Videos
|
Entertainment

ଶାହାରୁଖ କହିଲେ ଏତେବର୍ଷର ଅକ୍ଳାନ୍ତ ପରିଶ୍ରମ ରଙ୍ଗ ଆଣିଲା

Ritu Das
Browse all articles by Ritu Das
·1 year ago·2 min read
ଶାହାରୁଖ କହିଲେ ଏତେବର୍ଷର ଅକ୍ଳାନ୍ତ ପରିଶ୍ରମ ରଙ୍ଗ ଆଣିଲା

Key Points

୩୩ ବର୍ଷ କ୍ୟାରିୟରରେ ପ୍ରଥମ ଥର ପାଇଲି

ଏହା ଏକ ରିମାଇଣ୍ଡର’ କହି ଭିନ୍ନ ଢଙ୍ଗରେ ଥ୍ୟାଙ୍କ ୟୁ କହିଲେ କିଙ୍ଗ ଖାନ

ଶାହାରୁଖ କହିଲେ ଏତେବର୍ଷର ଅକ୍ଳାନ୍ତ ପରିଶ୍ରମ ରଙ୍ଗ ଆଣିଲା

୩୩ ବର୍ଷର କ୍ୟାରିୟରରେ ପ୍ରଥମଥର ଜାତୀୟ ପୁରସ୍କାର ପାଇଛନ୍ତି। ଆଉ ସେଥିପାଇଁ ସେ ବହୁତ ଖୁସି। ୨୦୨୩ ମସିହାରେ ଆଟଲିଙ୍କ ନିର୍ଦ୍ଦେଶିତ ବ୍ଲକବଷ୍ଟର ଫିଲ୍ମ ‘ଜୱାନ’ରେ ତାଙ୍କର ଚମତ୍କାର ଅଭିନୟ ପାଇଁ ଏହି ସୁପରଷ୍ଟାରଙ୍କୁ ଶ୍ରେଷ୍ଠ ଅଭିନେତାର ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। କିଙ୍ଗ ଖାନ ଏହି ପୁରସ୍କାରର ସମ୍ମାନ ବିକ୍ରାନ୍ତ ମେସିଙ୍କ ସହ ଶେୟାର କରିଛନ୍ତି। ଯିଏ ବିଧୁ ବିନୋଦ ଚୋପ୍ରାଙ୍କ ‘12th ଫେଲ’ରେ ତାଙ୍କ ଭୂମିକା ପାଇଁ ଏହି ପୁରସ୍କାର ପାଇଛନ୍ତି। ବିକ୍ରାନ୍ତଙ୍କୁ ଢେର ସାରା ଶୁଭେଚ୍ଛା ଜଣାଇଛନ୍ତି। ଏବେ ଜାତୀୟ ପୁରସ୍କାର ବିଜେତା ଶାହରୁଖ ଖାନ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ତାଙ୍କ ହାତ ପ୍ଲାଷ୍ଟର ହୋଇଥିବା ଦେଖାଯାଉଛି। ଏହି ଭିଡିଓରେ, ସୁପରଷ୍ଟାର ଜାତୀୟ ପୁରସ୍କାର ପାଇବା ପରେ ଭାରତ ସରକାର, ଜୁରି, ତାଙ୍କ ଟିମ୍‌, ପ୍ରଶଂସକ ଏବଂ ପରିବାରକୁ ଧନ୍ୟବାଦ ଜଣାଇଛନ୍ତି। ପ୍ରତିଷ୍ଠିତ ପୁରସ୍କାର ପାଇବା ପରେ, ସୁପରଷ୍ଟାର ତାଙ୍କର ହୃଦୟରୁ କୃତଜ୍ଞତା ପ୍ରକାଶ କରିଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତାଙ୍କ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଏକ ଭିଡିଓ ସହିତ ସେ ଲେଖିଛନ୍ତି, ‘ମୋତେ ଜାତୀୟ ପୁରସ୍କାରରେ ସମ୍ମାନିତ କରିବା ପାଇଁ ଅଶେଷ ଅଶେଷ ଧନ୍ୟବାଦ। ଜୁରି ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟକୁ ଧନ୍ୟବାଦ। ଏହି ସମ୍ମାନ ପାଇଁ ଭାରତ ସରକାରଙ୍କୁ ଧନ୍ୟବାଦ। ମୋ ଉପରେ ବର୍ଷା ହୋଇଥିବା ଭଲପାଇବାରେ ମୁଁ ଅଭିଭୂତ, ଆଜି ସମସ୍ତଙ୍କୁ hug କରିବାକୁ ଚାହୁଁଛି ଖୁସିରେ। ଭିଡିଓରେ ଶାହରୁଖ ଖାନଙ୍କୁ କହୁଥିବାର ଶୁଣାଯାଉଛି, ‘କହିବା ବାହୁଲ୍ୟ ନୁହେଁ, ମୁଁ କୃତଜ୍ଞତା ଏବଂ ବିନମ୍ରତାରେ ଅଭିଭୂତ… ଜାତୀୟ ପୁରସ୍କାରରେ ସମ୍ମାନିତ ହେବା ଏକ ମୁହୂର୍ତ୍ତ ଯାହାକୁ ମୁଁ ସାରା ଜୀବନ ମନେରଖିବି। ଜୁରି, ଅଧ୍ୟକ୍ଷ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଯେଉଁମାନେ ମୋତେ ଏହି ସମ୍ମାନ ପାଇଁ ଯୋଗ୍ୟ ବୋଲି ଭାବୁଥିଲେ ସେମାନଙ୍କୁ ବହୁତ ବହୁତ ଧନ୍ୟବାଦ।’ ପୁରା ଦେଶ ତରଫରୁ ବଲିଉଡ ବାଦଶାହଙ୍କୁ ଢେର ସାରା ଅଭିନନ୍ଦନ।

shah-rukh-says-years-of-tireless-hard-work-have-brought-color | Argus News