Bollywood Updates / ଭାଇରାଲ ହେଉଛି ଶାହିଦ-କ୍ରିତିଙ୍କ ଫଟୋ...

Key Points
'କକଟେଲ୍-୨’ ସେଟ୍ରୁ ଲିକ୍ ହେଲା ଶାହିଦ-କ୍ରିତିଙ୍କ ଫଟୋ
ଫ୍ୟାନ୍ସ ଦେଲେ ଏମିତି ମେସେଜ...
ଖୁବଶୀଘ୍ର ବଡ଼ ପରଦାକୁ ଆସିବାକୁ ଯାଉଛି ଫିଲ୍ମ ‘କକଟେଲ ୨’। ଯାହାକୁ ନେଇ ଫ୍ୟାନ୍ସ ବି ଅପେକ୍ଷାରେ ଅଛନ୍ତି। ଫିଲ୍ମର ସୁଟିଂ ଇଟାଲୀର ସିସଲୀରେ ଚାଲୁ ରହିଛି । ହେଲେ ଏହା ପୂର୍ବରୁ ଭାଇରାଲ ହେବାରେ ଲାଗିଛି ଏହି ଫିଲ୍ମର କିଛି ଫଟୋ। ଯାହାକୁ ନେଇ ସବୁଠି ଚର୍ଚ୍ଚା। ହୋମୀ ଅଦାଜାନିଆଙ୍କ ଲାଟେଷ୍ଟ ଫିଲ୍ମ ‘କକଟେଲ ୨’ର ଚର୍ଚ୍ଚା ଚାରିଆଡ଼େ ହେବାରେ ଲାଗିଛି । ପୂର୍ବରୁ ଫିଲ୍ମର ନିର୍ଦ୍ଦେଶକ ହୋମୀ ଅଦାଜାନିୟା ନିଜ ଫିଲ୍ମର ଷ୍ଟାରକାଷ୍ଟର କେତେକ ବିଟିଏସ ଫଟୋ ଏବଂ ଭିଡ଼ିଓ ସେୟାର କରିଥିଲେ । ଯାହା ସୋସିଆଲ ମିଡ଼ିଆାରେ ଖୁବ୍ ଭାଇରାଲ ହୋଇଛି । ଏବେ ପୁଣି ଥରେ ଫ୍ୟାନ୍ସ ନିଜର ମନ ପସନ୍ଦର ଅଭିନେତ୍ରୀଙ୍କୁ ସୁଟିଂ କରୁଥିବା ସ୍ପଟ କରିଛନ୍ତି । ପୁଣି ଥରେ ଫିଲ୍ମର ଷ୍ଟାରକାଷ୍ଟର ଫଟୋ ଇଣ୍ଟରନେଟରେ ଛାଇ ଯାଇଛି ।
#ShahidKapoor and #KritiSanon shooting for #Cocktail2 in Italy! ❤️🔥 pic.twitter.com/GkEDOwCxAf
— CINEINFINITY (@cine_infinity) September 17, 2025
ଭାଇରାଲ ଭିଡ଼ିଓରେ ରଶ୍ମିକା ମନ୍ଦାନାଙ୍କୁ ନୂଆ ଲୁକରେ ଦେଖିବାକୁ ମିଳିଛି । ଫିଲ୍ମର ସୁଟିଂ ସମୟରେ ରଶ୍ମିକା ମନ୍ଦାନାଙ୍କ ନୂଆ ହେୟରଷ୍ଟାଇଲ ଏବଂ ଷ୍ଟାଇଲିଶ ଅନ୍ଦାଜ ଫ୍ୟାନ୍ସଙ୍କ ହୃଦୟ ଜିତି ନେଇଛି । ଏହି ଭିଡ଼ିଓ ଫ୍ୟାନ୍ସଙ୍କ ଉତ୍ସାହକୁ ଦ୍ବିଗୁଣିତ କରି ଦେଇଛି ଏବଂ ଫିଲ୍ମକୁ ଫ୍ୟାନ୍ସମାନେ ବହୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ସେହିଭଳି ଅନ୍ୟପଟେ କ୍ରିତି ଏବଂ ଶାହିଦ କପୁରଙ୍କ ଫଟୋ ବି ଭାଇରାଲ ହେବାରେ ଲାଗିଛି ।
📱 Get Argus News App
✨Finally #RashmikaMandanna 's look unveiled from #Cocktail2 😍💫
— ʀᴀꜱʜᴍɪᴋᴀ ꜰᴀɴ ᴜᴍᴀɪᴅ💕 (@rashmikasreign) September 17, 2025
I would say that she's looking different bcz of the haircut in this movie...i am so excited to see more leaks hehehe 😋♥️#KritiSanon #ShahidKapoor pic.twitter.com/ahe5bolToU
ଏହି ସମୟରେ କକଟେଲ ୨ର ଷ୍ଟାରକାଷ୍ଟ ଇଟାଲୀରେ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏଠାରେ ରଶ୍ମିକାଙ୍କୁ ନୂଆ ଲୁକରେ ସ୍ପଟ୍ କରିଛନ୍ତି ଏବଂ ତାଙ୍କ ଫଟୋ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଫିଲ୍ମର ଷ୍ଟାରକାଷ୍ଟ ତଥା ଶାହିଦ କପୁର, କ୍ରିତି ସାନନ ଏବଂ ରଶ୍ମିକା ମନ୍ଦାନାଙ୍କୁ କଲରଫୁଲ କଷ୍ଟ୍ୟୁମ ଏବଂ ନୂଆ ଲୁକରେ ଦେଖାଯାଇଛି । ଏହି ଫିଲ୍ମରେ ପୁଣି ଥରେ ଶାହିଦ ଏବଂ କ୍ରିତିଙ୍କୁ ଏକାଠି ଦେଖିବାକୁ ମିଳିବ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Related Topics
Explore more stories