ସତ ଆସିଲା ସାମ୍ନାକୁ, କେମିତି ହେଲା ଶେଫାଲୀଙ୍କ ମୃତ୍ୟୁ ?

Key Points
ଆଉ ନାହାନ୍ତି କାଣ୍ଟା ଲଗା ଅଭିନେତ୍ରୀ
ସତ ଆସିଲା ସାମ୍ନାକୁ, କେମିତି ହେଲା ଶେଫାଲୀଙ୍କ ମୃତ୍ୟୁ
ହେଲେ ଅଧା ରହିଗଲା ଶେଫାଲୀଙ୍କ ସ୍ୱପ୍ନ
ଇଞ୍ଜେକସନ୍ ନେଇଗଲା ଅଭିନେତ୍ରୀଙ୍କ ଜୀବନ
‘କାଣ୍ଟା ଲଗା’ ସହିତ ଲକ୍ଷ ଲକ୍ଷ ହୃଦୟରେ ରାଜ କରିଥିବା ଶେଫାଲି ଜାରିୱାଲା ଆଉ ଏ ଦୁନିଆରେ ନାହାନ୍ତି। ୪୨ ବର୍ଷ ବୟସ, ଦୁଇଟି ବିବାହ, ପ୍ରେମ ସମ୍ପର୍କ, ତଥାପି ଅଧା ରହିଗଲା ଅଭିନେତ୍ରୀଙ୍କ ସ୍ୱପ୍ନ। କିନ୍ତୁ ଏବେ ସବୁକିଛି ଶେଷ। କେବଳ ସ୍ମୃତି। ଗ୍ଲାମର ଜଗତର ଏକ ଚମକଦାର ତାରକା ଥିବା ଶେଫାଲି ଜାରିୱାଲା ଭିତରେ ଏକ ଲମ୍ବା ଯୁଦ୍ଧ ଲଢ଼ୁଥିଲେ। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ୨୭ ଜୁନ୍ ରାତିରେ ହୃଦଘାତ ତାଙ୍କ ଜୀବନକୁ ସବୁଦିନ ପାଇଁ ଶେଷ କରିଦେଇଥିଲା। ହେଲେ ଖବର ଆସୁଛି କି ସୁନ୍ଦରୀଙ୍କ ଜୀବନ ନେଇଗଲା ତାଙ୍କ ସୁନ୍ଦରତା। ଆଜ୍ଞା ହଁ, ହିରୋଇନମାନେ ବୟସ ବଢ଼ିବା ସହିତ ଅଧିକ ସୁନ୍ଦର ଦେଖାଯାଆନ୍ତି। ମାନେ ବୟସ ତ ବଢ଼ୁଥାଏ, ହେଲେ କମ୍ ବୟସର ଦେଖାଯିବା ପାଇଁ ଭିନ୍ନ ଭିନ୍ନ ଟ୍ରିଟମେଣ୍ଟ ଆପଣାଇଥାନ୍ତି। ଯାହା ତାଙ୍କ ଜୀବନ ନେବାରେ ପଛଘୁଞ୍ଚା ଦେଇନଥାଏ। ଠିକ ଏମିତି କିଛି ଆଣ୍ଟି ଏଜିଙ୍ଗ ଇଞ୍ଜେକସନ୍ ନେଉଥିଲେ ଶେଫାଲୀ। ଯାହାଦ୍ୱାରା ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି। ସେପଟେ ଏହା କେବଳ ଯେ ଶେଫାଲୀ କରୁଥିଲେ ତାହା ନୁହେଁ, ବଲିଉଡର ଅନେକ ଅଭିନେତ୍ରୀ ଏହି ଟ୍ରିଟମେଣ୍ଟକୁ ଆପଣାଉଛନ୍ତି। କେବଳ ବଲିଉଡ ନୁହେଁ, ଟଲିଉଡ ଏବଂ ଓଲିଉଡରେ ମଧ୍ୟ ଅଭିନେତ୍ରୀ ମାନେ ସୁନ୍ଦର ଦେଖାଯିବା ପାଇଁ କିଛି ବି କରୁଛନ୍ତି। ଶେଫାଲିଙ୍କ ହଠାତ ମୃତ୍ୟକୁ ନେଇ ସବୁଠି ପ୍ରଶ୍ନ ଉଠୁଥିବାବେଳେ କମ୍ ବୟସରୁ ହୃଦଘାତ ମଧ୍ୟ ଏକ ବଡ ସମସ୍ୟା। ଏତେ ଫିଟ ଥାଇବି କେମିତି କିଛି ଜାଣିପାରିଲେନି ତାହା ମଧ୍ୟ ପ୍ରଶ୍ନ ଘେରକୁ ଆସୁଛି। ଶେଫାଲୀଙ୍କର ଅନେକ ସ୍ୱପ୍ନ ଅଧୁରା ହୋଇ ରହିଗଲା।
