Videos
|
Entertainment

ରାଗିଯାଇ ପ୍ରଶଂସକ କହିଲେ ଚାଲିଯାଅ ଘରକୁ, କାନ୍ଦିଲେ ନେହା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ରାଗିଯାଇ ପ୍ରଶଂସକ କହିଲେ ଚାଲିଯାଅ ଘରକୁ, କାନ୍ଦିଲେ ନେହା

ଲାଇଭ ଶୋ'ରେ ଭୋ ଭୋ ହେଇ କାନ୍ଦିଲେ ବଲିଉଡ ସିଙ୍ଗର ନେହା କକ୍କର। ଆଉ ପ୍ରଶଂସକ ରାଗିଯାଇ ଯାଇ କହିଲେ ଚାଲିଯାଅ ଘରକୁ। ହେଲେ କାହିଁକି ? ଏମିତି କାହିଁକି କହିଲେ ପ୍ରଶଂସକ। କଣ କଲେ ନେହା ? ବଲିଉଡର ଲୋକପ୍ରିୟ ଗାୟିକାଙ୍କ ମଧ୍ୟରୁ ନେହା କକ୍କର ଜଣେ। ଇଣ୍ଡିଆନ ଆଇଡଲ୍‌ ଶୋ’ରେ ପ୍ରତିଯୋଗୀ ଭାବେ ସାମିଲ ହୋଇଥିବା ଏହି ଗାୟିକା ଆଜି ସଫଳତାର ଶୀର୍ଷରେ। ଲୋକପ୍ରିୟତା ଯୋଗୁ ସମାନ ଶୋ’ରେ ବିଚାରପତି ଆସନ ସେ ଅଳଙ୍କୃତ କରିଛନ୍ତି।


ସାରା ବିଶ୍ୱରେ ନେହା ଲାଇଭ୍‌ କନସର୍ଟ କରିଥାନ୍ତି। ସୋସିଆଲ ମିଡିଆରେ ନେହାଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ସେ ଲାଇଭ କନସର୍ଟ ସମୟରେ କାନ୍ଦୁଥିବା ନଜର ଆସୁଛନ୍ତି। ଅଷ୍ଟ୍ରେଲିଆର ମେଲବର୍ନରେ ଏକ ଲାଇଭ୍‌ ଶୋ’ ସମୟରେ ନେହା ବଡ଼ ଭୁଲ କରିଦେଇଥିଲେ। ଶୋ’ରେ ସେ ତିନି ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ। ପ୍ରଶଂସକ ଗାୟିକାଙ୍କ ଅପେକ୍ଷା କରି ନିରାଶ ହୋଇଯାଇଥିଲେ। ପରେ ଯେତେବେଳେ ସେ ପହଞ୍ଚିଥିଲେ ପ୍ରଶଂସକ ଖପ୍ପା ହୋଇଯାଇଥିଲେ। ରାଗରେ ତାଙ୍କୁ ଚାଲିଯିବାକୁ କହିଥିଲେ। ଏହାଶୁଣି ନେହା ଭୋ ଭୋ ହୋଇ କାନ୍ଦିଥିଲେ। ବିଳମ୍ବରେ ପହଞ୍ଚିଥିବା ଲାଗି ସେ କ୍ଷମା ମାଗିଥିଲେ ହେଁ ପ୍ରଶଂସକଙ୍କ ରାଗ ଶାନ୍ତ ହୋଇ ନ ଥିଲା।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
singer-neha-kakkar-cries-after-late-arrival-to-show-fan-yells-very-good-acting | Argus News