Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Bollywood / ୨ କୋଟି ଟଙ୍କାର କ୍ଷତିପୂରଣ ଦାବି ନେଇ ଶାହାରୁଖଙ୍କୁ ସମନ

Banajyotshna Ray
Browse all articles by Banajyotshna Ray
·9 months ago·2 min read
୨ କୋଟି ଟଙ୍କାର କ୍ଷତିପୂରଣ ଦାବି ନେଇ ଶାହାରୁଖଙ୍କୁ ସମନ

Key Points

ଶାହାରୁଖ ଓ ଗୌରୀଙ୍କୁ ହାଇକୋର୍ଟଙ୍କ ସମନ। ମାନହାନି ମାମଲାରେ ୨ କୋଟି ଟଙ୍କାର କ୍ଷତିପୂରଣ ଦାବି ।

ଜଣଙ୍କ ପରେ ଜଣେ ସେଲିବ୍ରେଟିଙ୍କୁ ଚାଲିଛି ସମନ। ପୂର୍ବରୁ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ସମନ କରାଯାଇଥିଲା। ବର୍ତ୍ତମାନ ବଲିଉଡ୍ ବାଦଶାହା ଶାହାରୁଖ ଖାନ ଏବଂ ତାଙ୍କ ପତ୍ନୀ ଗୌରୀ ଖାନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ସମନ । ମାନହାନି ମାମଲାରେ ୨ କୋଟି ଟଙ୍କାର କ୍ଷତିପୂରଣ ଦାବି କଲେ ଆବେଦନକାରୀ ସମୀର ୱାଙ୍ଖଡେ। ଦିଲ୍ଲୀ ହାଇକୋର୍ଟ ବୁଧବାର ଅଭିନେତା ଶାହାରୁଖ ଖାନ, ତାଙ୍କ ପତ୍ନୀ ଗୌରୀ ଖାନଙ୍କ କମ୍ପାନୀ ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ଏବଂ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସକୁ ସମନ ଜାରି କରିଛନ୍ତି। କୋର୍ଟ କିଙ୍ଗ୍ ଖାନଙ୍କୁ ଜବାବ ଦାଖଲ କରିବାକୁ ୭ ଦିନ ସମୟ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୩୦ରେ ହେବ।ତାଙ୍କ ମାନହାନି ଆବେଦନରେ ସେ ଆହୁରି କହିଛନ୍ତି ଯେ, କୌଣସି ସୃଜନଶୀଳ କିମ୍ବା ଫିଲ୍ମିକ କଳ୍ପନାର ଆବରଣ ତଳେ ଜଣେ ବ୍ୟକ୍ତିଙ୍କ ପ୍ରତିଛବିକୁ ବିକୃତ କରାଯାଇପାରିବ ନାହିଁ।


ଶୋ’ରେ ତାଙ୍କ ନାମ କିମ୍ବା ପରିଚୟ ସିଧାସଳଖ ବ୍ୟବହାର କରାଯାଇ ନପାରେ, କିନ୍ତୁ ଦର୍ଶକଙ୍କ ପାଇଁ ଏହା ସ୍ପଷ୍ଟ ଯେ ଚରିତ୍ରଟି ତାଙ୍କ ଦ୍ୱାରା ଅନୁପ୍ରାଣିତ। ପ୍ରାରମ୍ଭିକ ଶୁଣାଣି ସମୟରେ, ଦିଲ୍ଲୀ ହାଇକୋର୍ଟ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରି ୭ ଦିନ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ ଅକ୍ଟୋବର ୩୦ ତାରିଖରେ ପରବର୍ତ୍ତୀ ଶୁଣାଣି କରିବେ ।ସମୀର ୱାଙ୍ଖେଡେ ତାଙ୍କ ଆବେଦନରେ ଅଭିଯୋଗ କରିଛନ୍ତି ଯେ, ସେପ୍ଟେମ୍ବର ୧୮ ତାରିଖରେ ମୁକ୍ତିଲାଭ କରିଥିବା ୱେବ୍ ସିରିଜ୍ "ଦି ବାଡ୍ସ ଅଫ୍ ବଲିଉଡ୍" ଦ୍ୱାରା ତାଙ୍କ ପ୍ରତିଷ୍ଠା କ୍ଷୁର୍ଣ୍ଣ ହୋଇଛି । ଏହି ଶୋ’ଟି ଶାହରୁଖ ଖାନଙ୍କ ପ୍ରଯୋଜନା ସଂସ୍ଥା, ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ଦ୍ୱାରା ପ୍ରଯୋଜିତ ହୋଇଥିଲା ଏବଂ ନେଟଫ୍ଲିକ୍ସରେ ଷ୍ଟ୍ରିମ୍ ହୋଇଥିଲା।


