Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରେ ଶିଳ୍ପା ସେଟ୍ଟୀ, କହିଲେ...

Banajyotshna Ray
Browse all articles by Banajyotshna Ray
·11 months ago·2 min read
ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରେ ଶିଳ୍ପା ସେଟ୍ଟୀ, କହିଲେ...

Key Points

ପ୍ରେମାନନ୍ଦ ମହାରାଜଙ୍କ ଚରଣରେ ସେଲିବ୍ରିଟି
କହିଲେ ଆପଣଙ୍କ କଷ୍ଟ ଦେଖି ସହି ହେଉନାହିଁ
ଆପଣ କହିଲେ ମୁଁ କିଡନୀ ଦେବି


ଆଧ୍ୟାତ୍ମିକ ଗୁରୁ ଶ୍ରୀ ପ୍ରେମାନନ୍ଦ ମହାରାଜ । ଦେଶରେ ତାଙ୍କୁ କିଏ ବା ନଜାଣେ । ଘରେ ଘରେ ବେଶ ପରିଚିତ ମହାରାଜ ଜୀ । ଶ୍ରୀ ରାଧାରାଣୀଙ୍କ ଭଜନ କୀର୍ତ୍ତନ କରୁଥିବା ପ୍ରେମାନନ୍ଦ ମହାରାଜଙ୍କ କଥା ଯିଏ ବି ଶୁଣିବ ସିଏ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବ । କାରଣ ନିଜର ଦୁଇଟି ଯାକ କିଡନୀ ଫେଲ ହେଲା ପରେ ବି ଜନତାଙ୍କୁ ସତମାର୍ଗରେ ନେବା ପାଇଁ ଦିନରାତି ପରିଶ୍ରମ କରୁଛନ୍ତି, ପ୍ରବଚନ ବି ଦେଉଛନ୍ତି । ସୋସିଆଲ ମିଡିଆରେ ଅନେକ ସମୟରେ ତାଙ୍କର ପ୍ରବଚନ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲେ ।

ତାଙ୍କୁ ଅନେକ ଲୋକ ଅନୁସରଣ କରନ୍ତି। କ୍ରିକେଟର ବିରାଟ କୋହଲି ଅନୁଷ୍କାଙ୍କ ସର୍ବଦା ବାବାଙ୍କ ଆଶ୍ରମରେ ଦେଖିବାକୁ ମିଳିଥାଏ। ଏବେ ଶିଳ୍ପା ସେଟ୍ଟୀ ତାଙ୍କ ସ୍ୱାମୀଙ୍କ ସହିତ ବାବାଙ୍କ ଆଶ୍ରମରେ ପହଞ୍ଚିଛନ୍ତି। ନିକଟରେ ଶିଳ୍ପା ସେଟ୍ଟୀ ତାଙ୍କ ସ୍ୱାମୀ ରାଜକୁନ୍ଦ୍ରାଙ୍କୁ ନେଇ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରେ ପହଞ୍ଚିଥିଲେ। ଯାହାର ଭିଡିଓ ଭାଇରାଲ ହେଉଛି। ଏଠାରେ ପ୍ରେମାନନ୍ଦ ମହାରାଜ ଉଭୟଙ୍କ ଜୀବନ ସାର୍ଥକ କରିବା ପାଇଁ ସଦମାର୍ଗ, ଜୀବନକୁ ଜ୍ଞାନପୂର୍ଣ୍ଣ ଦର୍ଶନ ରଖିବାକୁ ଦୁହିଁଙ୍କୁ ପରାମର୍ଶ ଦେଇଥିଲେ। ଏହି ସମୟରେ ରାଜ କୁନ୍ଦ୍ରା ପ୍ରେମାନନ୍ଦ ବାବାଙ୍କୁ ଏଭଳି କଥା କଥା କହିଛନ୍ତି, ଯାହା ଚର୍ଚ୍ଚାର ବିଷୟ ପାଲଟିଛି।

