ଶାହରୁଖ୍ ଖାନଙ୍କର ନମ୍ରତା ହୃଦୟ ଜିତିଲା

Key Points
“ମୋ ପାଖରେ ବିଶେଷ ଟାଲେଣ୍ଟ୍ ନାହିଁ, କିନ୍ତୁ ସେଥିରେ ବି ମୁଁ ଖୁବ କଷ୍ଟ କରିଥାଏ”
ଶାହାରୁଖ୍ ଖାନଙ୍କର ନମ୍ରତା ହୃଦୟ ଜିତିଲା
‘ଜବାନ’ ଫିଲ୍ମରେ ଅଭିନୟ ପାଇଁ ଜାତୀୟ ପୁରସ୍କାର ଜିତିଥିବା ଅଭିନେତା ଶାହାରୁଖ୍ ଖାନ ଏବେ ଚର୍ଚ୍ଚାରେ
“ମୋ ପାଖରେ ବିଶେଷ ଟାଲେଣ୍ଟ୍ ନାହିଁ, କିନ୍ତୁ ସେଥିରେ ବି ମୁଁ ଖୁବ କଷ୍ଟ କରିଥାଏ”. ‘ଜବାନ’ ଫିଲ୍ମରେ ଅଭିନୟ ପାଇଁ ଜାତୀୟ ପୁରସ୍କାର ଜିତିଥିବା ଅଭିନେତା ଶାହାରୁଖ ଖାନ ଏବେ ଚର୍ଚ୍ଚାରେ। ଉପସ୍ଥିତ ବୁଦ୍ଧି ଓ ଆକର୍ଷଣ ପାଇଁ ବେଶ ଜଣାସୁଣା କିଙ୍ଗ୍ ଖାନ୍, ନିକଟରେ X (Twitter) ରେ Ask Me Anything (AMA) ସେସନ୍ କରିଥିଲେ ଓ ଫ୍ୟାନ୍ମାନଙ୍କ ପ୍ରଶ୍ନକୁ ରୋଚକ ଶୈଳୀରେ ଉତ୍ତର ଦେଇଥିଲେ।
ଏହି ସେସନରେ ଫ୍ୟାନ୍ସ ପ୍ରଶ୍ନ କରିଛନ୍ତି ଯେ ଏହା ଶାହରୁଖଙ୍କ ଟାଲେଣ୍ଟ୍ ନା ପ୍ରାକ୍ଟିସ୍? ଜଣେ ଫ୍ୟାନ୍ ପଚାରିଲେ, “ଶାହରୁଖ୍ , ଆପଣ ଏବେ ମଧ୍ୟ ଏକ୍ସପ୍ରେସନ୍ ଓ ଭଏସ୍ ମଡ୍ୟୁଲେସନ୍ ଉପରେ କାମ କରନ୍ତି, ନା ଏହା ଭଗବାନଙ୍କ ଆଶୀର୍ବାଦ?” ଶାହରୁଖ୍ ଏହାକୁ ଖୁବ ନମ୍ରତାର ସହିତ ଉତ୍ତର ଦେଲେ-“ପରିଶ୍ରମ ବିନା ଟାଲେଣ୍ଟ୍ର ମୂଲ୍ୟ କିଛି ନାହିଁ, କିନ୍ତୁ ପ୍ରତିଭା ଥିବ ଆଉ ପରିଶ୍ରମ ବି କଲେ ବହୁତ ଭଲ ଫଳ ମିଳେ। ମୁଁ ସେହି କ୍ୟାଟେଗୋରୀରେ ଆସେ, ତେଣୁ ଭଗବାନ ଦେଇଥିବା ଏହି ଟାଲେଣ୍ଟ ପରେ ବି ମୁଁ ବହୁତ କଷ୍ଟ କରିଥାଏ।”
ଫ୍ୟାନ୍ମାନଙ୍କ ପ୍ରତିକ୍ରିୟା
ଶାହାରୁଖଙ୍କ ଏହି ଉତ୍ତର ସୋସିଆଲ୍ ମିଡିଆରେ ମୁହୂର୍ତ୍ତରେ ଭାଇରାଲ୍ ହୋଇଗଲା।ଜଣେ ଫ୍ୟାନ୍ ଲେଖିଲେ- “Wake up babe, SRK ନୂଆ କୋଟ୍ ଦେଇଦେଲେ। ଆଉ ଜଣେ ଫ୍ୟାନ ଲେଖନ୍ତି- “ପରିଶ୍ରମ ବିନା ଟାଲେଣ୍ଟ୍ କିଛି ନୁହେଁ।” ଜଣେ ଫ୍ୟାନ୍ ଲେଖିଲେ-“ତାଙ୍କର କଷ୍ଟ କରିବାର ପ୍ୟାସନ୍ କେବେ କମେନି।”
