Videos
|
Entertainment

Bollywood Update / ୩୫୦ କୋଟିର ଫିଲ୍ମ କରୁଛନ୍ତି କିଙ୍ଗ ଖାନ୍‌, ଫ୍ୟାନ୍ସ କହୁଛନ୍ତି...

Banajyotshna Ray
Browse all articles by Banajyotshna Ray
·10 months ago·2 min read
୩୫୦ କୋଟିର ଫିଲ୍ମ କରୁଛନ୍ତି କିଙ୍ଗ ଖାନ୍‌, ଫ୍ୟାନ୍ସ କହୁଛନ୍ତି...

Key Points

ଭାରତର ସବୁଠୁ ମହଙ୍ଗା ଆକ୍ସନ ଫିଲ୍ମ 'କିଙ୍ଗ'
ଖର୍ଚ୍ଚ ହୋଇଛି ଏତିକି କୋଟି ଟଙ୍କା
ବଡ଼ ବଜେଟ୍‌। ଅଧିକ ଟଙ୍କା। ଭାରତର ସବୁଠାରୁ ମହଙ୍ଗା ବଜେଟର ଫିଲ୍ମ 'କିଙ୍ଗ'। ଏହି ଫିଲ୍ମକୁ ନେଇ ସବୁଠି ଉତ୍ସାହ ଭରି ରହିଛି। ୩୫୦ କୋଟିର ମହଙ୍ଗା ଫିଲ୍ମ କରୁଛନ୍ତି ଶାହାରୁଖ ଖାନ। ଯାହାକୁ ନେଇ ଚର୍ଚ୍ଚାରେ କିଙ୍ଗ ଖାନ୍‌। ଏହି ଫିଲ୍ମ କେବେ ପରଦାକୁ ଆସିବ ତାକୁ ନେଇ ଦେଖିବାକୁ ମିଳିଛି ଉତ୍ସାହ । ଶାହରୁଖ୍‌ ଖାନ୍‌ଙ୍କ ଅପ୍‌କମିଙ୍ଗ୍‌ ଫିଲ୍ମ ‘କିଙ୍ଗ୍‌’କୁ ନେଇ ଗୋଟିଏ ପରେ ଗୋଟିଏ ଖବର ଚର୍ଚ୍ଚାକୁ ଆସୁଛି। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଆକ୍ସନ୍‌ ଥ୍ରିଲର୍‌କୁ ଭାରତୀୟ ସିନେମାର ସବୁଠୁ ବଡ଼ ଆକ୍ସନ୍‌ ଫିଲ୍ମ ବୋଲି କୁହାଯାଉଛି ।

ଗଣମାଧ୍ୟମର ସୂଚନା ଅନୁସାରେ, ଫିଲ୍ମର ବଜେଟ୍‌ ୩୫୦ କୋଟି । ପ୍ରିଣ୍ଟ୍‌, ପ୍ରଚାର ଓ ଅନ୍ୟ ସହାୟକ ଖର୍ଚ୍ଚ ନିମନ୍ତେ ଶାହରୁଖ୍‌ ଓ ତାଙ୍କ ଟିମ୍‌ ସ୍ଥିର କରୁଥିବା ବଜେଟ୍‌ ଏଥିରେ ଅନ୍ତର୍ଭୁକ୍ତ ନୁହେଁ ।ଦର୍ଶକଙ୍କୁ ମନୋରଞ୍ଜନର ଭରପୂର ଖୋରାକଦେବାକୁ ଚାହୁଁଥିବା ଶାହରୁଖ୍‌ ଫିଲ୍ମର ପ୍ରଯୋଜକ ଭାବେ ସିଦ୍ଧାର୍ଥଙ୍କୁ ସ୍ୱାଧୀନତା ଦେଲେ । ତା’ପରେ ଫିଲ୍ମର ବଜେଟ୍‌ ହେଲା ୩୫୦ କୋଟି । ପୂର୍ବରୁ ଭାରତୀୟ ସିନେମାରେ କଦାପି ପ୍ରଦର୍ଶିତ ହୋଇନଥିବା ଆକ୍ସନ୍‌ ସିନ୍‌ ଏଥିରେ ରହିବ ବୋଲି ଚର୍ଚ୍ଚା ହେଉଛି । ଫିଲ୍ମଟି ଆସନ୍ତା ବର୍ଷ ବଡ଼ ପରଦାକୁ ଆସିବ ।ସୁଜୟ ଘୋଷଙ୍କ ନିର୍ଦ୍ଦେଶନାରେ ‘କିଙ୍ଗ୍‌’ର ଆରମ୍ଭ ଏକ ଆକ୍ସନ୍‌-ଥ୍ରିଲର ଭାବେ ହୋଇଥିଲା। ଯେଉଁଥିରେ ଶାହରୁଖ୍‌ଙ୍କର ଏକ ବର୍ଦ୍ଧିତ କ୍ୟାମିଓ ଭୂମିକା ଥିଲା ।

ଏଥିସହ ପଢ଼ନ୍ତୁ: ଶାହାରୁଖ ନେଲେ Gen Zଙ୍କ ପାଇଁ Gen Z ଲୁକ୍‌...

ପ୍ରାରମ୍ଭିକ ବଜେଟ୍‌ ଥିଲା ୧୫୦କୋଟି । କିନ୍ତୁ ଏହାକୁ ଆହୁରି ବଡ଼ ଓ ବିସ୍ତୃତ କରିବାକୁ କାହାଣୀର ଦମ୍‌ ଥିଲା ।ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳିବା ପରେ ଶାହରୁଖ୍‌ଙ୍କ ସହ ବସି ଫିଲ୍ମକୁ ବ୍ୟାପକ ସ୍ତରରେ ନିର୍ମାଣ ଲାଗି ଆଲୋଚନା କଲେ । ଫିଲ୍ମରେ ଦମ୍‌ଦାର ଆକ୍ସନ୍‌ ସିକ୍ୱେନ୍ସ ରଖିବାକୁ ନିଷ୍ପତ୍ତି ନିଆଗଲା ।ଏହାସହ କିଙ୍ଗ ଖାନ ଗୋଟିଏ ଫିଲ୍ମ କରିବାକୁ ୨୦୦ କୋଟି ନେଉଥିବା ଖବର ରହିଛି। ଏହା ପୂର୍ବରୁ କରିଥିବା ଫିଲ୍ମ 'ପଠାନ'କୁ ୨୦୦ କୋଟି ନେଇଥିଲେ କିଙ୍ଗ ଖାନ।ଫିଲ୍ମ କିଙ୍ଗରେ ଶାହାରୁଖ ଖାନ ଡନ୍ ଭୂମିକାରେ କମବ୍ୟାକ୍‌ କରିବେ । ତାଙ୍କ ଲୁକ୍ ମଧ୍ୟ ଏହି ଚଳଚ୍ଚିତ୍ରରେ ଡିଜାଇନ୍ କରାଯାଇଛି । ଏହି ଚଳଚ୍ଚିତ୍ରରେ ଲମ୍ବା ଦାଢି ଓ କେଶରେ ନଜର ଆସିବେ କିଙ୍ଗ ଖାନ । ବିଗତ କିଛି ବର୍ଷ ମଧ୍ୟରେ ଆକ୍ସନ ଫିଲ୍ମରେ ଶାହାରୁଖ ଖାନଙ୍କୁ ଦେଖିବାକୁ ମିଳୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥର ସେ କିଙ୍ଗ୍‌ ନାମକ ଏକ ପ୍ରୋଜେକ୍ଟରେ ଏହି ଭୂମିକା ଗ୍ରହଣ କରିବେ | ସିଦ୍ଧାର୍ଥ ଆନନ୍ଦ ଏବଂ ସୁଜୟ ଘୋଷ ଏହି ଫିଲ୍ମକୁ ନିର୍ମାଣ କରୁଛନ୍ତି। କୁହାଯାଉଛି ଯେ ଆକ୍ସନ ଟିମ୍‌ ବିଦେଶରୁ ଆସିବେ। ସେ ସୁହାନାଙ୍କ ସହିତ ଆକ୍ସନ୍ ତାଲିମ ନେଉଛନ୍ତି । ଫିଲ୍ମର ଡାଏଲଗ୍ ଡ୍ରାଫ୍ଟ ମଧ୍ୟ ପ୍ରସ୍ତୁତ । ସୁହାନା ଖାନଙ୍କ ଏହା ଥିଏଟରିକାଲ ଡେବ୍ୟୁ ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics

Explore more stories

Bollywood Update | Shah Rukh Khan to Star in ₹350 Crore Film | King Khan’s Biggest Project Yet | Argus News | Argus News