Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Shah Rukh Khan / ୬୦ ବର୍ଷରେ ପାଦ ଥାପିଛନ୍ତି କିଙ୍ଗ୍ ଖାନ୍

Rashmita Mishra
Browse all articles by Rashmita Mishra
·8 months ago·2 min read
୬୦ ବର୍ଷରେ ପାଦ ଥାପିଛନ୍ତି କିଙ୍ଗ୍ ଖାନ୍

Key Points

ବଲିଉଡ ବାଦଶାହା ଶାହରୁଖ ଖାନ ।
ଆଜି ସେ ୬୦ ବର୍ଷରେ ପାଦ ଥାପିଛନ୍ତି ।
୩୩ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ତାଙ୍କର ବଲିଉଡ କ୍ୟାରିଅର ଏବେ ବି ଚମକୁଛି ।

ବଲିଉଡ ବାଦଶାହା ଶାହରୁଖ ଖାନ । ସେ ସବୁଠାରୁ ଲୋକପ୍ରିୟ ଷ୍ଟାରମାନଙ୍କ ମଧ୍ୟରୁ ଜଣେ। ଶାହରୁଖ କେବଳ ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ଏବଂ ଅନନ୍ୟ ପରିଚୟ ସୃଷ୍ଟି କରିଛନ୍ତି। ୩୩ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ତାଙ୍କର ବଲିଉଡ କ୍ୟାରିଅର ଏବେ ବି ଚମକୁଛି। ଆଜି ଶାହରୁଖ ଖାନ ତାଙ୍କ ଜୀବନର ଛଅ ଦଶନ୍ଧି ପୂରଣ କରିଛନ୍ତି।

ଆଜି ସେ ୬୦ ବର୍ଷରେ ପାଦ ଥାପିଛନ୍ତି । ଜନ୍ମଦିନ ଅବସରରେ କିଙ୍ଗ ଖାନଙ୍କ ଏକ ଝଲକ ପାଇବା ପାଇଁ ତାଙ୍କ ଘର ମନ୍ନତ ସମ୍ମୁଖରେ ପ୍ରଶଂସକଙ୍କ ଭିଡ଼ ଜମିଛି। ଶାହରୁଖ ଛୋଟ ପରଦାରୁ ତାଙ୍କ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ। ସେ ଏବେ ବିଶ୍ୱର ସବୁଠାରୁ ଧନୀ ଅଭିନେତା। କିନ୍ତୁ ଆପଣ କ’ଣ ତାଙ୍କର ପ୍ରଥମ ରୋଜଗାର ବିଷୟରେ ଜାଣନ୍ତି କି?

ଆଜିକା ସମୟରେ ଶାହରୁଖଙ୍କ ପାଖ ନେମ୍‌ ଫେମ୍‌ ଟଙ୍କା , ପଇସା ସବୁକିଛି ଅଛି । ହେଲେ ତାଙ୍କ ପ୍ରଥମ ଦରମା ପାଇଁ ସେ ବହୁତ କଠିନ ପରିଶ୍ରମ କରିଥିଲେ । ଏକ ଇଣ୍ଟରଭ୍ୟୁରେ ଶାହରୁଖ ଖାନ ନିଜେ ଥରେ ତାଙ୍କର ପ୍ରଥମ ରୋଜଗାର ପ୍ରକାଶ କରିଥିଲେ। କହିଥିଲେ କି ଯେତେବେଳେ ସେ ଷ୍ଟ୍ରଗଲ କରୁଥିଲେ ସେତେବେଳେ ବହୁତ କାମ କରିଛନ୍ତି । ହେଲେ ଯେଉଁଥିରେ ସେ ଥିଏଟର୍ସ ବାହାରେ ଟିକେଟ ବିକ୍ରି କରୁଥିଲେ । ସେଥିରୁ ତାଙ୍କୁ ୫୦ ଟଙ୍କା ମିଳୁଥିଲା।ଯାହା ତାଙ୍କ ଜୀବନର ପ୍ରଥମ ରୋଜଗାର ଥିଲା ।

