Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଶେଫାଲୀଙ୍କ ମୃତ୍ୟୁର ଭବିଷ୍ୟବାଣୀ କରିଥିଲେ ଅଭିନେତା, ଫ୍ୟାନ୍ସ ଶୁଣି...

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଶେଫାଲୀଙ୍କ ମୃତ୍ୟୁର ଭବିଷ୍ୟବାଣୀ କରିଥିଲେ ଅଭିନେତା, ଫ୍ୟାନ୍ସ ଶୁଣି...

Key Points

ସତ ହେଲା ଭବିଷ୍ୟବାଣୀ
ଶେଫାଲୀଙ୍କ ମୃତ୍ୟୁର ଭବିଷ୍ୟବାଣୀ କରିଥିଲେ ଅଭିନେତା
Video ଭାଇରାଲ ପରେ ଫ୍ୟାନ୍ସ ଆଶ୍ଚର୍ଯ୍ୟ

ଆଉ ନାହାନ୍ତି ଆମ ଗହଣରେ ଅଭିନେତ୍ରୀ ଶେଫାଲୀ ଜରିଓ୍ୱାଲା। ଏପର୍ଯ୍ୟନ୍ତ ବି ତାଙ୍କ ମୃତ୍ୟୁ ଖବରକୁ ନେଇ ଚିନ୍ତାରେ ପ୍ରଶଂସକ। ମାତ୍ର ୪୨ ବର୍ଷ ବୟସରେ ହୃଦଘାତରେ ଚାଲିଯାଇଛି ତାଙ୍କ ଜୀବନ। ତାଙ୍କର ଆକସ୍ମିକ ନିଧନ ଦିନଯାକ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏକ ଭିଡ଼ିଓ ଭାଇରାଲ ହେଉଛି। କହିବାକୁ ଗଲେ ବର୍ତ୍ତମାନ ଭିନ୍ନ ଭିନ୍ନ କଥା ସୋସିଆଲ ମିଡିଆରେ ଘୂରିବୁଲୁଛି। କିଏ କହୁଛି ଅଭିନେତ୍ରୀ ସୁନ୍ଦର ଦେଖାଯିବା ପାଇଁ ଇଞ୍ଜେକସନ୍‌ ନେଉଥିଲେ, ତ ଆଉ କିଏ କହୁଛି ହାର୍ଟ ଆଟାକ୍‌। କିନ୍ତୁ ଆପଣ ଜାଣନ୍ତି କି ପାରସ ଛାବଡ଼ା ଶେଫାଲୀଙ୍କ ମୃତ୍ୟୁକୁ ନେଇ ଭବିଷ୍ୟବାଣୀ କରିଥିଲେ।

ଯାହା ବର୍ତ୍ତମାନ ଭାଇରାଲ ହେଉଛି। ଶେଫାଳୀଙ୍କ ସହ ପ୍ରତିଯୋଗୀ ଭାବେ ବିଗ୍‌ବସ୍‌ ୧୩ରେ ନଜର ଆସିଥିଲେ ପାରସ। କିଛିଦିନ ପୂର୍ବେ ଶେଫାଳୀ ଟେଲି ଅଭିନେତା ପାରସ ଛାବଡ଼ାଙ୍କ ପୋଡକାଷ୍ଟରେ ଭାଗ ନେଇଥିଲେ। ଏଥିରେ ଶେଫାଳୀ ନିଜ ଜୀବନର ଅନେକ ରହସ୍ୟ ଉପରୁ ପରଦା ହଟାଇଥିଲେ। ଏହି ସମୟରେ ପାରସ ଶେଫାଳୀଙ୍କ କୁଣ୍ଡଳୀ ଦେଖିଥିଲେ। ସେହି ସଭୟରେ ତାଙ୍କ ମୃତ୍ୟୁକୁ ନେଇ ଭବିଷ୍ୟବାଣୀ କରିଥିଲେ। ଏବେ ତାହା ସତ ହେବା ପରେ ଭିଡିଓଟି ବେଶ ଭାଇରାଲ ହେଉଛି।
ଶେଫାଲିଙ୍କ ସହ କଥାବାର୍ତ୍ତା ସମୟରେ ପାରସ କହିଥିଲେ- ’ମୁଁ ତୁମର କୁଣ୍ଡଳୀ ଦେଖିଲି। ଚନ୍ଦ୍ର, କେତୁ ଏବଂ ବୁଧ ସମସ୍ତେ ତୁମର ଭୂମି ଘରେ ବସିଛନ୍ତି। ତେଣୁ ଚନ୍ଦ୍ର ଏବଂ କେତୁର ମିଶ୍ରଣ ବହୁତ ବିପଦପୂର୍ଣ୍ଣ। ପୃଥିବୀ ଘର ସର୍ବଦା ଧ୍ୱଂସର କାରଣ। ହଠାତ ମୃତ୍ୟୁ ଘଟେ।’

ଶେଫାଲୀଙ୍କ ମୃତ୍ୟୁ ପରେ, ପୋଲିସ ତଦନ୍ତରେ ଅନେକ ନୂତନ ଖୁଲାସା ହୋଇଛି। ସେ ବାର୍ଦ୍ଧକ୍ୟ ପ୍ରତିରୋଧ ପାଇଁ ଭିଟାମିନ ଏବଂ ଔଷଧ ଖାଉଥିଲେ। ଜୁନ ୨୭ ତାରିଖରେ ଘରେ ପୂଜା ହେଉଥିଲା, ଯେଉଁଥିପାଇଁ ଶେଫାଳୀ ଉପବାସ ରଖିଥିଲେ। କିନ୍ତୁ ସେ ବାର୍ଦ୍ଧକ୍ୟ ପ୍ରତିରୋଧୀ ଔଷଧ ମଧ୍ୟ ଖାଇଥିଲେ। ପୋଲିସ ଅନୁସାରେ, ରାତି ପ୍ରାୟ ୧୦ ରୁ ୧୧ ଟା ସମୟରେ ହଠାତ ତାଙ୍କ ଶରୀର ଥରିବାକୁ ଲାଗିଲା ଏବଂ ସେ ତଳେ ପଡ଼ିଗଲେ। ଏହା ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ପରେ ହିଁ ଡାକ୍ତର କହିଥିଲେ ଯେ, ତାହାଙ୍କର ମୃତ୍ୟୁ ହୋଇଛି। ଏଖବର ହୁଏତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି, ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କେହିବି ବିଶ୍ୱାସ କରିପାରୁନାହାନ୍ତି କି ଶେଫାଲୀ ଆଉ ଏ ଦୁନିଆରେ ନାହାନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
shefali-jariwalas-death-old-video-of-paras-chhabras-sudden-death-prediction-resurfaces | Argus News