ଅଭିନେତ୍ରୀ ନିଜେ କହିଲେ କେମିତି ପତଳା ହେଲେ ?

Key Points
୬ ମାସରେ ୧୨ କିଲୋ ଓଜନ ହ୍ରାସ
ଜାଣନ୍ତୁ ଅଭିନେତ୍ରୀଙ୍କ ଡାଏଟ୍ ପ୍ଲାନ୍
ଶେହନାଜ ଗିଲ ସ୍ଲିମ୍ ହେବାର ଖୁଲାସା କରିଥିଲେ
ଆଜିକାଲି ପତଳା ହେବା, ସବୁବେଳେ ଫିଟ୍ ରହିବା ପାଇଁ ସମସ୍ତେ ଚାହାନ୍ତି। ଅଭିନେତ୍ରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକମାନେ ଏଭଳି ଚାହାନ୍ତି। ତେବେ ସେଲିବ୍ରିଟିମାନେ କେଉଁ ଡାଏଟ୍ ଫଲୋ କରନ୍ତି, କଣ ଖାଆନ୍ତି ଏହା ଜାଣିବାକୁ ସମସ୍ତେ ଇଛୁକ। ଏବେ ଏବେ ବଲିଉଡ ଅଭିନେତ୍ରୀ ଶେହନାଜ ଗିଲ ନିଜର ଓଜନ କମାଇଛନ୍ତି। ମାତ୍ର । ୬ ମାସରେ ୧୨ କିଲୋଗ୍ରାମ ଓଜନ ହ୍ରାସ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ଶେହନାଜ ଏବେ ତାଙ୍କ ଫଟୋରେ ସେୟାର କରିଛନ୍ତି ଯାହାକୁ ଦେଖି ସଭିଏଁ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଶେହନାଜ ତାଙ୍କର ଡାଏଟ୍ ପ୍ଲାନ ସେୟାର କରିଛନ୍ତି। ବିଗ୍ ବସ୍ରେ ମୋଟା ଦେଖାଯାଉଥିବା ଶେହନାଜ୍ ଏବେ ସ୍ଲିମ୍ ଟ୍ରିମ୍ ।
ନିକଟରେ ଶେହନାଜ ଗିଲ ତାଙ୍କ ସ୍ଲିମ୍ ହେବାର ଖୁଲାସା କରିଥିଲେ । କହିଥିଲେ ଯେ ତାଙ୍କ ଦିନର ଆରମ୍ଭ ହଳଦୀ ପାଣି ଏବଂ ଆପଲ୍ ସାଇଡର୍ ଭିନେଗାର ସହିତ କରନ୍ତି। ଏହା ପରେ ସେ ତାଙ୍କର ମେଟାବୋଲିଜିମ୍ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଗୋଟିଏ କପ୍ ଚା’ ପିଅନ୍ତି। ଶେହନାଜ ବ୍ରେକ୍ଫାଷ୍ଟରେ ମୁଗ, ଦୋସା କିମ୍ବା ମେଥି ପରଟା ଖାଆନ୍ତି, ବେଳେବେଳେ ପନିପରିବା ତରକାରୀ ମଧ୍ୟ ଖାଆନ୍ତି। ଏହା ବ୍ୟତୀତ ଲଞ୍ଚରେ ପୁଷ୍ଟିକର ଖାଦ୍ୟ ଡାଲି ଏବଂ ଘିଅ ରୁଟି, ଗଜା ସାଲାଡ ଏବଂ ଟୋଫୁ ଖାଆନ୍ତି। ଏଥିରୁ ସେ ପ୍ରୋଟିନ ସହିତ କାର୍ବୋହାଇଡ୍ରେଟ୍ ଏବଂ ଫାଇବର ମଧ୍ୟ ପାଆନ୍ତି।
ସନ୍ଧ୍ୟାରେ ଶେହନାଜ ଘିଅରେ ଭଜା ମଖାନା ଖାଇବାକୁ ପସନ୍ଦ କରନ୍ତି।
ଏହା କ୍ୟାଲୋରୀରେ କମ୍, ପୁଷ୍ଟିସାରରେ ପରିପୂର୍ଣ୍ଣ ଏବଂ ପାଚନକ୍ରିୟାକୁ ଠିକ ରଖେ। ଏହା ରୋଗ ପ୍ରତିରୋଧକ ଶକ୍ତି ଏବଂ ହାଡ଼ର ସ୍ୱାସ୍ଥ୍ୟକୁ ଉନ୍ନତ କରେ। ଶେହନାଜ ଡିନରରେ ବହୁତ ହାଲୁକା ଖାଦ୍ୟ ଖାଆନ୍ତି। ଯେପରିକି ଖେଚେଡି, ଦହୀ ଏବଂ କ୍ଷୀର । କାହିଁକି ନା ଏହା ହଜମରେ ସାହାଯ୍ୟ କରିବା ସହିତ ମେଟାବୋଲିଜିମ୍ ମଧ୍ୟ ଠିକ୍ ରଖେ। ଶେହନାଜ କହିଛନ୍ତି ଯେ ଓଜନ ହ୍ରାସ କରିବା ପାଇଁ ସେ କେବଳ କିଛି ଖାଦ୍ୟ ହ୍ରାସ କରିଥିଲେ ଏବଂ ନିଜ ଓଜନକୁ ନିୟନ୍ତ୍ରଣ କରିଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: