Videos
|
Entertainment

ମୁଁ ଜଣେ ଭଲ ବାପା ନୁହେଁ: ଶାହାରୁଖ ଖାନ୍‌

Banajyotshna Ray
Browse all articles by Banajyotshna Ray
·1 year ago·2 min read
ମୁଁ ଜଣେ ଭଲ ବାପା ନୁହେଁ: ଶାହାରୁଖ ଖାନ୍‌

Key Points

ମୁଁ ଜଣେ ଭଲ ବାପା ନୁହେଁ
ମୋ ଗୁଣ ପାଇଁ ମୋ ପିଲାମାନେ ମତେ ଭଲ ପାଆନ୍ତିନି
ଏମିତି କାହିଁକି କହିଲେ ଶାହାରୁଖ ଖାନ୍ ?


ଯାହାଙ୍କୁ ସମସ୍ତେ ଟିକେ ଦେଖିବା ପାଇଁ ତାଙ୍କ ଘର ବାହାରେ ଲମ୍ୱା ଲାଇନ କରିଥାନ୍ତି, ଯାହାଙ୍କର କୋଟି କୋଟି ଫ୍ୟାନ୍ସ ଫଲୋର୍ସ ଅଛନ୍ତି, ଯାହାଙ୍କୁ ସମସ୍ତେ ଏତେ ଭଲ ପାଆନ୍ତି, ସେ ପୁଣି କହୁଛନ୍ତି କି ମୁଁ ଜଣେ ଭଲ ବାପା ନୁହେଁ। ମୋ ପିଲାମାନେ ମୋତେ ଭଲ ପାଆନ୍ତି ନାହିଁ। ,ଭଳି କାହିଁକି କହିଲେ ଶାହାରୁଖ ଖାନ ବୋଲି ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା। କଣ ହୋଇଛି ? ଶାହାରୁଖଙ୍କ କେଉଁ ଗୁଣ ପାଇଁ ତାଙ୍କ ପିଲାମାନହେ ତାଙ୍କଠାରୁ ଦୂରେଇ ଯାଉଛନ୍ତି ? ଅଭିନେତାଙ୍କ ପରବର୍ତ୍ତୀ ଫିଲ୍ମ ହେଉଛି ‘କିଙ୍ଗ୍’। ତାଙ୍କ ଝିଅ ସୁହାନା ମଧ୍ୟ ଏଥିରେ ନଜର ଆସିବେ। ଏହା ସୁହାନାଙ୍କ ଥିଏଟର ଡେବ୍ୟୁ ହେବାକୁ ଯାଉଛି। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ୨୦୨୬ରେ ମୁକ୍ତିଲାଭ କରିବ ।


