Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

The Great Indian Kapil Showରେ ପୁଣି ଏଣ୍ଟ୍ରି କରିବେ ସିଦ୍ଧୁ, ହେଲେ କ'ଣ କରିବେ ଅର୍ଚ୍ଚନା ପୁର ସିଂ ?

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
The Great Indian Kapil Showରେ ପୁଣି ଏଣ୍ଟ୍ରି କରିବେ ସିଦ୍ଧୁ, ହେଲେ କ'ଣ କରିବେ ଅର୍ଚ୍ଚନା ପୁର ସିଂ ?

Key Points

କପିଲ ଶୋ କୁ ଫେରିବେ ସିଦ୍ଧୁ ।
ଅର୍ଚ୍ଚନା ପୁରନ ସିଂ ରହିବେ ନା ବିଦା ହେବେ ?
ଖୁବ୍‌ଶୀଘ୍ର ଆରମ୍ଭ ହେବ ସିଜିନ୍‌ ୩ ।

ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ' ଏବେ ଖୁବ୍‌ ଲୋକପ୍ରିୟ । ଏହା ଡିଜିଟାଲ ପ୍ଲାଟ୍‌ଫର୍ମର ସବୁଠାରୁ ବେଷ୍ଟ ଶୋ ମଧ୍ୟରୁ ଗୋଟିଏ । କପିଲ୍ ଶର୍ମା ଏହି ଶୋ’କୁ ହୋଷ୍ଟ କରୁଛନ୍ତି ଏବଂ ଏବେ ଏହାର ତୃତୀୟ ସିଜିନ୍ ମଧ୍ୟ ଆସିବାକୁ ଯାଉଛି। ଏହି ସିଜିନ୍‌ରେ ନବଜୋତ ସିଂହ ସିଦ୍ଧୁଙ୍କ ପ୍ରତ୍ୟାବର୍ତ୍ତନ ନେଇ ଘୋଷଣା କରାଯାଇଛି । ଯେଉଁଥିପାଇଁ ପ୍ରଶ୍ନ ଉଠୁଛି ଯେ ଅର୍ଚ୍ଚନା ପୁରନ୍ ସିଂହ ଏହି ଶୋ’ରେ ଆଗକୁ ରହିବେ ନା ନାହିଁ । ତେବେ ଆସନ୍ତୁ ଜାଣିବା ସତ କ'ଣ..?

ନେଟଫ୍ଲିକ୍ସ ଇଣ୍ଡିଆ, ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ’ର ଏକ ପ୍ରୋମୋ ସେୟାର କରିଛି। ଏହି ପ୍ରୋମୋ ଆରମ୍ଭରେ ଅର୍ଚ୍ଚନା ପୁରନ୍ ସିଂହ ଏବଂ କପିଲ୍ ଶର୍ମାଙ୍କୁ ଦେଖାଯାଇଛି। ଅର୍ଚ୍ଚନାଙ୍କ ଆଖିରେ ପଟି ବନ୍ଧାଯାଇଛି । କପିଲ୍ ତାଙ୍କୁ ଏକ ସରପ୍ରାଇଜ୍‌ ଦେବାକୁ ଚାହୁଁଛନ୍ତି । ଏହି ସମୟରେ ଅର୍ଚ୍ଚନା ପଚାରନ୍ତି ଯେ ଏମାନେ କ'ଣ ମୋତେ ଘର ଦେବେ କି, କପିଲ୍ ଉତ୍ତରରେ କୁହନ୍ତି ଯେ ଏହାଠାରୁ ବଡ଼ କିଛି ଦେବେ । ତା’ପରେ ଅର୍ଚ୍ଚନା କୁହନ୍ତି, ସେମାନେ ମୋତେ କ'ଣ ବଡ଼ ଗାଡ଼ି ଗିଫ୍ଟ କରିବେ କି ? ତା'ପରେ କପିଲ୍ କୁହନ୍ତି ନା, ତା'ଠୁ ବି ବଡ଼ ପ୍ଲାନ କରାଯାଇଛି ।

