Videos
|
Entertainment

Viral Video / ଏହି ଫିଲ୍ମ ଯିଏ ଦେଖୁଛି ତା'ସହ ଘଟିଛୁ ଅଜବ ଘଟଣା

Rashmita Mishra
Browse all articles by Rashmita Mishra
·11 months ago·2 min read
ଏହି ଫିଲ୍ମ ଯିଏ ଦେଖୁଛି ତା'ସହ ଘଟିଛୁ ଅଜବ ଘଟଣା

Key Points

ସାଉଥ୍‌ରେ ଫିଲ୍ମର ଜବରଦସ୍ତ କ୍ରେଜ୍‌ ରହିଛି। ଫିଲ୍ମ ହଲ୍‌ରୁ କିଛି ଅଜବ ପ୍ରକାରର ଭିଡ଼ିଓ ମଧ୍ୟ ସାମନାକୁ ଆସୁଛି ,ଯେଉଁଥିରେ ଦର୍ଶକ କାନ୍ତାରାର ଲିଡ୍‌ ଆକ୍ଟର ପରି ନାଚିବା ନଜର ଆସୁଛି।

କାନ୍ତାରା ଚ୍ୟାପ୍ଟର-୧' ଫିଲ୍ମ ବକ୍ସ ଅଫିସରେ ଆକର୍ଷଣୀୟ ଓପନିଂ କରିଛି। ସାଉଥ୍‌ରେ ଫିଲ୍ମର ଜବରଦସ୍ତ କ୍ରେଜ୍‌ ରହିଛି। ଫିଲ୍ମ ହଲ୍‌ରୁ କିଛି ଅଜବ ପ୍ରକାରର ଭିଡ଼ିଓ ମଧ୍ୟ ସାମନାକୁ ଆସୁଛି ,ଯେଉଁଥିରେ ଦର୍ଶକ କାନ୍ତାରାର ଲିଡ୍‌ ଆକ୍ଟର ପରି ନାଚିବା ନଜର ଆସୁଛି। ଏହିସବୁ ଭିଡ଼ିଓରେ ଲୋକଙ୍କର ଭିନ୍ନ ଭିନ୍ନ ପ୍ରକାରର କମେଣ୍ଟ ଆସୁଛି। କିଛି ଲୋକ କହୁଛନ୍ତି ଯେ, ଲୋକେ ଆକ୍ଟିଂ କରୁଛନ୍ତି, ଆଉ କିଛି ଲେଖିଛନ୍ତି, ସେ ମଧ୍ୟ ଫିଲ୍ମ ହଲ୍‌ରେ ଏମିତି ଦୃଶ୍ୟ ଦେଖିଛନ୍ତି।

କାନ୍ତାରା ୨୦୨୨ ମସିହାରେ ରିଲିଜ ହୋଇଥିବା ବେଳେ ଏହାର ଶେଷ ଦୃଶ୍ୟ ଖୁବ୍‌ ଚର୍ଚ୍ଚାରେ ଥିଲା। କାନ୍ତାରା ଚ୍ୟାପ୍ଟର-୧ ସେହି ସିନେମାର ପ୍ରିକ୍ୱେଲ,ଯାହାକୁ ଦେଖିବାକୁ ଦର୍ଶକଙ୍କ ଭିଡ଼ ଜମିଛି। ହଲ୍‌ରୁ କିଛି ଭିଡ଼ିଓ ଦେଖିବାକୁ ମିଳୁଛି, ଯେଉଁଥିରେ ଦର୍ଶକ ଅଜବ ଗଜବ ହରକତ କରିବା ଦେଖା ଯାଉଛି। ଗୋଟିଏ ଭିଡିଓରେ, ‘କାନ୍ତାରା ଚ୍ୟାପ୍ଟର-୧ ‘ର ସ୍କ୍ରିନିଂ ଶେଷ ହେବା ପରେ ହଲ୍‌ ଭିତରେ ଜଣେ ମହିଳା ନିଜ ସିଟ୍‌ରେ ଜୋର ଜୋରରେ କମ୍ପିବା ଓ ହଲିବାକୁ ଲାଗନ୍ତି। ସେଠାରେ ଥିବା ଲୋକେ ତାଙ୍କୁ ଶାନ୍ତ କରାଇବାକୁ ଚେଷ୍ଟା କରୁ ଥିଲେ , କିଛି ଲୋକ ତାଙ୍କ ମୁହଁରେ ପାଣି ମଧ୍ୟ ଛିଞ୍ଚୁ ଥିଲେ। ମହିଳା ଜଣଙ୍କ ଚେତାଶୂନ୍ୟ ସ୍ଥିତିରେ ଥିଲେ, ହେଲେ ସେ ନିଜ ସିଟ୍‌ରୁ ଉଠିବାକୁ ପ୍ରସ୍ତୁତ ନଥିଲେ ଏବଂ ଲାଗାତାର ଖୁବ୍‌ ଜୋରରେ ଦୋହଲୁ ଥିଲେ।

