ଧୂମ୍ରପାନ କରିବା ଯୋଗୁ ମୋ ସ୍ୱାସ୍ଥ୍ୟ ଖରାପ: ନାନା

ସୁଟିଂ ଛାଡି ହସ୍ପିଟାଲରେ ଭର୍ତ୍ତି ହେଲେ ନାନା ପାଟେକର। ଅନେକ ରୋଗରେ ପୀଡିତ ନାନା ବୋଲି ସୂଚନା ରହିଛି। ବଲିଉଡର ମଲ୍ଟି ଟ୍ୟାଲେଣ୍ଟେଡ୍ ଆକ୍ଟର ନାନା ପାଟେକରଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ବିଗିଡ଼ିବାରେ ଲାଗିଛି । ନାନା ପାଟେକର କାର୍ଡିଓମାୟୋପାଥି ରୋଗରେ ଆକ୍ରାନ୍ତ ହୋଇଥିଲେ । ଏହି ରୋଗରେ ହୃତପିଣ୍ଡରୁ ରକ୍ତ ଅନ୍ୟ ଅଙ୍ଗକୁ ଯିବାରେ ବାଧା ସୃଷ୍ଟି ହୋଇଥାଏ । କେବଳ ଧୂମ୍ରପାନ ନୁହେଁ ହୃଦରୋଗ ସଂକ୍ରାନ୍ତୀୟ ରୋଗର ଔଷଧ ଖାଇବା ଦ୍ୱାରା ମଧ୍ୟ ଏହି ସମସ୍ୟା ଦେଖିବାକୁ ମିଳେ ।ମାତ୍ରାଧିକ ଔଷଧର ସେବନ ଦ୍ୱାରା ହୃତପିଣ୍ଡ କାମ କରିବାରେ ସମସ୍ୟା ଦେଖିବାକୁ ମିଳେ ବୋଲି ଡାକ୍ତର କୁହନ୍ତି ।
ଏହି ରୋଗରେ ବେଶୀ ଥକା ଲାଗିଥାଏ, ଏହାବ୍ୟତୀତ ଗାଡ଼ ଫୁଲିବା ସହ ଦରଜ ମଧ୍ୟ ହୁଏ । ଶୋଇଲାବେଳେ ଅସୁବିଧା ସାଙ୍ଗକୁ ମୁଣ୍ଡ ବୁଲାଇବା ଏ ରୋଗର ଲକ୍ଷଣ । କେବଳ ଧୂମ୍ରପାନ ନୁହେଁ ଅତ୍ୟଧିକ ମଦ୍ୟପାନ ଦ୍ୱାରା ମଧ୍ୟ କାର୍ଡିଓମାୟୋପାଥି ହେବାର ଆଶଙ୍କା ରହିଛି । ଏକ ଫିଲ୍ମର ସୁଟିଂବେଳେ ତାଙ୍କ ଦେହ ଏତେମାତ୍ରାରେ ଖରାପ ହେଲା ଯେ,ସୁଟିଂ ବନ୍ଦ କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ନିକଟରେ ଏକ ଇଣ୍ଟରଭ୍ୟୁରେ ଏ ସଂକ୍ରାନ୍ତରେ କହିଛନ୍ତି ନାନା ପାଟେକର ।
ଅଭିନେତା କହିଛନ୍ତି ଯେ, ଧୂମ୍ରପାନ କରିବା ଯୋଗୁ ତାଙ୍କ ସ୍ୱାଶକ୍ରିୟାରେ ବାଧା ସୃଷ୍ଟି ହେଉଥିଲା । ଏଥିସହ ତାଙ୍କ ନିଜ ପୁଅ ମଧ୍ୟ ଧୂମ୍ରପାନ କରିବା ଯୋଗୁ ରୋଗାକ୍ରାନ୍ତ ହୋଇପଡ଼ିଛନ୍ତି । ଯେତେବେଳେ ଦେହ ଖରାପର କାରଣ ଧୁମ୍ରପାନ ବୋଲି ଜାଣିଲେ ଠିକ୍ ତା ପରେ ସେ ସ୍ମୋକିଂ ଛାଡ଼ିଦେଇଥିବା କହିଲେ ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