ରାଜ କୁନ୍ଦ୍ରା ଜଣେ କୋଟିପତି ବ୍ୟବସାୟୀ ଏବଂ କିଛି ସମୟ ଧରି ଚଳଚ୍ଚିତ୍ର ଜଗତରେ ସକ୍ରିୟ ଅଛନ୍ତି। ବହୁତ କମ୍ ଲୋକ ଜାଣନ୍ତି ଯେ ରାଜ କୁନ୍ଦ୍ରା ଏକ ଚଳଚ୍ଚିତ୍ରରେ ନାୟକ ଭାବରେ କାମ କରିଛନ୍ତି ଏବଂ ଏହି ଚଳଚ୍ଚିତ୍ରଟି ତାଙ୍କ ଜୀବନ ଉପରେ ନିର୍ମିତ ହୋଇଥିଲା। ବାବାଙ୍କୁ ଦେଖି ରାଜ କୁନ୍ଦ୍ରା କହିଲେ, ମୁଁ ଆପଣଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ବିଷୟରେ ଅବଗତ। ଯଦି କିଛି ସାହାର୍ଯ୍ୟ କରିପାରିବି, ତେବେ ମୁଁ ନିଜକୁ ଖୁସି ମନେ କରିବି। ଯାହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ରାଜ କୁନ୍ଦ୍ରା କହିଛନ୍ତି, ‘ମୁଁ ଗତ ଦୁଇ ବର୍ଷ ଧରି ଆପଣଙ୍କୁ ଅନୁସରଣ କରୁଛି। ମୋର ମନରେ କୌଣସି ପ୍ରଶ୍ନ ନାହିଁ କାରଣ ଆପଣଙ୍କ ଭିଡିଓ ସବୁବେଳେ ମୋର କୌଣସି ସନ୍ଦେହ କିମ୍ବା ଭୟକୁ ଦୂର କରେ। ଆପଣ ସମସ୍ତଙ୍କ ପାଇଁ ପ୍ରେରଣା। ମୁଁ ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଜାଣେ ଏବଂ ଯଦି ମୁଁ ଆପଣଙ୍କୁ ସାହାଯ୍ୟ କରିପାରିବି ତେବେ ମୁଁ ଖୁସି ହେବି। ମୁଁ ମୋର ଗୋଟିଏ କିଡନୀ ଆପଣଙ୍କୁ ଦେବାକୁ ଚାହୁଁଛି। ଏହା ଶୁଣିବା ପରେ ପ୍ରେମାନନ୍ଦ ମହାରାଜ ହସିଲେ ଏବଂ କହିଲେ ମୋର କିଛି ବି ଆବଶ୍ୟକ ନାହିଁ। ତୁମେ ଖୁସିରେ ରୁହ। ଆଉ ରାଧା କୃଷ୍ଣଙ୍କ ସରଣରେ ନିଜକୁ ସମର୍ପଣ କର। ତୁମେ ଦେଖିବ ଏହା କରିବା ଦ୍ୱାରା ତୁମକୁ ଅନେକ ବାଧାବିଘ୍ନରୁ ମୁକ୍ତି ମିଳିବ।

ପ୍ରେମାନନ୍ଦ ମହାରାଜ ଯେତେବେଳେ ୫ ବର୍ଷର ଥିଲା, ସେ ହନୁମାନ ଚାଳିଶା ପାଠ କରୁଥିଲା ଏବଂ ଜୀବନର ପରମ ସତ୍ୟ ଖୋଜିବା ପାଇଁ ପ୍ରଶ୍ନ ଉଠାଇ ଘୁରି ବୁଲୁଥିଲେ। ସେବେଠାରୁ ସେ ଭଗବାନଙ୍କ ସରଣରେ । ପ୍ରସିଦ୍ଧ ତାରକାମାନେ ପ୍ରାୟତଃ ମହାରାଜ ଜୀଙ୍କୁ ଦେଖା କରନ୍ତି, ଯିଏ ଜୀବନ ଦର୍ଶନରେ ବୈଦିକ ଜ୍ଞାନର ଗୁରୁତ୍ୱ ଏବଂ ଏକ ବିକଶିତ ଦୃଷ୍ଟିକୋଣ ପ୍ରଦାନ କରନ୍ତି।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Shilpa Shetty REACTS as Raj Kundra offers to donate his kidney to Premanand Maharaj-Argus News | Argus News