ବଲିଉଡ୍ ଇଣ୍ଡଷ୍ଟ୍ରିରେ ଶାହାରୁଖ ଯେତିକି ରାଜ କରନ୍ତି ସାରା ବିଶ୍ୱର ସେଲିବ୍ରିଟିଙ୍କ ମଧ୍ୟରେ ବି ତାଙ୍କର ଦବଦବା କିଛି କମ୍ ନୁହେଁ । କାରଣ ନିକଟରେ ପ୍ରକାଶିତ ଏକ ସାଇଣ୍ଡିଫିକ୍ ଷ୍ଟଡିରେ ତାଙ୍କୁ ବିଶ୍ୱର ୧୦ ଜଣ ହ୍ୟାଣ୍ଡସମ୍ ସେଲିବ୍ରିଟିଙ୍କ ମଧ୍ୟରେ ସ୍ଥାନ ମିଳିଛି । ଏହି ଲିଷ୍ଟରେ ସ୍ଥାନରେ ପାଇବାରେ ଶାହାରୁଖ ହେଉଛନ୍ତି ପ୍ରଥମ ଭାରତୀୟ ଅଭିନେତା । ତାଙ୍କ ସ୍କୋର ରହିଛି ୮୬.୭୬ ପ୍ରତିଶତ । ନିକଟରେ, ହୁରୁନ୍ ରିଚ୍ ଲିଷ୍ଟ ୨୦୨୫ରେ ପ୍ରକାଶିତ ହୋଇଥିଲା, ଯେଉଁଥିରେ କୁହାଯାଇଥିଲା ଯେ ଶାହରୁଖ ଖାନଙ୍କ ସମ୍ପତ୍ତି ୧୨,୪୯୦ କୋଟି ଟଙ୍କା। ବିଶ୍ୱର ଅନ୍ୟ କୌଣସି ଅଭିନେତାଙ୍କ ପାଖରେ ଏତେ ସମ୍ପତ୍ତି ନାହିଁ।

ଶାହରୁଖ ଖାନ ଏବେ ଅନେକ ଆନ୍ତର୍ଜାତୀୟ ସେଲିବ୍ରିଟିଙ୍କ ଠାରୁ ଅଧିକ ଧନୀ ହୋଇଛନ୍ତି। ସେ ଟେଲର ସ୍ୱିଫ୍ଟ (୧୧୫୨୮ କୋଟି), ଆର୍ନୋଲ୍ଡ ସ୍କ୍ୱାର୍ଜେନେଗର (୧୦୬୪୧ କୋଟି), ଜେରି ସେନଫିଲ୍ଡ (୧୦୬୪୧ କୋଟି) ଏବଂ ସେଲେନା ଗୋମେଜ (୬୩୮୫ କୋଟି)ଙ୍କ ସମ୍ପତ୍ତିକୁ ପଛରେ ପକାଇ ଦେଇଛନ୍ତି। ହୁରୁନ ଇଣ୍ଡିଆ ରିଚ୍ ଲିଷ୍ଟ ୨୦୨୪ ଅନୁଯାୟୀ, ଶାହରୁଖ ଖାନଙ୍କ ସମ୍ପତ୍ତି ୭୩୦୦କୋଟି ଥିଲା। ଆଉ ୨୦୨୫ ତାଲିକା ଅନୁସାରେ, ଗୋଟିଏ ବର୍ଷ ମଧ୍ୟରେ ତାଙ୍କର ସମ୍ପତ୍ତି ୫୧୯୦ ଟଙ୍କା କୋଟି ବୃଦ୍ଧି ପାଇଛି। ଏହା ସହିତ, ଶାହରୁଖ ଖାନଙ୍କ ମୋଟ ସମ୍ପତ୍ତି ଏବେ ୧୨୪୯୦ କୋଟିରେ ପହଞ୍ଚିଛି, ଯାହା ତାଙ୍କୁ ବିଶ୍ୱର ସବୁଠାରୁ ଧନୀ ଅଭିନେତାର ଆଖ୍ୟା ପ୍ରଦାନ କରିଛି।

ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟ ୨୦୨୫ ରେ ଅନେକ ଭାରତୀୟ ସେଲିବ୍ରିଟି ସାମିଲ ଅଛନ୍ତି। ତାଲିକା ଅନୁସାରେ, ବଲିଉଡର ୫ ଜଣ ସବୁଠାରୁ ଧନୀ ସେଲିବ୍ରିଟିଙ୍କ କଥା ଆସିଲେ, ଶାହରୁଖ ଖାନ ତାଲିକାର ଶୀର୍ଷରେ ଅଛନ୍ତି, ତାଙ୍କ ପରେ ରାଣୀ ମୁଖାର୍ଜୀ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ରାଣୀ ଏବଂ ତାଙ୍କ ପରିବାରର ମୋଟ ସମ୍ପତ୍ତି ୭୭୯୦ କୋଟି। ହ୍ରିତିକ୍ ରୋଶନ ୨୧୬୦ କୋଟି ସମ୍ପତ୍ତି ସହିତ ତୃତୀୟ ସ୍ଥାନରେ ଅଛନ୍ତି । ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ୧୮୮୦ କୋଟି ସମ୍ପତ୍ତି ସହିତ ଚତୁର୍ଥ ସ୍ଥାନରେ ଅଛନ୍ତି, ଏବଂ ଅମିତାଭ ବଚ୍ଚନ ୧୬୩୦ କୋଟି ସମ୍ପତ୍ତି ସହିତ ପଞ୍ଚମ ସ୍ଥାନରେ ଅଛନ୍ତି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Shah Rukh Khan | Shah Rukh Khan Turns 60 | King Khan’s Grand Birthday Celebration | Argus News | Argus News