ଏହା ପରେ ଅର୍ଚ୍ଚନାଙ୍କ ଆଖିରେ ପଟି କାଢ଼ି ଦିଅନ୍ତି କପିଲ୍ ଏବଂ ନବଜୋତ ସିଂହ ସିଦ୍ଧୁଙ୍କ ଏଣ୍ଟ୍ରି ହୁଏ । ଏହି ସମୟରେ ସେ ନାଚି ନାଚି ଏଣ୍ଟ୍ରି କରନ୍ତି ଏବଂ ନିଜର ଖୁସି ପ୍ରକାଶ କରନ୍ତି । ତେବେ କୁହାଯାଉଛି ଯେ, ଅର୍ଚ୍ଚନା ପୁରନ୍ ସିଂହ ଏବଂ ନବଜୋତ ସିଂହ ସିଦ୍ଧୁ ଉଭୟ ଶୋ’ରେ ଏକାଠି ଦେଖାଯିବେ ଏବଂ ଦର୍ଶକଙ୍କୁ ଏଣ୍ଟରଟେନ୍‌ କରିବେ ।

ଶୋ’କୁ ଫେରିବା ବିଷୟରେ ନଭଜୋତ କହିଛନ୍ତି, "ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ’କୁ ଆସି ମୁଁ ପୁଣି ଥରେ ଘରକୁ ଫେରିବା ଭଳି ଅନୁଭବ କରୁଛି। ଏହା ମୋ ପାଇଁ ଏକ ଘର ଭଳି । ଆମେ ଅନେକ ଲୋକଙ୍କ କଥା ଶୁଣିଛୁ, ଏତେ ପ୍ରଶଂସକ ଏବଂ ଶୁଭେଚ୍ଛୁ ଯେଉଁମାନେ ଆମର ଆଲୋଚନାକୁ ପସନ୍ଦ କରିଥିଲେ ଏବଂ ଏହାକୁ ଦେଖିବାକୁ ମଧ୍ୟ ଚାହୁଁଥିଲେ। ମୁଁ ଖୁସି ଯେ Netflix ଖୁବ୍‌ ଭଲ ଭଲ ଲୋକଙ୍କୁ ଏକାଠି କରି ଏକ ଫୁଲତୋଡ଼ା ସଦୃଶ ପ୍ରସ୍ତୁତ କରିଛି । ଅଶା କରାଯାଉଛି ଏହା ସମସ୍ତଙ୍କୁ ଆହୁରି ଭଲ ଲାଗିବ ।

ନବଜୋତ ଆହୁରି କହିଛନ୍ତି, "ହସବା ପାଇଁ ଏକ ପଇସା ବି ଖର୍ଚ୍ଚ ହୁଏ ନାହିଁ । କିନ୍ତୁ ଏହା ଲକ୍ଷ ଲକ୍ଷ ଡଲାର ମୂଲ୍ୟର ଏବଂ ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ ମାନବଜାତି ପାଇଁ ଖୁସି ଓ ହସ ଆଣିବାକୁ ଈଶ୍ୱରଙ୍କ ସଦିଚ୍ଛାର ଏକ ମାଧ୍ୟମ। ମୁଁ ପୁଣି ଏହାର ଅଂଶ ହୋଇଥିବାରୁ ଗୌରବାନ୍ୱିତ ଅନୁଭବ କରୁଛି।

ଆମେ ଏହି କାର୍ଯ୍ୟକ୍ରମକୁ ଖୁବ୍‌ ସୁନ୍ଦର ଭାବେ ସଜାଇଛୁ । ବିତି ଯାଇଥିବା ଦିନ ଏବେ ପୁଣି ଫେରି ଆସିଛି । ମୁଁ ଏଠାକୁ ଆପେ ଆପେ ଆସିନାହିଁ, ମୋତେ ଦର୍ଶକଙ୍କ ଭଲ ପାଇବା ଏଠାକୁ ଟାଣି ନେଇ ଆସିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sidhu will re-enter The Great Indian Kapil Show, but what will Archana Pur Singh do? | Argus News