟ ଏବଂ ୟଙ୍ଗଙ୍କ ବନ୍ଧୁତାରେ ଫାଟ ସୃଷ୍ଟି ହୋଇଛି। ନିକଟ ଏପିସୋଡରେ ଉଭୟଙ୍କ ମଧ୍ୟରେ ଭୟଙ୍କର ଝଗଡ଼ା ହୋଇଥିଲା। ଅତ୍ୟନ୍ତ ରାଗିଯାଇ Scout OP, Young DSAଙ୍କୁ ଠେଲି ମଧ୍ୟ ଦେଇଥିଲେ। ଏହାର ପରିଣାମ ସ୍ୱରୂପ, Bigg Boss, Scout OPଙ୍କୁ ସମ୍ପୂର୍ଣ୍ଣ ସିଜିନ୍ ପାଇଁ ନୋମିନେଟ୍ କରି ଦଣ୍ଡିତ କରିଛନ୍ତି। ତେବେ, ପରବର୍ତ୍ତୀ ସମୟରେ Scout OP, Young DSAଙ୍କ ନିକଟରେ କ୍ଷମା ମାଗିଛନ୍ତି।





Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: