Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଟିଭି ସିରିଆଲକୁ ଫେରିବେ ସ୍ମୃତି ଇରାନୀ, ସୁଟିଂ ସେଟରେ ଜେଡ ପ୍ଲସ ସୁରକ୍ଷା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଟିଭି ସିରିଆଲକୁ ଫେରିବେ ସ୍ମୃତି ଇରାନୀ, ସୁଟିଂ ସେଟରେ ଜେଡ ପ୍ଲସ ସୁରକ୍ଷା

Key Points

ପୁଣି ପରଦାକୁ ଫେରିବେ ସ୍ମୃତି ଇରାନୀ

ଦର୍ଶକ ଦେଖିବେ ପୁଣି ସ୍ମୃତି ଇରାନୀଙ୍କ ଅଭିନୟ

ନୂଆ ସିରିୟଲରେ ନଜର ଆସିବେ ସ୍ମୃତି

ସୁଟିଂ ଜେଡ ପ୍ଲସ ସୁରକ୍ଷା

ପୁଣି ପରଦାକୁ ଫେରିବେ ସ୍ମୃତି ଇରାନୀ। ଭାରତୀୟ ଟେଲିଭିଜନର ଆଇକନିକ ଧାରାବାହିକ ‘କ୍ୟୁଙ୍କି ସାସ ଭି କଭି ବହୁ ଥି’ର ଦ୍ୱିତୀୟ ସିଜନ ପାଇଁ ସୁଟିଂ ଆରମ୍ଭ ହୋଇଛି। ଏକତା କପୁରଙ୍କ ବାଲାଜୀ ଟେଲିଫିଲ୍ମସ ଦ୍ୱାରା ର୍ନିମିତ ଏହି ଶୋ’ରେ ସ୍ମୃତି ଇରାନୀଙ୍କ ତୁଳସୀ ଚରିତ୍ର ଦର୍ଶକଙ୍କ ହୃଦୟରେ ଛାପ ଛାଡିବା ପରେ ଏବେ ଏହାର ଦ୍ୱିତୀୟ ସିଜନ ପାଇଁ ସୁଟିଂ ଆରମ୍ଭ ହୋଇଛି, ଯେଉଁଥିରେ ସ୍ମୃତି ପୁନର୍ବାର ତୁଳସୀ ଭାବେ ଦେଖାଦେବେ ବୋଲି ରିପୋର୍ଟରୁ ଜଣାପଡିଛି। ସୁଟିଂ ସେଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସ୍ମୃତି ଇରାନୀଙ୍କୁ ଭାରତର ସର୍ବୋଚ୍ଚ ସ୍ତରୀୟ ଜେଡ ପ୍ଲସ ସୁରକ୍ଷା ପ୍ରଦାନ କରାଯାଇଛି।


ଏହାସହ, ସେଟରେ ମୋବାଇଲ ଫୋନ ବ୍ୟବହାର ଉପରେ କଟକଣା ଲଗାଯାଇଛି। କେବଳ ସ୍ମୃତି ଇରାନୀ, ଅମର ଉପାଧ୍ୟାୟ (ଯିଏ ମିହିର ବିରାଣୀ ଚରିତ୍ରରେ ଅଭିନୟ କରୁଛନ୍ତି) ଏବଂ ର୍ନିମାତ୍ରୀ ଏକତା କପୁରଙ୍କୁ ମୋବାଇଲ ବ୍ୟବହାର ପାଇଁ ଛାଡ ଦିଆଯାଇଛି। ଅନ୍ୟ ସମସ୍ତଙ୍କ ମୋବାଇଲ ଫୋନ ଟେପ କରାଯାଉଛି ଯାହା ଦ୍ୱାରା କୌଣସି ସୂଚନା ଲିକ ହେବାରୁ ରୋକାଯାଇ ପାରିବ। ଏକତା କପୁର ଏହି ଧାରାବାହିକର ପୁନର୍ଜନ୍ମ ବିଷୟରେ ନିକଟରେ ଏକ ଇଭେଣ୍ଟରେ କହିଥିଲେ ଯେ, ଏହି ଶୋ’ଟି ୧୫୦ ଏପିସୋଡରେ ସୀମିତ ରହିବ, ଯାହା ମୂଳ ଧାରାବାହିକର ୨୦୦୦ ଏପିସୋଡର ଲକ୍ଷ୍ୟକୁ ପୂରଣ କରିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପୂର୍ବ ସିଜନ ୧୮୩୩ ଏପିସୋଡରେ ଶେଷ ହୋଇଥିଲା, ଯାହା ୨୦୦୦ରୁ ୧୫୦ ଏପିସୋଡ କମ ଥିଲା। ଏକତାଙ୍କ ଏହି ଯୋଜନା ଏହି ଅସମ୍ପୂର୍ଣ୍ଣ ଲକ୍ଷ୍ୟକୁ ପୂରଣ କରିବାକୁ ଉଦ୍ଦିଷ୍ଟ। ତୁଳସୀ ବିରାଣୀ ଚରିତ୍ରରେ ଘରେ ଘରେ ପରିଚିତ ହୋଇଥିବା ଅଭିନେତ୍ରୀ ତଥା ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନୀ ପୁନର୍ବାର ଅଭିନୟ ଜଗତକୁ ଫେରୁଛନ୍ତି। ଏହି ସୁଟିଂ ଜେଡ ପ୍ଲସ ସୁରକ୍ଷା ମଧ୍ୟରେ ହେଉଥିବା ଜଣାପଡିଛି।ଏହି ଖବର ସାମ୍ନାକୁ ଆସିବା ପରେ ସ୍ମୃତି ଇରାନୀଙ୍କ ପ୍ରଶଂସକମାନେ ଉତ୍ସାହିତ ହୋଇଉଠିଛନ୍ତି।

Sponsored
smriti-irani-begins-shooting-for-kyunki-saas-bhi-kabhi-bahu-thi-2-with-z-security | Argus News