Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

କାର୍ତ୍ତିକଙ୍କ ନୂଆ ହିରୋଇନ ଶ୍ରୀଲୀଲା

Banajyotshna Ray
Browse all articles by Banajyotshna Ray
·1 year ago·1 min read
କାର୍ତ୍ତିକଙ୍କ ନୂଆ ହିରୋଇନ ଶ୍ରୀଲୀଲା

ଦକ୍ଷିଣୀ ସୁନ୍ଦରୀଙ୍କ ପ୍ରେମରେ ପଡିଛନ୍ତି ଅଭିନେତା କାର୍ତ୍ତିକ ଆର୍ଯ୍ୟନ। ଏହା ସତ କି ମିଛ ଫ୍ୟାନ୍ସଙ୍କ ମନରେ ପ୍ରଶ୍ନ ଉଠୁଥିବାବେଳେ ପ୍ରକୃତରେ ସେମିତି କିଛି ନାହିଁ। କହିବାକୁ ଗଲେ କାର୍ତ୍ତିକ ଏକ ନୂଆ ଫିଲ୍ମରେ ନଜର ଆସୁଛନ୍ତି । ଯେଉଁଥିରେ ତାଙ୍କ ବିପକ୍ଷରେ ଅଛନ୍ତ ଜଣେ ସାଉଥ ଅଭିନେତ୍ରୀ। ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ଭୁଲ୍‌ ଭୁଲୈୟା ୩’ ବକ୍ସ ଅଫିସ୍‌ରେ ଧମାଲ ମଚାଇବା ପରେ ଏବେ ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।


ଅନୁରାଗ ବାସୁଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେବାକୁ ଥିବା ଏକ ଚଳଚ୍ଚିତ୍ରରେ କାର୍ତ୍ତିକ ନଜରକୁ ଆସିବେ ବୋଲି ପୂର୍ବରୁ ଘୋଷଣା ହୋଇଥିଲା। ଏହି ଫିଲ୍ମର ଟାଇଟଲ ବର୍ତ୍ତମାନ ସୁଦ୍ଧା ଘୋଷଣା କରାଯାଇ ନ ଥିଲେ ହେଁ ଏଥିରେ କାର୍ତ୍ତିକଙ୍କ ବିପକ୍ଷରେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଶ୍ରୀଲୀଲା ନଜରକୁ ଆସିବେ। ଅନ୍‌ଟାଇଟଲ୍ଡ଼ ଫିଲ୍ମର ଟିଜର ରିଲିଜ ହୋଇଛି। ଟିଜରର ଝଲକ୍‌ରୁ ଏହା ଚଳଚ୍ଚିତ୍ର ‘ଆଶିକୀ ୩’ ହୋଇଥିବା ନେଇ ଅନେକ ପ୍ରଶଂସକ ଅନୁମାନ କରିଛନ୍ତି। ଟିଜରରେ କାର୍ତ୍ତିକଙ୍କ ବଡ଼ କେଶ ଏବଂ ଦାଢ଼ି ଥିବା ସହ ତାଙ୍କୁ ଏକ ମଞ୍ଚରେ ରକ୍‌ଷ୍ଟାର ପରି ଅଭିନୟ କରୁଥିବାର ଦେଖିବାକୁ ମିଳୁଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ଏହି ଟିଜରରେ ଶ୍ରୀଲୀଲାଙ୍କ ସହ କାର୍ତ୍ତିକ ରୋମାନ୍ସ ମଧ୍ୟ କରୁଥିବା ଦେଖିବାକୁ ମିଳିଛି। କାର୍ତ୍ତିକ ଏହି ଟିଜରରେ ଏକ ଭିନ୍ନ ଶୈଳୀରେ ନଜରକୁ ଆସିଛନ୍ତି। ତାଙ୍କର ଗେଟ୍‌ଅପ୍‌ ଏବଂ ରୋମାଣ୍ଟିକ ଅନ୍ଦାଜକୁ ଦେଖିଲେ ଏହି ଚଳଚ୍ଚିତ୍ରଟି ଏକ ବଡ଼ ଫ୍ରାଞ୍ଚାଇଜ୍‌ର ପରବର୍ତ୍ତୀ ସ୍ବିକେଲ ହୋଇପାରେ ବୋଲି ସିନେପ୍ରେମୀମାନେ ଅନୁମାନ କରୁଛନ୍ତି। ତେବେ ଏହି ଫିଲ୍ମଟି କେବେ ରିଲିଜ ହେବ ସେନେଇ କୌଣସି ସୂଚନା ମିଳିନଥିବାବେଳେ ଦର୍ଶକ ଫିଲ୍ମକୁ ବଡ ପରଦାରେ ଦେଖିବା ପାଇଁ ଅପେକ୍ଷାରତ। ସାଉଥ ଅଭିନେତ୍ରୀ ଶ୍ରୀଲୀଲାଙ୍କର ଏହା ହେଉଛି ପ୍ରଥମ ବଲିଉଡ ଫିଲ୍ମ। କାର୍ତ୍ତିକ ଏବଂ ଶ୍ରୀଲୀଲାଙ୍କ ଯୋଡିକୁ ଦେଖିବା ପାଇଁ ଦର୍ଶକ ଉତ୍ସାହିତ।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Sponsored
Sreeleela opposite Kartik Aaryan in Anurag Basu's not-Aashiqui 3 update | Argus News