Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ମୃତ ମହିଳାଙ୍କ ପରିବାରକୁ ୨କୋଟି ଟଙ୍କା ଦେବେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ

Ritu Das
Browse all articles by Ritu Das
·1 year ago·1 min read
ମୃତ ମହିଳାଙ୍କ ପରିବାରକୁ ୨କୋଟି ଟଙ୍କା ଦେବେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ

ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ବଡ଼ ଘୋଷଣା। ହାଇଦ୍ରାବାଦ ସନ୍ଧ୍ୟା ଥିଏଟରରେ ହୋଇଥିବା ଦଳାଚକଟା ଘଟଣାରେ ପ୍ରାଣ ହରାଇଥିବା ମହିଳାଙ୍କ ପରିବାରକୁ ୨ କୋଟି ଟଙ୍କାର ଆର୍ଥିକ ସହାୟତା ଦେବେ ସେ ଏବଂ ‘ପୁଷ୍ପା’ ଫିଲ୍ମ ନିର୍ମାତା। ଅଭିନେତାଙ୍କ ବାପା ତଥା ଭେଟେରାନ ନିର୍ମାତା ଅଲ୍ଲୁ ଅରବିନ୍ଦ, ଦିଲ ରାଜୁ ଏବଂ ଅନ୍ୟ ଲୋକେ ଏକାଠି ଦଳାଚକଟାରେ ଆହତ ହୋଇଥିବା ବାଳକଙ୍କ ହାଲଚାଲ ଜାଣିବାକୁ ଡାକ୍ତରଖାନା ଯାଇଥିଲେ।


ଏହି ସମୟରେ ବାଳକ ଧିରେ ଧିରେ ସୁସ୍ଥ ହେଉଥିବା ଡାକ୍ତର ତାଙ୍କୁ କହିଛନ୍ତି। ଡାକ୍ତରଖାନା ପରିଦର୍ଶନ ସମୟରେ ଅଲ୍ଲୁଙ୍କ ବାପା ଦିଲ ରାଜୁଙ୍କୁ ଆର୍ଥିକ ସହାୟତା ଦେଇଥିବା ଚେକ୍‌ ପ୍ରଦାନ କରିଛନ୍ତି। ଏହାକୁ ବାଳକଙ୍କ ପରିବାରକୁ ଦେବାକୁ ସେ ଅନୁରୋଧ କରିଛନ୍ତି। ଏହାଛଡ଼ା ଆଇନ ବ୍ୟବସ୍ଥାକୁ ନେଇ ମଞ୍ଜୁରୀ ବିନା ପୀଡ଼ିତ ପରିବାର ସହ ସିଧାସଳଖ ସମ୍ପର୍କ କରାଯାଇପାରିବ ନାହିଁ ବୋଲି ସେ ଜଣାଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଡିସେମ୍ବର ୪ରେ ହୋଇଥିବା ଦଳାଚକଟାରେ ଜଣେ ୩୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଏଠାରେ ପୁଷ୍ପା ୨ ପ୍ରିମିୟର ହେଉଥିଲା। ଏହି ଘଟଣାରେ ମୃତ ମହିଳାଙ୍କ ୮ ବର୍ଷର ପୁଅ ଆହତ ହୋଇଥିଲା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ମହିଳାଙ୍କ ମୃତ୍ୟୁ ପରେ ପୀଡ଼ିତ ପରିବାର ଅଭିନେତା, ତାଙ୍କ ସୁରକ୍ଷା ଟିମ୍‌ ଏବଂ ଥିଏଟର ମାଲିକଙ୍କ ନାମରେ ଅଭିଯୋଗ କରିଥିଲେ। ଡିସେମ୍ବର ୧୩ରେ ଅଭିନେତାଙ୍କୁ ଗିରଫ କରାଯାଇଥିଲା।ପରେ ତେଲେଙ୍ଗାନା ହାଇକୋର୍ଟ ତାଙ୍କୁ ୪ ସପ୍ତାହ ଲାଗି ଅନ୍ତରୀଣ ଜାମିନ ଦେଇଥିଲେ। ଡିସେମ୍ବର ୧୪ରେ ଅଲ୍ଲୁ ଜେଲରୁ ମୁକୁଳି ଥିଲେ।

Sponsored
south-superstar-allu-arjun-will-pay-rs-2-crore-to-the-family-of-the-dead-woman | Argus News