Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ସୈଫଙ୍କୁ ଆକ୍ରମଣ କରିଥିଲେ ଶାହିଦ: ଆସିଲା ବଡ଼ ଅପଡେଟ୍‌

Ritu Das
Browse all articles by Ritu Das
·1 year ago·1 min read
ସୈଫଙ୍କୁ ଆକ୍ରମଣ କରିଥିଲେ ଶାହିଦ: ଆସିଲା ବଡ଼ ଅପଡେଟ୍‌

ଅର୍ଗସ ବ୍ୟୁରୋ: ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଗୋଟିଏ ପରେ ଗୋଟିଏ ଅପ୍‌ଡେଟ୍‌ ସାମ୍ନାକୁ ଆସୁଛି। ସୈଫଙ୍କ ଆକ୍ରମଣକୁ ମଧ୍ୟ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। କେମିତି ହେଲା ଆକ୍ରମଣ ବୋଲି ସମସ୍ତଙ୍କୁ ଏହା ଆଶ୍ଚର୍ଯ୍ୟ କରିଛି। ପୋଲିସ ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରି ପଚରାଉଚରା କରୁଛି। ତାଙ୍କ ନାମ ‘ଶାହିଦ୍‌’ ବୋଲି ଜଣାପଡ଼ିଛି। ଏ ଶାହିଦ କିନ୍ତୁ ଆପଣ ଭାବୁଥିବା ଅଭିନେତା ଶାହିଦ କପୁର ନୁହନ୍ତି। ଏ ହେଉଛି ଅଭିଯୁକ୍ତ ଶାହିଦ। ପୋଲିସ ତାକୁ ଗିରଫ କରି ହେପାଜତକୁ ନେଇଛି। ଅଟକ ଥିବା ଶାହିଦ୍‌ଙ୍କ ଉପରେ ପୂର୍ବରୁ ୪-୫ ଚୋରିର ମାମଲା ରହିଛି।


ହେଲେ ସେ ହିଁ ସୈଫଙ୍କ ଉପରେ ଆକ୍ରମଣ କରିଛନ୍ତି ବୋଲି ସ୍ପଷ୍ଟ ହୋଇନାହିଁ। ତେବେ ତାଙ୍କ ଚେହେରା କ୍ୟାମେରାରେ କଏଦ ହୋଇଥିବା ଆକ୍ରମଣକାରୀଙ୍କ ସହ ମେଳ ଖାଉଛି। ପୋଲିସ ତଦନ୍ତ ଜାରି ରଖିଛି। ସୈଫଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଲୀଳାବତୀ ହସ୍ପିଟାଲର ଡାକ୍ତରମାନେ ବୁଲେଟିନ୍‌ ଦେଇଛନ୍ତି। ଅଭିନେତା ଏବେ ସୁସ୍ଥ ଅଛନ୍ତି। ହେଲେ ଛୁରୀ ଆଉ ୨ମିମି ଭିତରେ ପଶିଯାଇଥିଲେ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାନ୍ତା। ସର୍ଜରୀ ପରେ ତାଙ୍କୁ ଆଇସିୟୁର ସ୍ବତନ୍ତ୍ର କୋଠରୀକୁ ପଠାଯାଇଛି। ଏବେ ସେ ସପ୍ତାହେ ଯାଏ ବିଶ୍ରାମ ନେବେ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Shahid attacked Saif: Big update here | Argus News