ବଲିଉଡ୍ ଏଣ୍ଟ୍ରି କଲେ ଶନାୟା କପୁର, ଟିଜର ରିଲିଜ

Key Points
ବଲିଉଡ୍ ଏଣ୍ଟ୍ରି କଲେ ଶନାୟା କପୁର
ବିକ୍ରାନ୍ତ ମେସିଙ୍କ ସହ କରିବେ ସ୍କ୍ରିନ୍ ସେୟାର
ସୋସିଆଲ ମିଡିଆରେ ଭାଇରାଲ
ବିକ୍ରାନ୍ତ ମେସିଙ୍କ ହାତରେ ଏକାଧିକ ପ୍ରୋଜେକ୍ଟ ରହିଛି
ପୁଣି ବଲିଉଡରେ ନୂଆ ଯୋଡିଙ୍କ ଏଣ୍ଟ୍ରି। ପ୍ରଥମ ଥର ଶନାୟା କପୁର ବଲିଉଡରେ ଆସିବେ ନଜର। ଆଁଖୋ କି ଗୁସ୍ତାଖିୟାଁ’ ଜରିଆରେ ବଲିଉଡ୍ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଶନାୟା କପୁର । ଏହି ରୋମାଣ୍ଟିକ୍ ମ୍ୟୁଜିକାଲ ଡ୍ରାମାର ଟିଜର୍ ଗୁରୁବାର ରିଲିଜ୍ ହୋଇଛି । ପ୍ରେମ, ନିରବତା ଓ ଭାବପୂର୍ଣ୍ଣ ସମ୍ପର୍କକୁ ପରଦାରେ ବର୍ଣ୍ଣନା କରିବାକୁ ଯାଉଥିବା ଏହି ଫିଲ୍ମରେ ଶନାୟାଙ୍କ ଅପୋଜିଟ୍ରେ ନଜର ଆସିବେ ବିକ୍ରାନ୍ତ ମେସି ।
ଆଗକୁ ବିକ୍ରାନ୍ତ ମେସିଙ୍କ ହାତରେ ଏକାଧିକ ପ୍ରୋଜେକ୍ଟ ରହିଛି । ସେ ଏକ ବାୟୋପିକ୍ରେ ନଜର ଆସିବେ । ଏଥିରେ ସେ ଧର୍ମଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଭୂମିକା ନିର୍ବାହ କରିବେ । ରାଜକୁମାର ହିରାନିଙ୍କ ଅପ୍କମିଙ୍ଗ ୱେବ୍ ସିରିଜ୍ରେ ମଧ୍ୟ ତାଙ୍କୁ କାଷ୍ଟ୍ କରାଯାଇଛି। ସେତିକି ନୁହେଁ, ଫରହାନ ଅଖ୍ତରଙ୍କ ‘ଡନ୍-୩’ ପାଇଁ ମଧ୍ୟ ତାଙ୍କ ସହ ଆଲୋଚନା ଚାଲିଛି ।
ଦୁଇଜଣ ଅପିରିଚିତଙ୍କ ମଧ୍ୟରେ ଏକ ଗଭୀର ଭାବପୂର୍ଣ୍ଣ ବନ୍ଧନ ଆରମ୍ଭ ହୋଇଥିବା ଟିଜର୍ରେ ଦେଖିବାକୁ ମିଳିଛି । ଶନାୟାଙ୍କ ମା’ ମହୀପ କପୁର ନିଜ ସୋସିଆଲ ମିଡିଆ ଆକାଉଣ୍ଟ୍ରେ ଫିଲ୍ମର ଟିଜର୍ ଶେୟାର କରିଛନ୍ତି । ବଲିଉଡ୍ ଡେବ୍ୟୁ ସହିତ ଶନାୟା ଖୁବ୍ଶୀଘ୍ର ଆଗକୁ ବଢୁଛନ୍ତି । ବିଜୟ ନାମ୍ବିୟାରଙ୍କ ଅପ୍କମିଙ୍ଗ ପ୍ରୋଜେକ୍ଟ ‘ତୁ ୟା ମେଁ’ରେ ସେ ନଜର ଆସିବେ । ତାଙ୍କ ସହ ସ୍କ୍ରିନ୍ ଶେୟାର କରିଛନ୍ତି ଆଦର୍ଶ ଗୌରବ ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: