Videos
|
Entertainment

ସାଉଥ୍ ଅଭିନେତା କଳାଭବନ ନାଭାସଙ୍କ ମୃତ୍ୟୁ, ହୋଟେଲ ରୁମରୁ ମୃତଦେହ ଉଦ୍ଧାର

Ritu Das
Browse all articles by Ritu Das
·1 year ago·2 min read
ସାଉଥ୍ ଅଭିନେତା କଳାଭବନ ନାଭାସଙ୍କ ମୃତ୍ୟୁ, ହୋଟେଲ ରୁମରୁ ମୃତଦେହ ଉଦ୍ଧାର

Key Points

ସାଉଥ୍ ଅଭିନେତା କଳାଭବନ ନାଭାସଙ୍କ ମୃତ୍ୟୁ

ହୋଟେଲ ରୁମରୁ ମୃତଦେହ ଉଦ୍ଧାର

ପୋଲିସ ସନ୍ଦେହ କରୁଛି ଯେ ଅଭିନେତାଙ୍କ ହୃଦଘାତ ହୋଇଥିଲା

ସାଉଥ ସିନେମା ଜଗତରେ ଶୋକର ଛାୟା। ମଲୟାମଲ ସିନେମାର ଜଣାଶୁଣା ଅଭିନେତା ଏବଂ ମିମିକ୍ରି କଳାକାର କଳାଭବନ ନାଭାସଙ୍କ ମୃତ୍ୟୁ ହୋଇଛି। ଅଭିନେତାଙ୍କ ମୃତଦେହ ଏକ ହୋଟେଲ ରୁମରୁ ମିଳିଛି। ଅଚେତ ଅବସ୍ଥାରେ ପଡ଼ିରହିଥିଲେ ଅଭିନେତା। ହୋଟେଲ କର୍ମଚାରୀ ଏନେଇ ପୋଲିସକୁ ସୂଚନା ଦେଇଥିଲେ। ଫିଲ୍ମ ସୁଟିଂ ପାଇଁ ସେହି ହୋଟେଲରେ ଥିଲେ ଅଭିନେତା। ଶୁକ୍ରବାର ସନ୍ଧ୍ୟାରେ ନବାସ ଚେକ୍ ଆଉଟ୍ କରିବାର ଥିଲା। ହେଳେ ଯେତେବେଳେ ସେ ଚେକ୍ ଆଉଟ୍ ପାଇଁ ଆସିନଥିଲେ। ହୋଟେଲ କର୍ମଚାରୀ ତାଙ୍କ ରୁମ୍‌କୁ ଯାଇଥିଲେ। ସେଠାରେ ଅଭିନେତା କଳାଭବନ ଚେତାଶୂନ୍ୟ ଅବସ୍ଥାରେ ପଡ଼ି ରହିଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଭିନେତାଙ୍କୁ ମଧ୍ୟ ନିକଟସ୍ଥ ହସ୍ପିଟାଲକୁ ନେଇଥିଲା। କିନ୍ତୁ ଯେତେବେଳେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା, ସେତେବେଳେ ବହୁତ ଡେରି ହୋଇଯାଇଥିଲା। ଡାକ୍ତରମାନେ ଅଭିନେତାଙ୍କୁ ମୃତ ଘୋଷଣା କରିଥିଲେ।


ପୋଲିସ ସନ୍ଦେହ କରୁଛି ଯେ ଅଭିନେତାଙ୍କ ହୃଦଘାତ ହୋଇଥିଲା, ଯାହା ତାଙ୍କ ମୃତ୍ୟୁର କାରଣ ପାଲଟିଛି। ତଥାପି, ଏପର୍ଯ୍ୟନ୍ତ ଅଭିନେତାଙ୍କ ମୃତ୍ୟୁର ଠୋସ କାରଣ ପ୍ରକାଶ କରାଯାଇ ନାହିଁ । ଏହା ସହ ଅଭିନେତାଙ୍କ ରୁମରୁ କୌଣସି ସନ୍ଦେହଜନକ ବସ୍ତୁ ମିଳିନାହିଁ। ଅନେକ ପ୍ରତିଭାର ଅଧିକାରୀ ନାଭାସ, ଜଣେ ମିମିକ୍ରି କଳାକାର, ପ୍ଲେବ୍ୟାକ୍ ଗାୟକ ଏବଂ ଅଭିନେତା ଭାବରେ ମାଲାୟଲମ ସିନେମାରେ ନିଜର ଛାପ ସୃଷ୍ଟି କରିଥିଲେ ଏବଂ ତାଙ୍କ କାମ ପାଇଁ ଦର୍ଶକ ପ୍ରଶଂସା ମଧ୍ୟ କରନ୍ତି। ଆପଣଙ୍କୁ କହି ରଖୁଛୁ ଯେ, କଳାଭବନ ୧୯୯୫ ମସିହାରେ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ। ସେ ପ୍ରଥମେ ମାଲାୟଲମ ଚଳଚ୍ଚିତ୍ର ‘ଚୈତନ୍ୟମ୍‌’ରେ ନଜର ଆସିଥିଲେ। ସେ ଯେଉଁ ଚଳଚ୍ଚିତ୍ରଗୁଡ଼ିକରେ ଅଭିନୟ କରିଥିଲେ ସେଥିରେ ଜୁନିଅର ମାଣ୍ଡ୍ରେକ, ଚାନ୍ଦାମାମା, ମିମିକ୍ସ ଆକ୍ସନ ୫୦୦, ୱାନ୍ ମ୍ୟାନ୍ ଶୋ, ମାଟୁପେଟି ମାଚାନ ଭଳି ଲୋକପ୍ରିୟ ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ। ସେ ଶେଷ ଥର ପାଇଁ ଡିଟେକ୍ଟିଭ୍ ଉଜ୍ଜାୱାଲନ୍ ଚଳଚ୍ଚିତ୍ରରେ ନଜର ଆସିଥିଲେ। ଏହା ବ୍ୟତୀତ ସେ ଅନେକ ଟିଭି ଶୋ’ର ଅଂଶ ମଧ୍ୟ ଥିଲେ। ଅଭିନେତାଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ପ୍ରଶଂସକ ଦୁଃଖ ପ୍ରକାଶ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
south-actor-kalabhavan-navas-dies-body-recovered-from-hotel-room | Argus News