Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

’ସନ୍‌ ଅଫ୍‌ ସର୍ଦ୍ଦାର-୨’ରେ ଏକାଠି ଆସିବେ ଅଜୟ-ମୃଣାଳ

Banajyotshna Ray
Browse all articles by Banajyotshna Ray
·1 year ago·2 min read
’ସନ୍‌ ଅଫ୍‌ ସର୍ଦ୍ଦାର-୨’ରେ ଏକାଠି ଆସିବେ ଅଜୟ-ମୃଣାଳ

Key Points

ପୁଣି କମେଡି କରିବେ ଅଜୟ ଦେବଗନ
ସାମ୍ନାକୁ ଆସିଲା ରିଲିଜ୍‌ ତାରିଖ
’ସନ୍‌ ଅଫ୍‌ ସର୍ଦ୍ଦାର-୨’ରେ ପୁଣିଥରେ ସର୍ଦ୍ଦାର ହେବେ ଅଜୟ

ପୁଣିଥରେ କମେଡି କରିବେ ସିଂଘମ ଷ୍ଟାର। ଆଜ୍ଞା ହଁ, କେତେବେଳେ କମେଡି ସିନ୍‌ ତ ଆଉ କେତେବେଳେ ସିରିଏସ। ସବୁ ପ୍ରକାରର ଅନ୍ଧାଜରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି ଅଭିନେତା ଅଜୟ ଦେବଗନ। ପୁଣି ଥରେ ଦର୍ଶକଙ୍କୁ ହସେଇବାକୁ ଆଗେଇ ଆସିଛନ୍ତି ଅଭିନେତା। ଖୁବଶୀଘ୍ର ସିଲ୍‌ଭର ସ୍କ୍ରିନ୍‌କୁ ଆସିବ ସନ୍‌ ଅଫ୍‌ ସର୍ଦ୍ଦାରର ଦ୍ୱିତୀୟ ଭାଗ । ଏନେଇ ଅଜୟ ଦେବଗନ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍‌ରେ ଏହି ଫିଲ୍ମର ପୋଷ୍ଟର ରିଲିଜ୍‌ କରିଛନ୍ତି । ଏହା ସହିତ ଫିଲ୍ମର ରିଲିଜ ତାରିଖ ବି ଘୋଷଣା କରାଯାଇଛି।
ଏହି ଫିଲ୍ମଟି ରିଲିଜ୍‌ ପୂର୍ବରୁ ଦର୍ଶକଙ୍କ ମଧ୍ୟରେ ଏକ ବଡ଼ ଉତ୍ସାହ ସୃଷ୍ଟି କରିଛି।


ଅଜୟ ଦେବଗନଙ୍କ ବ୍ୟତୀତ, ସଞ୍ଜୟ ଦତ୍ତ ,ମୃଣାଳ ଠାକୁର, ବିନ୍ଦୁ ଦାରା ସିଂହ ଏବଂ ଦିବଂଗତ ଅଭିନେତା ମୁକୁଲ ଦେବ ମଧ୍ୟ ଏହି ଫିଲ୍ମରେ ଦର୍ଶକଙ୍କୁ ହସାଇବେ। ପ୍ରଥମ ଭାଗର ଏକ ଅଂଶ ଥିବା ମୁକୁଲ ଦେବଙ୍କ ନିକଟରେ ଦେହାନ୍ତ ହୋଇଛି। ସନ୍‌ ଅଫ୍‌ ସର୍ଦ୍ଦାର-୨ ତାଙ୍କର ଶେଷ ଫିଲ୍ମ ଥିଲା। ପ୍ରଥମ ଭାଗରେ ତାଙ୍କ ଦ୍ୱାରା ଅଭିନୀତ ଟିଟୁ ଚରିତ୍ରକୁ ପ୍ରଶଂସକମାନେ ଢେର୍ ପସନ୍ଦ କରିଥିଲେ । ତେବେ ପୋଷ୍ଟର ରିଲିଜ୍‌ ହେବାପରେ ଏବେ ଦର୍ଶକଙ୍କ ମନରେ ଏକ ଉତ୍ସାହ ଦେଖିବାକୁ ମିଳିଛି। ଏହାପରେ ଫିଲ୍ମର ଟ୍ରେଲର୍‌ ରିଲିଜ୍‌ କରିବାକୁ ସୋସିଆଲ ମିଡିଆରେ ଅପିଲ୍‌ କରିଛନ୍ତି ଫ୍ୟାନ୍ସ ।

ପୋଷ୍ଟର୍‌ କ୍ୟାପ୍‌ସନ୍‌ରେ ଲେଖାଅଛି ଫିଲ୍ମଟି ଜୁଲାଇ ୨୫ ତାରିଖରେ ରିଲିଜ୍ ହେବ । ତେବେ କେତେକ ୟୁଜର୍ସ ଫିଲ୍ମ ପୋଷ୍ଟର ଏଡିଟିଂକୁ ସମାଲୋଚନା କରିଛନ୍ତି । ଜଣେ ୟୁଜର ପୋଷ୍ଟରକୁ ଜୁମ୍ କରି ଅଜୟଙ୍କ ପାଦ ଉପରେ ଧ୍ୟାନ କେନ୍ଦ୍ରିତ କରି କହିଛନ୍ତି ଯେ, ଏହାକୁ ଠିକ୍ ଭାବରେ ଏଡିଟ୍‌ କରାଯାଇ ନାହିଁ। ଏକ ବଡ଼ ପ୍ରଡକ୍ସନ ହାଉସ୍ କିପରି ଏପରି ଭୁଲ କରିପାରିବ ? ପ୍ରକୃତରେ, ଅଜୟଙ୍କୁ ଯେଉଁ ଟ୍ୟାଙ୍କ ଉପରେ ଠିଆ ହୋଇଥିବା ଦେଖାଯାଇଛି ତାହା ଠିକ୍ ଭାବରେ ଏଡିଟ୍‌ ହୋଇନାହିଁ, ଜୋତାର ଆଗ ଭାଗ ସେଠାରେ ସ୍ପଷ୍ଟ ଭାବରେ ଦେଖାଯାଉଛି ।

ଯାହାକୁ ୟୁଜର୍ସ ବହୁତ ଭଲ ଭାବରେ ଦେଖିଛନ୍ତି ।ଅନେକ ୟୁଜର୍ସ କହିଛନ୍ତି ଯେ ଅଜୟ ଏବେ ବି ଫୁଲ ଔର କାଣ୍ଟେର ଷ୍ଟଣ୍ଟ୍‌ରୁ ଟଙ୍କା ପାଉଛନ୍ତି । ଥରେ ସେ ଦୁଇଟି ବାଇକ୍, କାର ଓ ଘୋଡ଼ା ଚଲାଉଥିଲେ, ଏବଂ ଆଜି ସେ ଦୁଇଟି ଟ୍ୟାଙ୍କ ଚଳାଉଛନ୍ତି । ଦୀର୍ଘ ବର୍ଷ ପରେ ବଡ଼ ପରଦାରେ ସର୍ଦ୍ଦାର ରୋଲ୍‌ରେ ନଜର ଆସିଛନ୍ତି ଅଜୟ ଦେବଗନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
son-of-sardaar-2-ajay-devgns-action-comedy-film-to-release-on-this-date | Argus News