ଏହି ଭିଡ଼ିଓରେ କମେଣ୍ଟରେ ଜଣେ ବ୍ୟକ୍ତି ଲେଖିଛନ୍ତି , ଯେଉଁଥିରେ ଜଣେ ପୁରୁଷ ଫ୍ୟାନ୍‌ ରିଷଭ ଶେଟ୍ଟୀଙ୍କ ସେହି ସିନ୍‌ ଉପରେ ରିଆକ୍ଟ କରୁଛନ୍ତି, ଯେଉଁଠି ତାଙ୍କର ଚରିତ୍ର ଦୈବୀ ଶକ୍ତିର ନାମ ନେଇ ଚିତ୍କାର କରୁଛନ୍ତି। ଏହି ପ୍ରଶଂସକ ଜଣଙ୍କ ଚିତ୍କାର କରି ଭୂଇଁରେ ଲୋଟି ପଡ଼ିଲେ , ଯେବେ ଆଖପାଖରେ ଥିବା ଅନ୍ୟ ଦର୍ଶ ଏସବୁ ଦେଖି ତାଙ୍କର ଭିଡ଼ିଓ କରୁଥିଲେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥିସହ ପଢ଼ନ୍ତୁ: ଜୁବିନଙ୍କ ମ୍ୟାନେଜର ଓ ସିଙ୍ଗାପୁର ଇଭେଣ୍ଟ ଆୟୋଜକଙ୍କୁ ଗିରଫ କଲା ଆସାମ ସିଆଇଡି



ଏହି ଫିଲ୍ମ ସହ ଜଡ଼ିତ ଆଉ ଏକ ଭିଡ଼ିଓ ସାମ୍ନାକୁ ଆସିଛି , ମୁଁ ଏହାକୁ ମିଛ ଭାବେ , କିନ୍ତୁ ମୁଁ କାଲି ରାତିରେ ନିଜେ ଫିଲ୍ମ ହଲ୍‌ରେ ଏମିତି ହେବାର ଦେଖିଛି। କ୍ଲାଇମାକ୍ସ ପରେ ସେଠାରେ ମଧ୍ୟ ଜଣେ ମହିଳାଙ୍କ ସହ ଏମିତି ହୋଇଥିଲା। ଜଣେ ଲେଖିଛନ୍ତି , ଏହା ଦୁର୍ବଳ ହୃଦୟର ଲୋକଙ୍କ ପାଇଁ ନୁହେଁ। ଗୋଟେ କମେଣ୍ଟ ଅଛି, ମୁଁ ଏହାକୁ ହିଁ ଅପେକ୍ଷା କରୁ ଥିଲି। ପ୍ରଥମ ପାର୍ଟ ପରେ ମଧ୍ୟ ଲୋକେ ଏମିତି କରୁଥିଲେ। ଗୋଟେ କମେଣ୍ଟ ଅଛି, ଏହାକୁ ଭୂତ ଧରି ନେଇଛି, କଣ କାନ୍ତାରାକୁ ଦେଖି। କିଛି ଲୋକ ଏହାକୁ ଆକ୍ଟିଂ ମଧ୍ୟ କହୁଛନ୍ତି।


‘କାନ୍ତାରା ଚ୍ୟାପ୍ଟର-୧’ ବକ୍ସି ଅଫିସରେ ଖୁବ୍‌ ଧମାକା ପ୍ରଦର୍ଶନ କରୁଛି। Sannilkର ରିପୋର୍ଟ ମୁତାବିକ , ଫିଲ୍ମ ନିଜର ରିଲିଜର ପ୍ରଥମ ଦିନ ୬୫ କୋଟି ଟଙ୍କାର ସଂଖ୍ୟା ଅତିକ୍ରମ କରିନେଇଛି। ଫିଲ୍ମରେ ରିଷଭ ଶେଟ୍ଟୀଙ୍କ ବ୍ୟତୀତ ଅଭିନେତ୍ରୀ ରୁକ୍ମଣୀ ବସନ୍ତ , ଜୟରାମ ଓ ଗୁଲସନ ଦେବୈୟା ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି । ଫିଲ୍ମକୁ ରିଷଭ ଶେଟ୍ଟୀ ଲେଖିଥିବା ବେଳେ ନିର୍ଦ୍ଦେଶନା ଓ ଆକ୍ଟିଂ ମଧ୍ୟ କରିଛନ୍ତି।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: