Videos
|
Entertainment

ପୁଅର ମୃତ୍ୟୁ ପରେ ଡିପ୍ରେସନରେ ଥିଲେ ଶେଖର ସୁମନ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପୁଅର ମୃତ୍ୟୁ ପରେ ଡିପ୍ରେସନରେ ଥିଲେ ଶେଖର ସୁମନ

Key Points

ମୁଁ ବଞ୍ଚିବାକୁ ଚାହୁଁ ନଥିଲି
ପୁଅର ମୃତ୍ୟୁ ପରେ ଡିପ୍ରେସନରେ ଥିଲେ ଶେଖର ସୁମନ

ଭାଇରାଲ ହେଉଛି ପୋଷ୍ଟ

ନିଜର କିଛି ଖରାପ ଅନୁଭୂତି ସେୟାର କଲେ ବଲିଉଡ ଅଭିନେତା ଶେଖର ସୁମନ । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଅଭିନେତା ଶେଖର ସୁମନ ତାଙ୍କର କୌଣସି ଫିଲ୍ମ କିମ୍ବା ବିବାଦ ପାଇଁ ନୁହେଁ ବରଂ ସିକ୍ରେଟ୍ କଥା ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଶେଖର ସୁମନ ତାଙ୍କ ଜୀବନର ଏକ ବଡ଼ ରହସ୍ୟ ସମସ୍ତଙ୍କ ସମ୍ମୁଖରେ ପ୍ରକାଶ କରିଛନ୍ତି। ଯେଉଁଥିରେ ସେ ତାଙ୍କ ପୁଅ ଆୟୁଷଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଥିବା ଡିପ୍ରେସନ ବିଷୟରେ କହିଛନ୍ତି, ଯେତେବେଳେ ତାଙ୍କର ବଞ୍ଚିବାର ଇଚ୍ଛା ମଧ୍ୟ ନଥିଲା। ଶେଖର ସୁମନ ତାଙ୍କର ଏକ ସୋସିଆଲ ମିଡିଆ ପୋଷ୍ଟରେ ଏହି ସବୁ କଥା ଲେଖିଛନ୍ତି।


ଶେଖର ସୁମନ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ତାଙ୍କ ପୁଅ ଅଧୟନ ସୁମନ ଏବଂ ପତ୍ନୀ ଅଳକାଙ୍କ ସହ ନଜର ଆସିଛନ୍ତି। ଏହା ଏକ ପୁରୁଣା ଫଟୋ, ଯେଉଁଥିରେ ଅଧୟନ ୧୦-୧୧ ବର୍ଷ ବୟସର ଦେଖାଯାଉଛନ୍ତି । ଏହି ଫଟୋ ସହିତ, ଶେଖର ତାଙ୍କ ସ୍ୱର୍ଗତ ପୁଅ ଆୟୁଷ ସୁମନଙ୍କୁ ମନେ ପକାଇ ଏକ ଲମ୍ବା ଭାବପ୍ରବଣ ନୋଟ ମଧ୍ୟ ଲେଖିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି... ଆୟୁଷଙ୍କ ମୃତ୍ୟୁ ପରେ, ସେ ଏବଂ ତାଙ୍କ ପତ୍ନୀ ଅଳକା ବର୍ଷ ବର୍ଷ ଧରି ଡିପ୍ରେସନରେ ଥିଲେ, ସେମାନେ ବଞ୍ଚିବାର ଇଚ୍ଛା ହରାଇ ଦେଇଥିଲେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶେଖର ସୁମନ ତାଙ୍କ ସ୍ୱର୍ଗତ ପୁଅ ଆୟୁଷ ସୁମନଙ୍କୁ ମନେ ପକାଇ କହିଥିଲେ ଯେ ତାଙ୍କ ପୁଅ ଅଧୟନ ସୁମନ ତାଙ୍କର ଶକ୍ତି। ସେ ହିଁ ତାଙ୍କ ବଞ୍ଚିବାର ମୁଖ୍ୟ କାରଣ। ଶେଖର ତାଙ୍କ ନୋଟରେ ଲେଖିଛନ୍ତି ଯେ ଆମେ ଆମ ଜୀବନର ସବୁଠାରୁ ବଡ଼ ଦୁଃଖରୁ ଏବେ ଏବେ ବାହାରୁଛୁ। ଏକ ବିରଳ ହୃଦରୋଗ ଯୋଗୁଁ ଆମେ ଆମର ବଡ଼ ପୁଅ ଆୟୁଷକୁ ହରାଇଛୁ । ସେତେବେଳେ ଆମ ପାଇଁ ପରିସ୍ଥିତି ବହୁତ କଷ୍ଟକର ଥିଲା। ଆୟୁଷଙ୍କ ମୃତ୍ୟୁ ପରେ, ଅଳକା ଏବଂ ମୁଁ ବର୍ଷ ବର୍ଷ ଧରି ଡିପ୍ରେସନରେ ଥିଲୁ। ଅଧୟନ ହିଁ ଆମର ବଳ । ସେ ହିଁ ବଡ଼ ଉତ୍ସ । ଏବେ ସିଏ ଆମର ବଞ୍ଚିବାର କାରଣ । ଏହା ସେୟାର କରିବା ସମୟରେ ଶେଖର କାନ୍ଦି ପକାଇଥିଲେ।