ଚହଲ ଧନଶ୍ରୀ ଛାଡପତ୍ର: କେତେ କୋଟି ଦାବି କରିଛନ୍ତି ଧନଶ୍ରୀ ?

ଅର୍ଗସ ବ୍ୟୁରୋ: ଚହଲ ଧନଶ୍ରୀଙ୍କୁ ଦେବେ ୬୦ କୋଟି । ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀଙ୍କ ଛାଡପତ୍ର ଖବର ସାମ୍ନାକୁ ଆସୁଛି। ଏହାକୁ ନେଇ ଲଗାତାର କଳ୍ପନାଜଳ୍ପନା ଚାଲିଛି। ଏହା ଭିତରେ ଧନଶ୍ରୀ ଚହଲଙ୍କଠାରୁ କେତେ କୋଟି ନେବେ ତାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। କିନ୍ତୁ ଏହା କେତେ ସତ କେତେ ମିଛ ତାହା ଉଭୟ କେହି ମତପ୍ରକାଶ କରିନାହାନ୍ତି। ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ ଧନଶ୍ରୀ ୟୁଜଭେନ୍ଦ୍ର ଚହଲଙ୍କଠାରୁ ଭରଣପୋଷଣ ପାଇଁ ୬୦ କୋଟି ଟଙ୍କା ଦାବି କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ୟୁଜବେନ୍ଦ୍ର ଧନଶ୍ରୀଙ୍କୁ ଟଙ୍କା ଦେଇନାହାଁନ୍ତି।
କହିବାକୁ ଗଲେ ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲଙ୍କ ସମ୍ପତ୍ତି ନିରନ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇଛି। ବର୍ତ୍ତମାନ, ୟୁଜଭେନ୍ଦ୍ର ଚହଲଙ୍କ ସମ୍ପତ୍ତି ପ୍ରାୟ ୪୫ କୋଟି ଟଙ୍କା। ଯେତେବେଳେ, ୟୁଜଭେନ୍ଦ୍ର ଚହଲଙ୍କ ପତ୍ନୀ ଧନଶ୍ରୀ ୨୩ କୋଟି ଟଙ୍କାରୁ ଅଧିକ ସମ୍ପତ୍ତିର ମାଲିକାଣୀ। ତେବେ କେତେ କୋଟି ଚହଲ ଧନଶ୍ରୀଙ୍କୁ ଦେବେ ତାହା ଜଣାପଡିନାହିଁ। ଏହି କାରଣରୁ ଉଭୟଙ୍କ ମଧ୍ୟରେ ଛାଡପତ୍ର ସମସ୍ୟାର ସମାଧାନ ହୋଇପାରି ନାହିଁ। କିନ୍ତୁ ଏହି ଦାବିଗୁଡ଼ିକରେ କେତେ ସତ୍ୟତା ଅଛି? ଧନଶ୍ରୀ କ’ଣ ପ୍ରକୃତରେ ୟୁଜବେନ୍ଦ୍ର ଚହଲଙ୍କ ଠାରୁ ଭରଣପୋଷଣ ପାଇଁ ୬୦ କୋଟି ଟଙ୍କା ମାଗିଛନ୍ତି?
ଏହି ଦାବିଗୁଡ଼ିକରେ କୌଣସି ସତ୍ୟତା ନାହିଁ। ଏପର୍ଯ୍ୟନ୍ତ ଧନଶ୍ରୀ ଏପରି କୌଣସି ଦାବି କରିନାହାଁନ୍ତି। ସେ ଏପର୍ଯ୍ୟନ୍ତ କୌଣସି ଖବର କିମ୍ବା ଅଫିସିଆଲି ବିବୃତ୍ତି ଦେଇନାହାଁନ୍ତି। ଏହା ସହିତ, ୟୁଜବେନ୍ଦ୍ର ଚହଲ ମଧ୍ୟ କିଛି କହିନାହାଁନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
