Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Bollywood / ଶିଳ୍ପା ଏବଂ ମୋର ପ୍ରେମ ସମ୍ପର୍କ ଥିଲା: ସଚିନ କହିଲେ...

Banajyotshna Ray
Browse all articles by Banajyotshna Ray
·9 months ago·2 min read
ଶିଳ୍ପା ଏବଂ ମୋର ପ୍ରେମ ସମ୍ପର୍କ ଥିଲା: ସଚିନ କହିଲେ...

Key Points

ପ୍ରେମ କରୁଥିଲେ ଶିଳ୍ପା-ସଚିନ

ଏକ ସାକ୍ଷାତକାରରେ କିଛି ଏପରି କହିଛନ୍ତି ଶିଳ୍ପା

ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ

ପ୍ରେମ କରୁଥିଲେ ଶିଳ୍ପା-ସଚିନ ! ଏହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି। ଏବେ, ଏକ ସାକ୍ଷାତକାର ସମୟରେ ଶିଳ୍ପା ଏ ବିଷୟରେ ଖୋଲାଖୋଲି ଭାବରେ ସମ୍ପୂର୍ଣ୍ଣ ସତ କଥା ପ୍ରକାଶ କରିଥିଲେ। ସବୁବେଳେ ଅଭିନେତ୍ରୀ ଏବଂ କ୍ରିକେଟରମାନେ ପ୍ରାୟତଃ ସେମାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। କିଛି କ୍ରିକେଟର ବଲିଉଡ ଅଭିନେତ୍ରୀମାନଙ୍କୁ ବିବାହ କରିଛନ୍ତି, ଆଉ କେତେକଙ୍କ ପ୍ରେମ କାହାଣୀ ଅଧୁରା ରହିଯାଇଛି । କିନ୍ତୁ ଆପଣ କ’ଣ ଜାଣନ୍ତି କି ସଚିନ ତେନ୍ଦୁଲକର ଏବଂ ୯୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ଶିରୋଦକରଙ୍କ ସହିତ ମଧ୍ୟ ଯୋଡା ହୋଇଥିଲା? ଏକ ପୁରୁଣା ସାକ୍ଷାତକାରରେ, କ୍ରିକେଟର ସଚିନ ତେନ୍ଦୁଲକର ଶିଳ୍ପାଙ୍କ ସହ ତାଙ୍କ ସମ୍ପର୍କର ଗୁଜବ ବିଷୟରେ ମଧ୍ୟ କହିଥିଲେ। ଏହି କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା କାରଣ ଉଭୟ ମହାରାଷ୍ଟ୍ରୀୟ। 


ଯେତେବେଳେ ସଚିନଙ୍କୁ ପଚରାଗଲା ଯେ ସେ ନିଜ ବିଷୟରେ ଶୁଣିଥିବା ସବୁଠାରୁ ମୂର୍ଖତାପୂର୍ଣ୍ଣ କଥା କ’ଣ, ସେ ଉତ୍ତର ଦେଇଥିଲେ, "ଶିଳ୍ପା ଏବଂ ମୋର ପ୍ରେମ ସମ୍ପର୍କ ଥିଲା। ସତ କଥା ହେଉଛି, ଆମେ ପରସ୍ପରକୁ ଜାଣି ନାହୁଁ।" କିନ୍ତୁ ଶିଳ୍ପା ଶିରୋଡକର କହିଛନ୍ତି, "ମୁଁ ପ୍ରଥମେ ସଚିନଙ୍କୁ ଟିଭି ଶୋ' 'ହମ୍' କରୁଥିବା ସମୟରେ ଭେଟିଥିଲି।କାରଣ ମୋର କଜିନ୍ ଭାଇ ସଚିନ ରହୁଥିବା ସ୍ଥାନରେ ରହୁଥିଲେ। ସଚିନ ଏବଂ ମୋ କଜିନ୍ ଭାଇ ବାନ୍ଦ୍ରାରେ ଏକାଠି କ୍ରିକେଟ୍ ଖେଳୁଥିଲେ। ସେହି ସମୟରେ ମୁଁ ସଚିନଙ୍କୁ ଭେଟିଥିଲି, ଏବଂ ସଚିନ ସେହି ସମୟରେ ଅଞ୍ଜଳିଙ୍କୁ ଡେଟ୍ କରୁଥିଲେ। ଯାହା କାହାକୁ ଜଣା ନଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଯେତେବେଳେ ଜଣେ ଅଭିନେତ୍ରୀ ସଚିନ ତେନ୍ଦୁଲକରଙ୍କ ପରି ଜଣେ ପ୍ରସିଦ୍ଧ କ୍ରିକେଟରଙ୍କୁ ଭେଟନ୍ତି। ତା ପରେ ଲୋକମାନେ ଏହାକୁ କାହାଣୀ ତିଆରି ବନାନ୍ତି । କିଛି ନ ଜାଣି ବହୁତ କିଛି କହିଦିଅନ୍ତି । ଯାହା ସତ ନୁହଁ । ମୁଁ ଆପଣଙ୍କୁ କହି ଦେଉଛି, ମୁଁ ତାଙ୍କୁ କେବଳ ଥରେ ଭେଟିଥିଲି। ସଚିନ ତେନ୍ଦୁଲକର ୨୪ ମଇ ୧୯୯୫ ରେ ଅଞ୍ଜଳି ତେନ୍ଦୁଲକରଙ୍କୁ ବିବାହ କରିଥିଲେ। ବିବାହ ପୂର୍ବରୁ ସେମାନେ ବହୁତ ଦିନ ଧରି ଡେଟ୍ କରିଥିଲେ। ସଚିନ ଏବଂ ଅଞ୍ଜଳିଙ୍କ ଦୁଇଟି ସନ୍ତାନ, ସାରା ଏବଂ ଅର୍ଜୁନ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics

Explore more stories

Sponsored
Bollywood | Shilpa Shirodkar on Rumoured Affair with Sachin Tendulkar | Argus News | Argus News