S S Rajamouli / ଭଗବାନଙ୍କ ବିଷୟରେ ଏମିତି କହି ଫସିଲେ ରାଜାମୌଲି, ହେଲେ ଟ୍ରୋଲର ଶିକାର...
·10 months ago·2 min read

Key Points
ଫସିଲେ ସାଉଥର ବଡ଼ ନିର୍ଦ୍ଦେଶକ
ଭଗବାନଙ୍କ ବିଷୟରେ ଏମିତି କହିଲେ ରାଜାମୌଲି
ଭଗବାନଙ୍କ ବିଷୟରେ ଏମିତି କହିଲେ ରାଜାମୌଲି
ଫିଲ୍ମ ନିର୍ମାତା ଏସ ଏସ ରାଜାମୌଲିଙ୍କ ଫିଲ୍ମ ବାରାଣସୀର ପ୍ରଥମ ଝଲକ ଦେଖିବା ପରଠାରୁ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି। ଖୁବଶୀଘ୍ର ଏହି ଫିଲ୍ମଟି ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମରେ ମହେଶ ବାବୁଙ୍କ ଅପୋଜିଟରେ ପ୍ରଥମ ଥର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ ଦେଖିବାକୁ ମିଳିବ। ଗତ ଶନିବାର ସନ୍ଧ୍ୟାରେ ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟିରେ ଏକ କାର୍ଯ୍ୟକ୍ରମର ଅନୁଷ୍ଠିତ ହୋଇଥିଲା। ଯେଉଁଠାରେ ଫିଲ୍ମର ସମ୍ପୂର୍ଣ୍ଣ ଷ୍ଟାରକାଷ୍ଟ ଉପସ୍ଥିତ ଥିଲେ। ଫିଲ୍ମ ବିଷୟରେ କଥାବାର୍ତ୍ତା କରିବା ସମୟରେ ରାଜାମୌଲି ଭାବପ୍ରବଣ ହୋଇ ପଡିଥିବାର ଦେଖାଯାଇଥିଲା। କିନ୍ତୁ ତାଙ୍କର ଏକ ବୟାନ ବିବାଦ ସୃଷ୍ଟି କରିଛି।
ରାଜାମୌଲୀ ଭଗବାନଙ୍କ ବିଷୟରେ କଣ କହିଲେ?
କାର୍ଯ୍ୟକ୍ରମରେ ଫିଲ୍ମର ପ୍ରଥମ ଝଲକ ସମୟରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ବାରମ୍ୱାର ଯେତେବେଳେ ସମାନ ଘଟଣା ଘଟିଥିଲା ରାଜାମୌଲି ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ। ତା'ପରେ ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କୁ ସମ୍ବୋଧିତ କରି ନିର୍ଦ୍ଦେଶକ କହିଥିଲେ ଯେ, ତାଙ୍କ ପିତା ଏବଂ ପତ୍ନୀ କିପରି ଭଗବାନ ହନୁମାନଙ୍କ ଉପରେ ବିଶ୍ୱାସ ରଖନ୍ତି । ହେଲେ ରାଜାମୌଲି କହିଲେ, "ମୁଁ ଈଶ୍ୱରଙ୍କୁ ବିଶ୍ୱାସ କରେ ନାହିଁ।" ମୋ ବାପା ମୋତେ କହିଥିଲେ ଯେ ପ୍ରଭୁ ହନୁମାନ ମୋତେ ମାର୍ଗଦର୍ଶନ କରିବେ। କିନ୍ତୁ ଏହି ଯାନ୍ତ୍ରିକ ତ୍ରୁଟି ଦେଖିବା ମାତ୍ରେ, ମୁଁ ହଠାତ୍ ରାଗିଗଲି। ଭଗବାନ ହନୁମାନ କ'ଣ ଏହିପରି ମୋତେ ସାହାଯ୍ୟ କରୁଛନ୍ତି?
ଏହା କହିବା ସମୟରେ ରାଜାମୌଲି ସାମାନ୍ୟ ଇମୋସନାଲ ହୋଇଯାଇଥିଲେ । ଟିକେ ସମୟ ଅପେକ୍ଷା କଲେ ଏବଂ କହିଲେ, ମୋ ସ୍ତ୍ରୀ ଭଗବାନ ହନୁମାନଙ୍କର ବଡ଼ ଭକ୍ତ। ସେ ସାଙ୍ଗ ପରି ତାଙ୍କ ସହ କଥାବର୍ତ୍ତା କରନ୍ତି। ବେଳେବେଳେ ମୁଁ ତାଙ୍କ ଉପରେ ମଧ୍ୟ ରାଗିଯାଏ । ପରେ, ରାଜାମୌଲି ପୁଣି ଥରେ ଫିଲ୍ମର କିଛି ଅଂଶ ଅଭିନୟ କରିବାକୁ ଚେଷ୍ଟା କଲେ। ତା’ପରେ ସେ କହିଲେ, "ନିଶ୍ଚିତ ଭାବରେ ଆମେ ଟ୍ରେଲରଟି ପୁଣି ଦେଖିବାକୁ ଚାହୁଁଛୁ।" ମୁଁ ମଧ୍ୟ ଏହାର ଅପେକ୍ଷା କରୁଛି। ପାପା, ଯଦି ତୁମର ହନୁମାନ ମୋତେ ଥରେ ରକ୍ଷା କରନ୍ତି । କିମ୍ବା ଦେଖାଯାଉ ମୋ ସ୍ତ୍ରୀଙ୍କ ହନୁମାନ ମୋତେ ସାହାଯ୍ୟ କରୁଛନ୍ତି କି ନାହିଁ। ଯେତେବେଳେ ମୋ ବାପା ହନୁମାନଙ୍କ ବିଷୟରେ କୁହନ୍ତି ଏବଂ ସଫଳତା ପାଇଁ ତାଙ୍କ ଆଶୀର୍ବାଦ ଉପରେ ବିଶ୍ୱାସ କରିବାକୁ ପରାମର୍ଶ ଦିଅନ୍ତି, ମୁଁ ବହୁତ ରାଗିଯାଏ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାଜାମୌଲିଙ୍କୁ ଟ୍ରୋଲ୍ କରାଗଲା:
ଭଗବାନଙ୍କ ସମ୍ପର୍କରେ ରାଜାମୌଲିଙ୍କ ଏହି ବକ୍ତବ୍ୟ ପ୍ରକାଶ ପାଇବା ମାତ୍ରେ, ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । ପ୍ରଭୁ ହନୁମାନଙ୍କ ଭକ୍ତମାନେ ନିର୍ଦ୍ଦେଶକଙ୍କ ଉପରେ ସେମାନଙ୍କର କ୍ରୋଧ ପ୍ରକାଶ କରିଛନ୍ତି। ସେମାନଙ୍କ ମତରେ, ରାଜାମୌଲି ସେମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, "ହନୁମାନଙ୍କ ଉପରେ ରାଜାମୌଲିଙ୍କ ମନ୍ତବ୍ୟ ନିରାଶାଜନକ।"
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics
Explore more stories