ବଲିଉଡ ଅଭିନେତା ଶାହାରୁଖ ଖାନ ତାଙ୍କର ତିନି ପିଲାଙ୍କ ପ୍ରତି ବେଶ୍ ଯତ୍ନବାନ। ସନ୍ତାନଙ୍କ ପ୍ରତି ଜଣେ ବାପାଙ୍କ କର୍ତ୍ତବ୍ୟ ଯାହା ରହିବା କଥା ତାହା ସେ ପାଳନ କରିଥାନ୍ତି ।ଯେତେବେଳେ ପୁଅ ଆର୍ଯ୍ୟନଙ୍କ ନାମରେ ଡ୍ରଗ୍ସ ମାମଲା ଉଠିଲା, ଶାହାରୁଖ ତାଙ୍କ ପୁଅ ସହିତ କାନ୍ଧକୁ କାନ୍ଧ ମିଳାଇ ଠିଆ ହୋଇଥିଲେ। ସେହିପରି ଯେତେବେଳେ ତାଙ୍କ ଝିଅ ସୁହାନାଙ୍କ ସହିତ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଏକ IPL ମ୍ୟାଚ୍ ସମୟରେ ଦୁର୍ବ୍ୟବହାର କରାଯାଇଥିଲା, ଅଭିନେତା ମଧ୍ୟ ତାଙ୍କ ଝିଅ ପାଇଁ ଆଗକୁ ଆସିଥିଲେ। ଜନ୍ମ ସମୟରେ ଶାହାରୁଖଙ୍କ ସାନ ପୁଅ ଆବ୍ରାମ ଗୁରୁତର ଅବସ୍ଥାରେ ଥିଲେ ସେତେବେଳେ ମଧ୍ୟ ଅଭିନେତା ହସ୍ପିଟାଲକୁ ଲଗାତାର ଯାଉଥିଲେ । ଦୁଇଟି ସନ୍ତାନର ପିତାମାତା ହେବା ପରେ ଶାହାରୁଖ ଏବଂ ଗୌରୀ ସେମାନଙ୍କର ତୃତୀୟ ସନ୍ତାନ ଆବ୍ରାମଙ୍କୁ ସ୍ୱାଗତ କରିଥିଲେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆବ୍ରାମ ୨୦୧୩ରେ ସରୋଗେସି ମାଧ୍ୟମରେ ଜନ୍ମ ହୋଇଥିଲେ। ଶାହାରୁଖ ତାଙ୍କ ପ୍ରିୟ ଆବ୍ରାମଙ୍କ ବହୁତ ନିକଟତର। ତଥାପି ଥରେ ଆବ୍ରାମ ଏପରି କିଛି କରିଥିଲେ ଯାହା ଶାହାରୁଖଙ୍କୁ ଲାଗିଥିଲା ଯେ, ହୁଏତ ସେ ଜଣେ ଭଲ ବାପା ନୁହନ୍ତି। ଶାହାରୁଖ ତାଙ୍କ ଫ୍ଲପ୍ ଫିଲ୍ମ ‘ଜିରୋ’ର ଏକ ପ୍ରମୋସନାଲ୍ ଇଭେଣ୍ଟ ସମୟରେ ଏହି କଥା ସେୟାର କରିଥିଲେ। ସେ କହିଥିଲେ ଥରେ ସେ ଆବ୍ରାମଙ୍କ ପାଖରେ ଯାଇ ବସିଥିଲେ ଏବଂ ଆବ୍ରାମଙ୍କୁ ତାଙ୍କ ପାଖରେ ବସିବାକୁ କହିଥିଲେ। ଆବ୍ରାମ ତାଙ୍କ ବାପାଙ୍କ ପାଖରୁ ଉଠିପଡ଼ିଲେ ଏବଂ କିଛି ନକହି ଚାଲିଗଲେ। ଆବ୍ରାମଙ୍କ ଏହି ବ୍ୟବହାର ଶାହାରୁଖଙ୍କୁ ଏକ ବଡ଼ ଝଟକା ଦେଇଥିଲା।


ତା’ପରେ ଅଭିନେତା ଅନୁଭବ କରିଥିଲେ ଯେ, ହୁଏତ ଫିଲ୍ମ ଯୋଗୁ ମୁଁ ପିଲାମାନଙ୍କୁ ସମୟ ଦେଇପାରୁନାହିଁ। ସେ କହିଥିଲେ, ତା’ପରେ ମୋ ମନରେ ଭାବନା ଆସିଲା ଯେ, ହୁଏତ ମୁଁ ଜଣେ ଭଲ ବାପା ନୁହେଁ। ସେ ମୋତେ ଭଲ ପାଆନ୍ତି ନାହିଁ। ସେଥିପାଇଁ ଆବ୍ରାମ ମୋ ପାଖକୁ ଆସନ୍ତି ନାହିଁ। ଏହା ପରେ ଶାହାରୁଖ ପିଲାମାନଙ୍କୁ ସମୟ ଦେବା ଆରମ୍ଭ କରିଥିଲେ। ଏଥିରୁ ଏହା ସ୍ପଷ୍ଟ ଯେ ଶାହାରୁଖ ନିଜ ପରିବାର ଏବଂ ପିଲାମାନଙ୍କୁ ଖୁବ ଭଲ ପାଆନ୍ତି।


shah-rukh-khan-has-expressed-that-he-doesnt-consider-himself-a-good-father-particularly-in-the-context-of-his-busy-work-schedule | Argus News