Madhuri Dixit / ସମ୍ମାନ-ପ୍ରେମ-ବୁଝାମଣା ସମ୍ପର୍କକୁ ମଜବୁତ କରେ, କେମିତି ଜାଣନ୍ତୁ...

Key Points
ପାରସ୍ପରିକ ସମ୍ମାନ, ପ୍ରେମ ଏବଂ ବୁଝାମଣା ଯେକୌଣସି ସମ୍ପର୍କକୁ କିପରି ମଜବୁତ କରେ ତାହା ଜାଣନ୍ତୁ...
୫୮ ବର୍ଷ ବୟସରେ ବି ଚମକୁଛନ୍ତି ମାଧୁରୀ ଦୀକ୍ଷିତ । ମାଧୁରୀ ନିଜ ଦମଦାର ଅଭିନୟ ସହ ନିଜ ଡ୍ୟାନ୍ସ ଅନ୍ଦାଜରେ ଲୋକଙ୍କ ମନେର ଆଜି ବି ରାଜ କରୁଛନ୍ତି । ଅଭିନେତ୍ରୀଙ୍କ ଅନେକ ଫ୍ୟାନ ଫୋଲର୍ସ ରହିଛନ୍ତି । ମାଧୁରୀ ଦୀକ୍ଷିତ୍ ହିନ୍ଦୀ ଚଳଚ୍ଚିତ୍ରକୁ ଏପରି ଏକ ମୋଡ ଦେଇଥିଲେ ଯେ, ଯେଉଁଥି ପାଇଁ ଆଜିର ଅଭିନେତ୍ରୀମାନେ ତାଙ୍କୁ ନିଜ ଆଦର୍ଶ ବୋଲି ଭାବନ୍ତି।
ମାଧୁରୀ ଅକ୍ଟୋବର ୧୭,୧୯୯୯ରେ ଡକ୍ଟର ଶ୍ରୀରାମ ନେନେଙ୍କୁ ବିବାହ କରିଥିଲେ । ବିବାହର ପରେ, ସେମାନେ ଆମେରିକା ଚାଲିଯାଇଥିଲେ, ଯେଉଁଠାରେ ସେମାନେ ଗ୍ଲାମର ଦୁନିଆରୁ ଦୂରରେ ରହି ଏକ ସୁନ୍ଦର ପାରିବାରିକ ଜୀବନ ବିତାଇଥିଲେ । ସେମାନଙ୍କର ଦୁଇଟି ପୁଅ ଅଛି ୨୦୦୩ରେ ଏରିନ୍ ଏବଂ ୨୦୦୫ରେ ରିଆନ୍ ।
ଗତ କିଛିଦିନ ତଳେ ଏକ ପୋଡକାଷ୍ଟରେ ମାଧୁରୀଙ୍କୁ ତାଙ୍କ ସ୍ଵାମୀ ଡକ୍ଟର ନେନେଙ୍କ ସହ ସମ୍ପର୍କ କେମିତି, ସେମାନଙ୍କ ସମ୍ପର୍କ ଏତେ ମଜବୁତ ହେବାର କାରଣ କ'ଣ ବୋଲି ପଚାରିଥିଲେ ।
ପ୍ରେମ ସମ୍ପର୍କର ରହସ୍ୟ କ’ଣ?
ଏକ ପଡକାଷ୍ଟରେ ମାଧୁରୀଙ୍କୁ କୁହାଯାଇଥିଲା କି "ମୁଁ ଡକ୍ଟର ନେନେଙ୍କ ସହିତ ସମୟ ବିତାଇଛି । ତୁମେ ତାଙ୍କ ଉପରେ ଯାଦୁ କରିଛ । ମୁଁ ଏପରି ଭାବୁଛି କାରଣ କୌଣସି ସ୍ୱାମୀ ତାଙ୍କ ସ୍ତ୍ରୀଙ୍କ ବିଷୟରେ ଏତେ ରୋମାଣ୍ଟିକ କଥା କୁହନ୍ତି ନାହିଁ । ମୁଁ ଏପରି କୌଣସି ସ୍ୱାମୀଙ୍କୁ ଆଜି ଯାଏଁ ଦେଖି ନାହିଁ।"
ଏହି ପ୍ରଶ୍ନର ଉତ୍ତର ଦେଇ ମାଧୁରୀ କହିଥିଲେ, "ମୁଁ ବହୁତ ଭାଗ୍ୟବାନ ଯେ ମୁଁ ଜଣେ ରୋମାଣ୍ଟିକ ସ୍ଵାମୀଙ୍କୁ ପାଇଛି । ଆମର ପରସ୍ପରଙ୍କ ମଧ୍ୟରେ ସମ୍ମାନ,ପ୍ରେମ ଏବଂ ବୁଝାମଣା ବହୁତ ଅଛି । ଆମେ ପରସ୍ପରକୁ କିଛି ନୂଆ କରିବା ପାଇଁ ସବୁବେଳେ ଉତ୍ସାହିତ କରିଥାଉ । ସେ ମୋତେ ସବୁବେଳେ ସକାରାତ୍ମକ କଥା କହିଥାନ୍ତି । ମୁଁ ଯାହା କରୁଛି ସେଥିରେ ସେ ମୋତେ ସମର୍ଥନ କରନ୍ତି, ଏବଂ ଏହା ବହୁତ ସାହାଯ୍ୟ ମଧ୍ୟ କରନ୍ତି ।
ପାରସ୍ପରିକ ସମ୍ମାନ, ପ୍ରେମ ଏବଂ ବୁଝାମଣା ଯେକୌଣସି ସମ୍ପର୍କକୁ କିପରି ମଜବୁତ କରେ ତାହା ଜାଣନ୍ତୁ....
ପାରସ୍ପରିକ ସମ୍ମାନ: ପାରସ୍ପରିକ ସମ୍ମାନର ଅର୍ଥ ହେଉଛି ଏକ ସମ୍ପର୍କରେ, ତାହା ସ୍ୱାମୀ-ସ୍ତ୍ରୀ, ପ୍ରେମିକା-ପ୍ରେମିକା, କିମ୍ବା ଯେକୌଣସି ଦୁଇଜଣ ବ୍ୟକ୍ତି ହେଉ, ପରସ୍ପରକୁ ସମ୍ମାନ କରିବା ଉଚିତ୍ । ଏଥିରେ ପରସ୍ପରର କାମ, ଚିନ୍ତାଧାରା, ଭାବନା ଇତ୍ୟାଦିକୁ ସମ୍ମାନ ଦେବା ଦରକାର । ଏହା ଉଭୟ ଉଭୟଙ୍କ ପାଇଁ କରିବା ଉଚିତ୍ ଯାହା ଦ୍ଵାରା ଯେକୌଣସି ଝଗଡ଼ା ଅତି ସହଜରେ ସମାଧାନ କରାଯାଇପାରିବ ।
ପାରସ୍ପରିକ ପ୍ରେମ: ପ୍ରେମ ଏକ ଇମୋଶନାଲ ଫିଲିଙ୍ଗ୍ସି ଦ୍ଵାରା ହୋଇଥାଏ ଯାହା ଦ୍ଵାରା ସୁଖଃ,ଦୁଖଃ ପରସ୍ପର ମଧ୍ୟରେ ବାଣ୍ଟିଥାନ୍ତି ସାଥୀମାନେ, ପରସ୍ପରର ଆବଶ୍ୟକତାକୁ ବୁଝିଥାନ୍ତି । ଏହିପରି ହେବା ଦ୍ଵାରା ସମ୍ପର୍କ ଆହୁରି ମଜୁବୁତ୍ ହୋଇଥାଏ । ତା'ହାସ ନିଜ ଭିତରେ ସ୍ନେହ, ମମତା ଓ ଭଲପଇବା ବଢ଼ିଥାଏ ।
ପାରସ୍ପରିକ ବୁଝାମଣା: ପାରସ୍ପରିକ ବୁଝାମଣାର ଅର୍ଥ ହେଉଛି ପରସ୍ପରର ମାନସିକତା ଭାବନାକୁ ବୁଝିବା ଏବଂ ସେମାନଙ୍କୁ ଛୋଟ ନ କରି ସେମାନଙ୍କ କଥାକୁ ଗୁରୁତ୍ଵ ଦେବା । ପାରସ୍ପରିକ ବୁଝାମଣା ରହିବା ଦ୍ଵାରା ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତି ହୋଇନଥାଏ । ଭଲ ବୁଝାମଣା ପ୍ରତ୍ୟେକ ସାଥୀଙ୍କ ଆବଶ୍ୟକତା ଏବଂ ଚିନ୍ତାକୁ ସମ୍ମାନ ଦେଇ ଏକ ଭଲ ସମ୍ପର୍କ ସ୍ଥାପନ କରିଥାଏ ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର...
📱 Get Argus News App
✨Related Topics
Explore more stories