Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Sreeleela Life / ଏମିତି ମନ ଭାଙ୍ଗିଥିଲା ଯେ, ଇଣ୍ଡଷ୍ଟ୍ରି ଛାଡ଼ିଦେଇଥାନ୍ତେ ଶ୍ରୀଲିଲା...

Banajyotshna Ray
Browse all articles by Banajyotshna Ray
·3 months ago·2 min read
ଏମିତି ମନ ଭାଙ୍ଗିଥିଲା ଯେ, ଇଣ୍ଡଷ୍ଟ୍ରି ଛାଡ଼ିଦେଇଥାନ୍ତେ ଶ୍ରୀଲିଲା...
Sreeleela

Key Points

ଭାଙ୍ଗିପଡିଥିଲେ ଶ୍ରୀଲିଲା
କହିଲେ-ଇଣ୍ଡଷ୍ଟ୍ରି ଛାଡିବାକୁ ନିଷ୍ପତ୍ତି ନେଇଥିଲି
ଭାଙ୍ଗିପଡିଥିଲେ ସାଉଥ ଅଭିନେତ୍ରୀ ଶ୍ରୀଲିଲା। ଏମିତି ଚିନ୍ତାରେ ଥିଲେ ଯେ, ଶେଷରେ ନିଷ୍ପତ୍ତି ନେଇଥିଲେ ଇଣ୍ଡଷ୍ଟ୍ରି ଛାଡ଼ିଦେବେ ବୋଲି। ସାଉଥ୍ ସୁପରଷ୍ଟାର ପବନ କଲ୍ୟାଣ ଫିଲ୍ମ ‘ଉସ୍ତାଦ୍ ଭଗତ ସିଂ’ ଧୂରନ୍ଦର -୨ ଫିଲ୍ମରେ ବକ୍ସ ଅଫିସରେ ଟକ୍କର ଲଗାଇଛନ୍ତି । ଏହି ଚଳଚ୍ଚିତ୍ରରେ ଲିଡ୍ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଶ୍ରୀଲୀଳା ଇଣ୍ଡଷ୍ଟ୍ରିରେ କାମ କରିବା କଥା କହିଛନ୍ତି । ୨୦୧୯ରେ ଡେବ୍ୟୁ କରିଥିବା ଅଭିନେତ୍ରୀ ଶ୍ରୀଲୀଲା ଏମବିବିଏସ୍ ଡିଗ୍ରୀ ମଧ୍ୟ ପୂରଣ କରିଛନ୍ତି । ଖୁବଶ୍ରୀଘ୍ର ଅଭିନେତ୍ରୀ ଶ୍ରୀଲୀଲା ଅଭିନେତା ଧନୁଷଙ୍କ ଫିଲ୍ମରେ ନଜର ଆସିବେ । ଏହାକୁ ବାଦ୍ ଦେଇ ଡାଇରେକ୍ଟର ଅନୁରାଗ ବସୁଙ୍କ ଫିଲ୍ମରେ ମଧ୍ୟ ବଲିଉଡ଼ରେ ଡେବ୍ୟୁ କରିବେ । ଏହି ମ୍ୟୁଜିକାଲ୍ ଡ୍ରାମା ଫିଲ୍ମରେ ଅଭିନେତା କାର୍ତ୍ତିକ ଆୟନ ମଧ୍ୟ ନଜର ଆସିବେ ।

ଅପରପାର୍ଶ୍ବରେ ରାଶି ଖାନ୍ନା ଏବଂ ସାହିଦ୍ କପୁର ‘ଫର୍ଜି’ ସିରିଜ୍ -୨ରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି ।ଶ୍ରୀଲୀଳାଙ୍କ କହିବା କଥା ଆଜିକାଲିର ଲୋକମାନେ ବହୁତ ଚାଲାକ୍ । ଏବେ ମତେ ଲାଗୁଛି ଯେ , ଟ୍ରୋଲିଂ ଏବେ ଟ୍ରେଣ୍ଡ୍ କରୁଛି’ । ଲୋକମାନେ ବିନା ପ୍ରମାଣରେ ସମସ୍ତଙ୍କୁ ଜଜ୍ କରିଦିଅନ୍ତି । ଅଭିନେତ୍ରୀ ଶ୍ରୀଲୀଳା ଏମିତି ମଧ୍ୟ କହିଛନ୍ତି ଯେ ସୋସିଆଲ୍ ମିଡ଼ିଆରେ ଟ୍ରୋଲ୍ ହେବା କାରଣରୁ ଆକ୍ଟିଙ୍ଗ୍ ଛାଡ଼ିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଥିଲେ । କହିଥିଲେ ଯେ ଲୋକମାନେ ଏତେ ଟ୍ରୋଲ୍ କରିଥିଲେ ଯେ ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ। ଯେତେବେଳେ ଶ୍ରୀଲୀଳାଙ୍କୁ ପଚରାଯାଇଥିଲା ଯେ କେବେ ଟ୍ରୋଲିଂକୁ ନେଇ କେବେ ଡ଼ରନ୍ତି କି ? ପରେ ସେ ଉତ୍ତରରେ କହିଥିଲେ ଯେ ସେ ଯେତେବେଳେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଲେ ସେତେବେଳେ ଲୋକମାନେ ତାଙ୍କୁ ବହୁତ ଟ୍ରୋଲ୍ କରିଥିଲେ ।

ମୁଁ ବହୁତ ସେନସିଟିଭ୍ ଥିଲି। ମାଁଙ୍କୁ ମଧ୍ୟ କହିଥିଲି ଯେ ଇଣ୍ଡଷ୍ଟ୍ରି ଛାଡ଼ି ଦେବା ପାଇଁ । କଲେଜକୁ ପୁଣି ଫେରିଯିବେ ବୋଲି ଘରେ ବାଧ୍ୟ କରି ବହୁତ କାନ୍ଦୁଥିଲେ । ହେଲେ ଏବେ କିଛି ଆଉ ଫରକ ପଡୁନାହିଁ । ପବନ କଲ୍ୟାଣଙ୍କ ସହ ଫିଲ୍ମ କରିଥିବା ହିରୋଇନ୍ ବେଶ୍ କିଛି ବର୍ଷ ହେବ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଯୋଡ଼ି ହୋଇ ରହିଛନ୍ତି । ଏତିକି ହିଁ ନୁହେଁ ବଲିଉଡ଼ରେ ମଧ୍ୟ ଦବଦବା ଦେଖାଇବାକୁ ପ୍ରସ୍ତୁତ । ଏବେ ଅଭିନେତ୍ରୀ କ୍ୟାରିଅର୍ ଆରମ୍ଭ କରିବା ସମୟରେ କେଉଁ ସବୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ସେ ବିଷୟରେ ମୁହଁ ଖୋଲିଛନ୍ତି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Sreeleela Life | Sreeleela reveals she nearly quit acting over trolling; Raashii Khanna thinks it has ‘gotten intense’ | Argus News | Argus News