ଏଥିସହ ପଢ଼ନ୍ତୁ: ଅଭିନେତ୍ରୀଙ୍କୁ ୬୦ କୋଟି ଟଙ୍କା ଠକେଇ ମାମଲାରେ ମାରାଥନ ଜେରା


ଧାରାବାହିକର ଏକ ଚରିତ୍ର ତାଙ୍କୁ ଜଣେ ଏନସିବି ଅଧିକାରୀ ଭାବରେ ଚିତ୍ରଣ କରିବାକୁ ଚେଷ୍ଟା କରୁଛି ଏବଂ ତାଙ୍କୁ ଯେଉଁ ଦୃଶ୍ୟରେ ଦର୍ଶାଯାଇଛି । ଯାହା ତାଙ୍କର ମାନ ହାନି କରିଛି । ପୂର୍ବତନ ଏନସିବି ଅଧିକାରୀ ଶୋ’ର ବିଷୟବସ୍ତୁକୁ ମାନହାନିଜନକ ଘୋଷଣା କରିବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ଏବଂ ୨ କୋଟି କ୍ଷତିପୂରଣ ଦାବି କରିଛନ୍ତି। ୱାଙ୍ଖେଡେ ଦାବି କରିଛନ୍ତି ଯେ, ଶୋ ପ୍ରସାରିତ ହେବା ପରେ, ସେ ସୋସିଆଲ ମିଡିଆରେ ଅନେକ ଅପମାନଜନକ ପ୍ରତିକ୍ରିୟାର ସମ୍ମୁଖୀନ ହୋଇଥିଲେ, ଯାହା ତାଙ୍କ ସାର୍ବଜନୀନ ଭାବମୂର୍ତ୍ତିକୁ ଗୁରୁତର ଭାବରେ କ୍ଷତି ପହଞ୍ଚାଇଥିଲା। ତାଙ୍କ ମତରେ, ଶୋ’ଟି କେବଳ ମିଥ୍ୟା ନୁହେଁ ବରଂ ତାଙ୍କ ବୃତ୍ତିଗତ ସଚ୍ଚୋଟତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଶିଳ୍ପା ସେଟ୍ଟୀଙ୍କୁ ଜେରା:


ସିନେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ସାଢେ ୪ ଘଣ୍ଟା ମାରାଥନ ଜେରା କରାଯାଇଛି। ୬୦ କୋଟି ଟଙ୍କା ଠକେଇ ମାମଲାରେ ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା(EOW) ପକ୍ଷରୁ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ଜେରା କରାଯାଇଛି। ବର୍ତ୍ତମାନ ସୁଦ୍ଧା ଶିଳ୍ପାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସମେତ ୫ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ଠକେଇ କରିଥିବା ସଂସ୍ଥାର ନିର୍ଦ୍ଦେଶକ ଥିଲେ ଉଭୟ ଶିଳ୍ପା ଓ କୁନ୍ଦ୍ରା। ତଥାପି, ଠକେଇ ମାମଲାରେ ନାମିତ କମ୍ପାନୀ, ବେଷ୍ଟ ଡିଲ୍ ଟିଭି ପ୍ରାଇଭେଟ୍ ଲିମିଟେଡ୍, ଏବେ ବନ୍ଦ ହୋଇଯାଇଛି। ଦୀପକ କୋଠାରୀଙ୍କ ଅଭିଯୋଗ ଆଧାରରେ ଦମ୍ପତିଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିଲା।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics

Explore more stories

Sponsored
Bollywood | Shah Rukh & Gauri Khan Summoned by High Court | Argus News | Argus News