ଅଲଗା ହେଲେ ଶୁଭମନ୍-ସାରା, ଆସିଲେ ଆଉ ଏକ ଅଭିନେତ୍ରୀ

ଭାଙ୍ଗିଗଲା ସବୁ ସମ୍ପର୍କ। କିଏ ଆସିଲା ଏମାନଙ୍କ ଭିତରେ । ଏତେ ଦିନର ସମ୍ପର୍କ କାହିଁକି ଭାଙ୍ଗିଗଲା ତାକୁ ନେଇ ସଭିଙ୍କ ମନରେ ଉଠୁଛି ପ୍ରଶ୍ନ। କ୍ରିକେଟ ସହ ବଲିଉଡର ସମ୍ପର୍କ ବେଶ ପୁରୁଣା। ଏମିତିରେ କିଛି କ୍ରିକେଟର ଏମିତି ଅଛନ୍ତି ଯେଉଁମାନେ ଅଭିନେତ୍ରୀମାନଙ୍କୁ ଜୀବନସାଥୀ ଭାବେ ବାଛି ଖୁସିରେ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି। ଏବେ ଓପନର ଶୁବମନ ଗିଲ ମଧ୍ୟ ଏଭଳି କିଛି କାରଣକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ପ୍ରଥମେ ସଚିନ ତେନ୍ଦୁଲକରଙ୍କ ଝିଅ ସାରାଙ୍କୁ ସେ ଡେଟ୍ କରୁଥିବା କୁହାଯାଇଥିଲା। ହେଲେ ଏବେ ସମ୍ପର୍କରେ ଦୂରତା ଆସିଯାଇଛି। ଏକଥା ସେତେବେଳେ ସତ ବୋଲି ପ୍ରଶଂସକ ଭାବିଲେ, ଯେତେବେଳେ ଦୁହେଁ ଦୁହିଁଙ୍କୁ ଅନଫଲୋ କରିଦେଲେ। ଏହା ପଛରେ ଜଣେ ଅଭିନେତ୍ରୀ ଥିବା କୁହାଯାଉଛି।
ହେଲେ କିଏ ଅଭିନେତ୍ରୀ। ଯାହା ପାଇଁ ଶୁଭମନ୍ ଏବଂ ସାରାଙ୍କ ମଧ୍ୟରେ ଆସିଲା। କେବଳ ସେତିକି ନୁହେଁ, ଦୁବାଇରେ ଖେଳ ଦେଖିବାକୁ ଯାଇଥିଲେ ସେହି ଅଭିନେତ୍ରୀ। ଯାହାକୁ ନେଇ ଗିଲଙ୍କ ସହ ତାଙ୍କର ନାମକୁ ଯୋଡ଼ା ଯାଉଛି। ସେ ହେଲେ ଟେଲି ଅଭିନେତ୍ରୀ ଅବନୀତ କୌର। ସେ ଗତ ଜନ୍ମଦିନରେ ଗିଲଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ। ଏହାପୂର୍ବରୁ ଦୁହେଁ ଏକାଠି ନଜର ଆସିଛନ୍ତି। ଫଳରେ ପ୍ରଶଂସକମାନେ ସାରାଙ୍କ ସହ ତାଙ୍କ ସମ୍ପର୍କ ତିକ୍ତତା ପଛରେ ଅବନୀତ ଥିବା କହୁଛନ୍ତି। ଏହାକୁ ନେଇ ଦୁହିଁଙ୍କ ପକ୍ଷରୁ କିଛି ସୂଚନା ମିଳିପାରିନାହିଁ।