Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ଗୁରୁ ରନ୍ଧାୱା

Entertainment

ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ଗୁରୁ ରନ୍ଧାୱା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ଗୁରୁ ରନ୍ଧାୱା

ପ୍ରସିଦ୍ଧ ଗାୟକ ଗୁରୁ ରନ୍ଧାୱାଙ୍କ ଫ୍ୟାନ୍ସଙ୍କ ପାଇଁ ଦୁଃଖ ଖବର। ଗୁରୁ ରନ୍ଧାୱାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ସୋସିଆଲ ମିଡିଆରେ ହସ୍ପିଟାଲ ବେଡ୍ ରୁ ତାଙ୍କର ଏକ ଫଟୋ ପୋଷ୍ଟ କରି ଏହି ଖବର ସେୟାର କରିଛନ୍ତି । ଏହି ଫଟୋ ଦେଖିବା ପରେ ତାଙ୍କ ପ୍ରଶଂସକଙ୍କ ଚିନ୍ତା ବଢ଼ିଯାଇଛି ।‘ଶୌନକି ସର୍ଦ୍ଦାର’ ଫିଲ୍ମର ଏକ ଆକ୍ସନ ସିନ୍ ସୁଟିଂ ସମୟରେ ସେ ଆହତ ହୋଇଥିଲେ ଏବଂ ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଥିଲା । ଗୁରୁ ରନ୍ଧାୱା ନିକଟରେ ତାଙ୍କର ପଞ୍ଜାବୀ ଫିଲ୍ମ ‘ଶୌନକି ସର୍ଦ୍ଦାର’ର ସୁଟିଂ କରୁଥିଲେ, ଯେଉଁଥିରେ ବବୁ ମାନ, ନିମ୍ରିତ କୌର ଆହଲୁୱାଲିଆ ଏବଂ ଗୁଗ୍ଗୁ ଗିଲ ମଧ୍ୟ ଅଭିନୟ କରିଛନ୍ତି । କିନ୍ତୁ ଏକ ଆକ୍ସନ୍ ସିକ୍ୱେନ୍ସ କରିବା ସମୟରେ ସେ ଆହତ ହୋଇଥିଲେ ।

ରବିବାର ଅର୍ଥାତ୍ ୨୩ ଫେବୃଆରୀରେ, ଗାୟିକା ହସ୍ପିଟାଲରୁ ତାଙ୍କର ସଦ୍ୟତମ ଆଶ୍ଚର୍ଯ୍ୟଜନକ ଫଟୋ ସେୟାର କରି ଏକ ସ୍ୱାସ୍ଥ୍ୟ ଅପଡେଟ୍ ସେୟାର କରିଥିଲେ । ଏହା ସହିତ ସେ ତାଙ୍କ ଡାକ୍ତରଖାନାରେ ଭର୍ତ୍ତି ହେବାର ପ୍ରକୃତ କାରଣ ମଧ୍ୟ କହିଛନ୍ତି ।

ଗୁରୁ ଲେଖିଛନ୍ତି, ‘ମୋର ପ୍ରଥମ ଷ୍ଟଣ୍ଟ, ମୋର ପ୍ରଥମ ଆଘାତ, କିନ୍ତୁ ମୋର ସାହସ ଅକ୍ଷୁର୍ଣ୍ଣ ରହିଛି ।’ “ଶୌନକି ସର୍ଦ୍ଦାର” ଚଳଚ୍ଚିତ୍ରର ସେଟରୁ ଏକ ସ୍ମୃତି ମିଳିଗଲା । ଏହା ବହୁତ କଷ୍ଟକର… କିନ୍ତୁ ମୁଁ ମୋ ଦର୍ଶକଙ୍କ ପାଇଁ କଠିନ ପରିଶ୍ରମ କରିବି ।’ ଫଟୋରେ ଗାୟକଙ୍କୁ ହସ୍ପିଟାଲ ବେଡରେ ଶୋଇଥିବାର ଦେଖାଯାଇଥିଲା । ସେ ଯନ୍ତ୍ରଣା ଅନୁଭବ କରିବା ସତ୍ତେ୍ୱ କ୍ୟାମେରା ପାଇଁ ହସୁଥିଲେ ଏବଂ ବେକରେ ସର୍ଭାଇକାଲ୍ କଲାର ପିନ୍ଧିଥିଲେ । ତାଙ୍କ ବେକ ଏବଂ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି । ଗୁରୁଙ୍କର ଚିକିତ୍ସା ଚାଲିଥିବାବେଳେ ବର୍ତ୍ତମାନ ସେ ସାମାନ୍ୟ ଭଲ ଅଛନ୍ତି। ସେ ନିଜେ ମେଡିକାଲରୁ ଆସିବା ପରେ ନିଜେ ହିଁ ସ୍ୱାସ୍ଥ୍ୟ ଅପଡେଟ୍‌ ଦେଇଥିଲେ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Singer Guru Randhawa's first action scene lands him in hospital | Argus News