Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Bollywood Update / ଫିଲ୍ମ ସେଟ୍‌ରେ ଆହତ ହେଲେ ଶ୍ରଦ୍ଧା କପୁର, ଫ୍ୟାନ୍ସ କହିଲେ...

Banajyotshna Ray
Browse all articles by Banajyotshna Ray
·7 months ago·2 min read
ଫିଲ୍ମ ସେଟ୍‌ରେ ଆହତ ହେଲେ ଶ୍ରଦ୍ଧା କପୁର, ଫ୍ୟାନ୍ସ କହିଲେ...

Key Points

ଫିଲ୍ମ ସେଟ୍‌ରେ ଆହତ ହେଲେ ଶ୍ରଦ୍ଧା କପୁର
ସୁଟିଂ ବନ୍ଦ କଲେ ନିର୍ମାତା

ବଲିଉଡ ବାସନ୍ତୀ ଶ୍ରଦ୍ଧା କପୁର। ସେ ଦେଖିବାକୁ ଯେମିତି ସୁନ୍ଦର, ତାଙ୍କ ଅଭିନୟ ମଧ୍ୟ ଖୁବ ଆକର୍ଷଣୀୟ। ଯେଉଁଥିପାଇଁ ତାଙ୍କର ଅନେକ ଫ୍ୟାନଫଲୋର୍ସ ରହିଛନ୍ତି। ତେବେ ଅଭିନେତ୍ରୀଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଅସୁସ୍ଥ ଅଛନ୍ତି ଶ୍ରଦ୍ଧା କପୁର । ସୁଟିଂ ସେଟରେ ଭାଙ୍ଗିଗଲା ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଗୋଡ଼। ଯାହାକୁ ନେଇ ତାଙ୍କ ପ୍ରଶଂସକମାନେ ମଧ୍ୟ ଚିନ୍ତାରେ ପଡିଯାଇଛନ୍ତି। ଏମିତି କେମିତି ହେଲା ଅଭିନେତ୍ରୀଙ୍କର ବୋଲି ସବୁଠି ଚର୍ଚ୍ଚା। ଘଟଣାକ୍ରମ କିଛି ଏହିପରି ଘଟିଛି । ଶ୍ରଦ୍ଧା ବର୍ତ୍ତମାନ "ଇଥା" ପାଇଁ ସୁଟିଂ କରୁଥିଲେ । ସୁଟିଂ ସମୟରେ ସେ ଆହତ ହୋଇଥିବା ସୂଚନା ମିଳିଛି । ତାଙ୍କର ଗୋଡ଼ ଭାଙ୍ଗିଯାଇଥିବା ରିପୋର୍ଟ ଆସିଛି । ଯାହା ପରେ ଅଭିନେତ୍ରୀ ବର୍ତ୍ତମାନ ମେଡିକାଲରେ ଚିକିତ୍ସିତ ହେଉଥିବା କୁହାଯାଉଛି। ତଥାପି, ଅଭିନେତ୍ରୀଙ୍କ ଟିମ୍ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରାଯାଇ ନାହିଁ କି ଅଭିନେତ୍ରୀ ଶ୍ରଦ୍ଧା କପୁର ମଧ୍ୟ କୌଣସି ସୂଚନା ଦିଆଯାଇନାହିଁ।

ଫିଲ୍ମଟି ମଡ୍ ଆଇଲ୍ୟାଣ୍ଡରେ ସୁଟିଂ କରାଯାଉଥିଲା। ଶ୍ରଦ୍ଧା କପୁର ସେଠାରେ ଡ୍ୟାନ୍ସ ଏବଂ ଅନେକ ଭାବପ୍ରବଣ ସିନ୍ ଶୁଟ୍ କରିଥିଲେ। ନିର୍ମାତା ତାଙ୍କ ଆଘାତ ଯୋଗୁଁ ସୁଟିଂ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଶ୍ରଦ୍ଧା ଶୀଘ୍ର ସୁସ୍ଥ ହୋଇ ପୁଣି ଥରେ ଫିଲ୍ମ ସୁଟିଂକୁ ଫେରିବେ ବୋଲି ଆଶା କରାଯାଉଛି। ରିପୋର୍ଟ ଅନୁଯାୟୀ, ଶ୍ରଦ୍ଧା କପୁର ତାଙ୍କ ଆଗାମୀ ଫିଲ୍ମ "ଇଥା" ପାଇଁ ଏକ ଲାବଣୀ ଡ୍ୟାନ୍ସର ସୁଟିଂ କରୁଥିଲେ। ନୌବାରୀ ଶାଢ଼ି, ଭାରୀ ଅଳଙ୍କାର ଏବଂ ଏକ କମରପଟି ପିନ୍ଧି ଶ୍ରଦ୍ଧା ସୁଟିଂ କରୁଥିଲେ। ହଠାତ ଅଭିନେତ୍ରୀ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ। ସେହି ସମୟରେ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିବା କୁହାଯାଉଛି ।

ରିପୋର୍ଟ ଅନୁଯାୟୀ ଶ୍ରଦ୍ଧାଙ୍କ ଆଘାତ ଯୋଗୁଁ ସୁଟିଂ କିଛି ଦିନ ପାଇଁ ବନ୍ଦ କରାଯାଇଛି। ଟିମ୍ ଦୁଇ ସପ୍ତାହ ମଧ୍ୟରେ ପୁଣି କାମ ଆରମ୍ଭ କରିବ। ଅଜୟ-ଅତୁଲଙ୍କ ଦ୍ୱାରା ରଚିତ ଏକ ଗୀତରେ ଡ୍ୟାନ୍ସ କରୁଥିଲେ ଶ୍ରଦ୍ଧା ବୋଲି ସୂଚନା ରହିଛି। ଏହି ଫିଲ୍ମ ଜରିଆରେ ଅଭିନେତ୍ରୀ ତାଙ୍କର ପ୍ରଥମ ବାୟୋପିକରେ ନଜର ଆସିବେ। ତାଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ଶ୍ରଦ୍ଧାଙ୍କୁ ଦେଖିବା ପାଇଁ । ସେ ଶେଷ ଥର ପାଇଁ ସ୍ତ୍ରୀ 2ରେ ନଜର ଆସିଥିଲେ। ଶ୍ରଦ୍ଧା କପୁର ବର୍ତ୍ତମାନ ଖୁବ କମ୍‌ ଫିଲ୍ମ କରୁଥିବାବେଳେ ତାଙ୍କ ପ୍ରଶଂସକ ଚାହୁଁଛନ୍ତି ତାଙ୍କୁ ଦେଖିବା ପାଇଁ ଅନେକ ପ୍ରୋଜେକ୍ଟରେ । ଏହାସହ ଶ୍ରଦ୍ଧାଙ୍କ ସୁସ୍ଥ କାମନା କରିଛନ୍ତି ଫ୍ୟାନ୍ସ । 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bollywood Update | Shraddha Kapoor Injured on Film Set | Argus News | Argus News