33 ବର୍ଷ ପରେ ପ୍ରଥମ ଜାତୀୟ ପୁରସ୍କାର
📱 Get Argus News App
✨ଶାହରୁଖ୍ 1992 ରେ ଦିୱାନା ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିଥିଲେ। 33 ବର୍ଷର ଫିଲ୍ମ ଯାତ୍ରା ପରେ ସେ ‘ଜବାନ’ ପାଇଁ ପ୍ରଥମ ଥର ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ପୁରସ୍କାର ହାସଲ କଲେ। 12th Fail ଫିଲ୍ମ ପାଇଁ ବିକ୍ରାନ୍ତ ମାସେଙ୍କୁ ମଧ୍ୟ ଶ୍ରେଷ୍ଠ ଅଭିନେତା ଭାବେ ସମ୍ମାନକୁ ମିଳିଛି।
କିଙ୍ଗ ଅଫ ରୋମାନ୍ସଙ୍କୁ ଏହି ସମ୍ମାନ ମିଳିବା ପରେ ଫ୍ୟାନ୍ମାନେ ଖୁସି ପ୍ରକାଶ କରିଛନ୍ତି, ଓ ମତ ଦେଇଛନ୍ତି କି ‘Swades’ ଓ ‘My Name Is Khan’ ପାଇଁ ପୁରସ୍କାର ପୂର୍ବରୁ ମିଳିବା ଉଚିତ୍ ଥିଲା।
ଶାହାରୁଖଙ୍କ ପରବର୍ତ୍ତୀ ପ୍ରୋଜେକ୍ଟ୍
ବର୍ତ୍ତମାନ ଶାହାରୁଖ ଖାନ୍ ନୂଆ ଫିଲ୍ମ ‘କିଙ୍ଗ୍’ ଶୁଟିଂରେ ବ୍ୟସ୍ତ ଅଛନ୍ତି, ଯାହାର ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି ସିଦ୍ଧାର୍ଥ ଆନନ୍ଦ। ଏହି ଫିଲ୍ମରେ ତାଙ୍କର ଝିଅ ସୁହାନା ଖାନ୍ ମଧ୍ୟ ଅଛନ୍ତି। ତା ସହିତ ଅଭିଷେକ ବଚ୍ଚନ୍, ସୌରଭ ଶୁକ୍ଳା ଓ ଜୟଦୀପ ଅହଲାୱତଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି।
ସୁଚନା ଅନୁସାରେ, ଦୀପିକା ପାଦୁକୋଣ, ରାଣୀ ମୁଖର୍ଜୀ, ଅନିଲ୍ କପୁର, ରାଘବ ଯୁୟାଲ୍ ଓ ଜ୍ୟାକି ଶ୍ରଫ୍ ମଧ୍ୟ ଏହି ଫିଲ୍ମର ଅଂଶ ହୋଇପାରନ୍ତି। ଖୁବଶୀଘ୍ର ଫିଲ୍ମର ରିଲିଜ୍ ତାରିଖ ଘୋଷଣା ହୋଇପାରେ।
ଅଧିକ ପଢନ୍ତୁ ମନୋରଂଜନ ଖବର...