Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ସବୁ ଅଭିନେତ୍ରୀଙ୍କୁ ପଛରେ ପକାଇଲେ ସ୍ମୃତି ଇରାନୀ

Banajyotshna Ray
Browse all articles by Banajyotshna Ray
·11 months ago·2 min read
ସବୁ ଅଭିନେତ୍ରୀଙ୍କୁ ପଛରେ ପକାଇଲେ ସ୍ମୃତି ଇରାନୀ

Key Points

ସ୍ମୃତି ଇରାନୀଙ୍କ ଜଲଓ୍ୱା

ସବୁ ଅଭିନେତ୍ରୀଙ୍କୁ ପକାଇଲେ ପଛରେ
ଏପିସୋଡ୍‌ ପିଛା ଚାର୍ଜ କରୁଛନ୍ତି ଏତିକି ଟଙ୍କା

ପୁଣି ଥରେ ନିଜର ଜଲଓ୍ୱା ଦେଖାଇଲେ ଅଭିନେତ୍ରୀ ସ୍ମୃତି ଇରାନୀ। ରାଜନୀତିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପରେ ଛୋଟ ପରଦାକୁ ପୁଣି ଫେରିଛନ୍ତି ଅଭିନେତ୍ରୀ ସ୍ମୃତି ଇରାନୀ। ସ୍ମୃତି ଇରାନୀଙ୍କର ଅନେକ ଫ୍ୟାନ୍ସ ଫଲୋର୍ସ ଅଛନ୍ତି। ତାଙ୍କୁ ତାଙ୍କ ଅଭିନୟ ଜଗତରେ ଲୋକେ ଯେମିତି ଭଲ ପାଆନ୍ତି, ଠିକ ସେମିତି ରାଜନୀତି ଜଗତରେ ତାଙ୍କର ଏକ ସ୍ୱତନ୍ତ୍ର ସ୍ଥାନ କରିପାରିଛନ୍ତି। ଚର୍ଚ୍ଚିତ ଧାରାବାହିକ ‘କ୍ୟୁକି ସାସ୍‌ ଭି କଭି ବହୁ ଥି’ର ଦ୍ୱିତୀୟ ସିଜନରେ ସେ ନଜର ଆସୁଛନ୍ତି। ପୁଣିଥରେ ‘ତୁଳସୀ’ ଚରିତ୍ରରେ ନଜର ଆସୁଛନ୍ତି। ଏହାକୁ ନେଇ ପ୍ରଶଂସକମାନେ ବେଶ ଖୁସି ହୋଇଛନ୍ତି।


ଫଳରେ ଲୋକପ୍ରିୟତାକୁ ନେଇ ଏହା ଟିଆରପି ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛି। ଲୋକପ୍ରିୟ ଶୋ’ ‘ଅନୁପମା’କୁ ପଛରେ ପକାଇ ସ୍ମୃତି ଇରାନୀ ଏହି ସିରିଏଲ ସହିତ ଟେଲି ପରଦାର ସର୍ବାଧିକ ପାରିଶ୍ରମିକ ନେଉଥିବା ଅଭିନେତ୍ରୀ ହେବାର ମାନ୍ୟତା ହାସଲ କରିଛନ୍ତି। ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ୨୦୦୦ରେ ସ୍ମୃତି ତୁଳସୀ ଭୂମିକାରେ ନଜର ଆସିଥିଲେ। ଏହା ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା। ଜଣେ ଲୋକପ୍ରିୟ ଅଭିନେତ୍ରୀ ଭାବେ ସଫଳତାର ଶିଢ଼ୀ ଚଢ଼ିବା ପରେ ସେ ରାଜନୀତି କ୍ଷେତ୍ରରେ ପ୍ରବେଶ କରିଥିଲେ। ଏବେ ପୁଣି ଥରେ ସେ ଅଭିନୟକୁ ଫେରି ସମସ୍ତଙ୍କୁ ଚମକାଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


‘କ୍ୟୁଙ୍କି ସାସ ଭି କଭି ବହୁ ଥି ୨’ରେ ତୁଳସୀ ଚରିତ୍ର ପାଇଁ ସ୍ମୃତି ଇରାନୀ ପ୍ରତି ଏପିସୋଡ୍‌ ପିଛା ୧୪ ଲକ୍ଷ ଟଙ୍କା ପାରିଶ୍ରମିକ ନେଉଛନ୍ତି। ଏହି ପାରିଶ୍ରମିକ ସହିତ ସେ ଟିଭି ଇଣ୍ଡଷ୍ଟ୍ରିର ଅନ୍ୟ ସମସ୍ତ ଅଭିନେତ୍ରୀଙ୍କୁ ପଛରେ ପକାଇ ଦେଇଛନ୍ତି। ତୁଳନା କଲେ, ହିନା ଖାନ ପ୍ରତି ଏପିସୋଡ୍‌ ପଛା ୨ ଲକ୍ଷ ଟଙ୍କା ଏବଂ ‘ଅନୁପମା’ ପାଇଁ ରୂପାଲୀ ଗାଙ୍ଗୁଲୀ ପ୍ରତି ଏପିସୋଡ୍‌ ପିଛା ୩ ଲକ୍ଷ ଟଙ୍କା ପାରିଶ୍ରମିକ ନେଉଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସ୍ମୃତି ଏହି ଚର୍ଚ୍ଚାକୁ ନିଶ୍ଚିତ କରିଛନ୍ତି।

Sponsored
smriti-irani-is-once-again-tvs-highest-paid-actor-with-indian-rupee14-lakh-fee-per-episode-heres-what-she-says | Argus News