‘କାଣ୍ଟା ଲଗା ଗାର୍ଲ’… ତା’ପରେ ‘ବିଗ୍ ବସ୍ ୧୩’… କିନ୍ତୁ ଏସବୁ ପଛରେ ଲୁଚି ରହିଥିଲା ଜଣେ ଝିଅର ହୃଦୟ ଭଙ୍ଗା କାହାଣୀ। ଯାହା କେବେ ବାହାରକୁ ଆସିନଥିଲା । ଶେଫାଲିଙ୍କ ପ୍ରଥମ ବିବାହ ୨୦୦୪ ମସିହାରେ ଗାୟକ ହରମିତ୍ ସିଂହଙ୍କ ସହିତ ହୋଇଥିଲା। ଆରମ୍ଭରେ ସବୁକିଛି ଠିକ୍ ଥିଲା, କିନ୍ତୁ ୫ ବର୍ଷ ପରେ ସବୁକିଛି ବଦଳିଗଲା। ଏକ ସାକ୍ଷାତକାରରେ ଶେଫାଲି କହିଥିଲେ – ‘ମୋର ପ୍ରଥମ ବିବାହ… ଏକ ନିର୍ଯାତନା ପାଲଟି ଯାଇଥିଲା। ସେହି ସମ୍ପର୍କ ମୋତେ ଭିତରୁ ଭାଙ୍ଗି ଦେଉଥିଲା।’ସେ ତାଙ୍କ ସ୍ୱାମୀଙ୍କ ଉପରେ ଘରୋଇ ହିଂସା ଏବଂ ମାନସିକ ନିର୍ଯାତନାର ଅଭିଯୋଗ ଆଣିଥିଲେ। ଏକ ଏଫଆଇଆର ମଧ୍ୟ ରୁଜୁ ହୋଇଥିଲା।
୨୦୧୪ ମସିହାରେ ଶେଫାଲୀ ପରାଗ ତ୍ୟାଗୀଙ୍କୁ ବିବାହ କରିଥିଲେ, କିନ୍ତୁ ଏହି ବିବାହ ମଧ୍ୟ ସହଜ ନଥିଲା। ଦୁଇଥର ତାରିଖ ସ୍ଥିର ହୋଇଥିଲା… ଏବଂ ତା’ପରେ ଭାଙ୍ଗି ଯାଇଥିଲା। ଶେଷରେ, ଘରେ ଏକ ପଞ୍ଜିକୃତ ବିବାହ ହୋଇଥିଲା, ଯେଉଁଥିରେ କେବଳ ଜଣେ ସାକ୍ଷୀ ଥିଲା – ଆଉ ସେ ହେଉଛି ସେମାନଙ୍କର ପୋଷା କୁକୁର। ଦ୍ୱିତୀୟ ବିବାହ ପରେ, ଆଉ ଏକ ଯୁଦ୍ଧ ଆରମ୍ଭ ହୋଇଥିଲା – ମା ହେବା ପାଇଁ। ବୟସର ପାର୍ଥକ୍ୟ, ଚିକିତ୍ସା ସମସ୍ୟା ଏବଂ ଆଇନଗତ ଜଟିଳତା। ଏସବୁ ମିଶି ତାଙ୍କୁ ମା ହେବାରୁ ବାଧା ଦେଇଥିଲା। କୋଭିଡରେ ତାଙ୍କ ପ୍ରିୟଜନଙ୍କୁ ହରାଇବା ପରେ, ସେ ମନରୁ ପିଲା ଜନ୍ମ କରିବା ଭାବନା କାଢ଼ି ଦେଇଥିଲେ। ହେଲେ ଏବେ ଶେଫାଲି ଆଉ ନାହାନ୍ତି। ତାଙ୍କ ମୃତ୍ୟୁ ପରେ, ତାଙ୍କ ସ୍ୱାମୀ ଏବଂ ମାଆଙ୍କ ହୃଦୟଭଙ୍ଗା କାନ୍ଦ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସମସ୍ତେ କହୁଛନ୍ତି ଯେ ଏହି ଶକ୍ତିଶାଳୀ ଦେଖାଯାଉଥିବା ଝିଅଟି ଭିତରେ ଏତେ ଭାଙ୍ଗି ପଡ଼ିଥିଲା?
କେବଲ ସେତିକି ନୁହେଁ। ଆପଣ କ’ଣ ଜାଣନ୍ତି ଯେ ହରମିତ୍ ଏବଂ ପରାଗଙ୍କ ପୂର୍ବରୁ ମଧ୍ୟ ଶେଫାଲିଙ୍କ ଜୀବନରେ ଆଉ କେହି ଜଣେ ଥିଲେ। ତାଙ୍କ ନାମ ସିଦ୍ଧାର୍ଥ ଶୁକ୍ଳା। ଶେଫାଲି କହିଥିଲେ ଯେ ସେ ଏକାଦଶ ଶ୍ରେଣୀରେ ସିଦ୍ଧାର୍ଥଙ୍କୁ ଡେଟ୍ କରିଥିଲେ। କେବଳ ଏତିକି ନୁହେଁ… ତାଙ୍କ ଉଭୟ ସ୍ୱାମୀ ଏହି ସମ୍ପର୍କ ବିଷୟରେ ଜାଣିଥିଲେ, କିନ୍ତୁ କେହି ଏ ବିଷୟରେ ଆଲୋଚନା କରନ୍ତି ନାହିଁ। ଗୋଟିଏ ବିବାହ ତାଙ୍କୁ ଭାଙ୍ଗି ଦେଲା, ଦ୍ୱିତୀୟ ବିବାହରେ ଝିଅରୁ ମାଆ ହେବାର ସ୍ୱପ୍ନ ଅଧୁରା ରହିଗଲା ଏବଂ ଯେତେବେଳେ ସେ ଜୀବନ ବଞ୍ଚିବାକୁ ନିଷ୍ପତ୍ତି ନେଲେ… ମୃତ୍ୟୁ ତାଙ୍କୁ କୋଳେଇ ନେଲା।