ସୁଭାଷ ଘାଇଙ୍କ ଫିଲ୍ମରେ ରିତେଶ ହିରୋଇନ୍

Key Points
ସୁଭାଷ ଘାଇଙ୍କ ଫିଲ୍ମରେ ହିରୋଇନ୍ ହେବେ ରିତେଶ
ଫଟୋ ସେୟାର କଲେ ନିର୍ମାତା
ଫ୍ୟାନ୍ସ କହିଲେ ଏମିତି କଥା
ହିରୋଇନ ହେବେ ବଲିଉଡର ଲୋକପ୍ରିୟ ଅଭିନେତା ରିତେଶ ଦେଶମୁଖ । ବଲିଉଡରେ ଏତେ ବଡ଼ ବଡ଼ ଏବଂ ସୁନ୍ଦର ଅଭିନେତ୍ରୀ ଥାଉ ଥାଉ କାହିଁକି ରିତେଶ ହେବେ ହିରୋଇନ ବୋଲି ପ୍ରଶ୍ନ ଉଠୁଥିବାବେଳେ ନିଜେ ସୁଭାଷ ଏଭଳି ସୂଚନା ଦେଇଛନ୍ତି। ସୁଭାଷ ଘାଇ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ଘୋଷଣା କରିଛନ୍ତି ଯେ ସେ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ ନାୟିକା ବାଛିଛନ୍ତି।ଫିଲ୍ମ ନିର୍ମାତା ତାଙ୍କ ଇନ୍ଷ୍ଟାଗ୍ରାମ୍ ହ୍ୟାଣ୍ଡେଲ୍ରେ ରିତେଶ ଦେଶମୁଖଙ୍କ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଅଭିନେତା ମୁଣ୍ଡରେ ଓଢ଼ଣା, ମଥାରେ ବିନ୍ଦି ଏବଂ ଆଖିରେ କଜଳ ଲଗାଇଥିବା ନଜର ଆସିଛନ୍ତି। ଏହା ସହ ସୁଭାଷ ଘାଇ କ୍ୟାପ୍ସନ୍ରେ ଲେଖିଛନ୍ତି ଯେ ମୁକ୍ତା ଆର୍ଟସ୍ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ରିତେଶ ଦେଶମୁଖଙ୍କୁ ନାୟିକା ଭାବରେ ଦେଖିବାକୁ ମିଳିବ।
ଅନେକ ନେଟିଜେନ କହିଛନ୍ତି ଯେ ଅଭିନେତାଙ୍କ ଏହି ଲୁକ୍ ୨୦୦୬ର ଫିଲ୍ମ "ଅପନା ସପନା ମନୀ ମନୀ"ର। ଏହି ଫଟୋଟି ସେହି ସିନେମାର। ଏହି ସିନେମାରେ ରିତେଶ ଜଣେ ଗୁଣ୍ଡା ଭୂମିକାରେ ଅଭିନୟ କରିଥିଲେ ଏବଂ ଜଣେ ଝିଅର ବେଶ ଧାରଣ କରିଥିଲେ। ଫିଲ୍ମ ନିର୍ମାତାଙ୍କ ଏହି ପୋଷ୍ଟ ଲୋକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି କରିଛି। ହେଲେ ଫିଲ୍ମର କାହାଣୀ ବିଷୟରେ କିଛି ପ୍ରକାଶ କରିନାହାଁନ୍ତି।
📱 Get Argus News App
✨ରିତେଶ ଦେଶମୁଖ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା ସୁଭାଷ ଘାଇଙ୍କ ନୂତନ ଚଳଚ୍ଚିତ୍ରରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ସେ ସମ୍ପୂର୍ଣ୍ଣ ନୂଆ ଲୁକ୍ରେ ନଜର ଆସିବେ। ଏହି ଘୋଷଣା ପରେ ଦର୍ଶକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଏହି ଫିଲ୍ମଟି କେବେ ରିଲିଜ ହେବ ସେନେଇ କୌଣସି ଘୋଷଣା କରାଯାଇନାହିଁ।