Videos
|
Entertainment

ସୋ' ବାତିଲ, ମେଡିକାଲରେ ଭର୍ତ୍ତି ଶକିରା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ସୋ' ବାତିଲ, ମେଡିକାଲରେ ଭର୍ତ୍ତି ଶକିରା

ହଲିଉଡ ଗାୟିକା ଶକିରା। ତାଙ୍କ ଗୀତ ଯେମିତି ସମସ୍ତଙ୍କ ହୃଦୟକୁ ଜିଣିଥାଏ, ତାଙ୍କ ଫ୍ୟାନ୍ସ ଫଲୋର୍ସ ମଧ୍ୟ ଖୁବ ଅଧିକ। ଶକିରାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଦୁଃଖ ଖବର। ପପ୍ ଗାୟିକାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଛି। ଯାହା ପରେ ତାଙ୍କୁ ପେରୁର ଏକ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଲା। ଶକିରାଙ୍କର ଏକ ସୋ' ମଧ୍ୟ ବାତିଲ ହୋଇଛି। ରବିବାର ଦିନ, ଶକିରା ଇନଷ୍ଟାଗ୍ରାମ ଏବଂ ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ ସେ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।


ତାଙ୍କ ପେଟରେ ଗମ୍ଭୀର ସମସ୍ୟା ଥିଲା । ଯେଉଁଥିପାଇଁ ସେ ପରଫର୍ମ କରିପାରୁ ନାହାଁନ୍ତି। ଶକିରା କହିଥିଲେ, 'ମୁଁ ଆଜି ମଞ୍ଚକୁ ଆସିପାରିବି ନାହିଁ ବୋଲି ବହୁତ ଦୁଃଖିତ।' ମୁଁ ବହୁତ ଭାବପ୍ରବଣ ଏବଂ ଉତ୍ସାହିତ ଥିଲି ମୋର ପ୍ରିୟ ପେରୁର ପ୍ରଶଂସକମାନଙ୍କୁ ଭେଟିବି ବୋଲି । ଶକିରା ଦୁଃଖ ପ୍ରକାଶ କରି କହିଥିଲେ ଯେ ସେ ଖୁବ୍ ଶୀଘ୍ର ସୋ’ ପାଇଁ ଏକ ନୂଆ ତାରିଖ ଘୋଷଣା କରିବେ। ଶକିରା ଲେଖିଛନ୍ତି, 'ମୋର ଯୋଜନା ହେଉଛି ମୁଁ ସୁସ୍ଥ ହେବା ମାତ୍ରେ ଏହି ସୋ' ଆୟୋଜନ କରିବି।'


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋ ଟିମ ଏବଂ ପ୍ରମୋଟରମାନେ ବର୍ତ୍ତମାନ ଏକ ନୂତନ ତାରିଖ ଉପରେ କାମ କରୁଛନ୍ତି। ଶକିରାଙ୍କ ପେରୁ ଗସ୍ତକୁ ତାଙ୍କ ପ୍ରଶଂସକମାନେ ବହୁତ ଉତ୍ସାହର ସହିତ ସ୍ୱାଗତ କରିଥିଲେ। ସେ ଶୁକ୍ରବାର ରାତିରେ ପେରୁରେ ପହଞ୍ଚିଥିଲେ ଏବଂ ରବିବାର ଓ ସୋମବାର ଲିମାରେ କାର୍ଯ୍ୟକ୍ରମ କରିବାର ଥିଲା। ହେଲେ ସବୁ କିଛି ବାତିଲ କରିଦେଇଛନ୍ତି।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: