Videos
|
Entertainment

Sudha Chandran / ମୋ ଜୀବନରେ କେବେ ଭାବିନାହିଁ ଯେ ଲୋକମାନେ କ'ଣ କୁହନ୍ତି, ଏମିତି କାହିଁକି କହିଲେ ସୁଧା

Rashmita Mishra
Browse all articles by Rashmita Mishra
·7 months ago·2 min read
ମୋ ଜୀବନରେ କେବେ ଭାବିନାହିଁ ଯେ ଲୋକମାନେ କ'ଣ କୁହନ୍ତି, ଏମିତି କାହିଁକି କହିଲେ ସୁଧା
Sudha Chandran

Key Points

ବଲିଉଡର ବଡ଼ ଗୁମର, ଠିକ୍ ଅଛନ୍ତି ତ ସୁଧା ଚନ୍ଦ୍ରନ୍ ?
ମୋ ଜୀବନରେ କେବେ ଭାବିନାହିଁ ଯେ ଲୋକମାନେ କ'ଣ କୁହନ୍ତି, ଏମିତି କାହିଁକି କହିଲେ ସୁଧା

ବଲିଉଡର ଜଣାଶୁଣା ଅଭିନେତ୍ରୀ ସୁଧା ଚନ୍ଦ୍ରନ୍ ବର୍ତ୍ତମାନ ସମୟରେ ଚର୍ଚ୍ଚରେ ଅଛନ୍ତି । ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି, ଯେଉଁଥିରେ ସେ ମା'ଙ୍କ ପୂଜା କରିବା ସମୟରେ ଚେତାଶୂନ୍ୟ ହୋଇଯାଉଥିବା ଦେଖାଯାଉଛି। ସେହି ଭିଡିଓରେ ଆହୁରି ମଧ୍ୟ ଦେଖାଯାଇଛି ଯେ ସେ ହସୁଥିଲେ, କାନ୍ଦୁଥିଲେ ଏବଂ କାହାକୁ କାମୁଡ଼ି ମଧ୍ୟ ଦେଉଥିଲେ । ଭିଡିଓ ଦେଖିବା ପରେ ଅନେକ ଲୋକ ଅନେକ କିଛି ପ୍ରତିକ୍ରିୟା ଦେଇଛନ୍ତି । କେତେକ କହିଥିଲେ ଯେ ଅଭିନେତ୍ରୀଙ୍କୁ ଦେବୀ ଲାଗିଛନ୍ତି, ଅନ୍ୟ କେତେକ ଲୋକ କହିଛନ୍ତି ସେ ଅଭିନୟ କରି ଭିଡିଓ କରୁଥିଲେ ।

କେବଳ ସେତିକି ନୁହେଁ, କେତେକ ଏହାକୁ ନାଟକ ଏବଂ ମିଛ କହି ଟ୍ରୋଲ କରିଛନ୍ତି, ଏହି ସବୁ ପ୍ରତିକ୍ରିୟା ପରେ ବର୍ତ୍ତମାନ ଅଭିନେତ୍ରୀ ତାଙ୍କ ମୁହଁ ଖୋଲିଛନ୍ତି । ଏକ ସାକ୍ଷାତକାରରେ ଏହି ବିଷୟରେ କହିବାକୁ ଯାଇ ସେ କହିଛନ୍ତି ଯେ ସେ ଏହାକୁ କାହାକୁ ବୁଝାଇବା କିମ୍ବା କହିଫତ ଦେବା ଆବଶ୍ୟକ ମନେ କରନ୍ତି ନାହିଁ ।

ସୁଧାଙ୍କ ଭାଇରାଲ ଭିଡିଓ କ’ଣ ଥିଲା?
ସୁଧା ଚନ୍ଦ୍ରନଙ୍କୁ ମାତାଙ୍କ ଦରବାରରେ ଦେଖିବାକୁ ମିଳିଥିଲା। କିଛି ସମୟ ପରେ, ଏକ ଭଜନ ଗାଉଥିବା ସମୟରେ, ଅଭିନେତ୍ରୀ ଭାବପ୍ରବଣ ହୋଇଗଲେ। ସେ ଗୋଟିଏ ସମୟରେ ଝୁଣ୍ଟି ପଡୁଥିଲେ, ତା’ପରେ ପରବର୍ତ୍ତୀ ସମୟରେ କାନ୍ଦି ପକାଇଥିଲେ, ହସୁଥିଲେ ଏବଂ କାମୁଡ଼ିବାକୁ ଚେଷ୍ଟା କରୁଥିଲେ । ଏହା ପରେ, ତାଙ୍କ ଚାରିପାଖରେ ଠିଆ ହୋଇଥିବା ଅନେକ ଲୋକ ଏବଂ ଅନ୍ୟାନ୍ୟ ସେଲିବ୍ରିଟି ତାଙ୍କୁ ଧିରିଥିଲେ ।



ସୁଧା ଚନ୍ଦ୍ରନ୍ କ’ଣ କହିଥିଲେ ?
ଅନଲାଇନ ମଧ୍ୟରେ ଏକ ସାକ୍ଷାତକାରରେ ଯୋଡ଼ି ହୋଇ ସୁଧା କହିଥିଲେ, "ମୁଁ ଏଠାରେ କାହାକୁ ଠିକ୍ କି ଭୁଲ ପ୍ରମାଣ କରିବା ପାଇଁ ଆସିନାହିଁ। ମୋ ଲାଇଫକୁ ନେଇ ନିଜର ଏକ ଦୃଷ୍ଟିକୋଣ ଅଛି । ମୋର କିଛି ସମ୍ପକୀୟ ଅଛିନ୍ତି ଯାହାକୁ ମୁଁ ସମ୍ମାନ କରେ । ମୋର ବାହାର ଲୋକଙ୍କ ସହିତ କୌଣସି ସମ୍ପର୍କ ନାହିଁ । ଯେଉଁମାନେ ମୋର ମଜାକ୍ ଉଡ଼ାଉଛନ୍ତି ଭଲ କଥା ମୋର କିଛି ଅସୁବିଧା ନାହିଁ । କିନ୍ତୁ ସେମାନେ ନିଜ ଜୀବନରେ ଖୁସି ରହିବା ଉଚିତ । କିନ୍ତୁ ଲକ୍ଷ ଲକ୍ଷ ଲୋକଙ୍କ ଭିତରେ ଯେଉଁମାନେ ଏହି କଥାକୁ ବୁଝିପାରିବେ ଏବଂ ଏହାକୁ ଅନୁଭବ କରିପାରିବେ? ଏହା ମୋ ପାଇଁ ତାହା ଗୁରୁତ୍ୱପୂର୍ଣ୍ଣ ।

ସେ ଆହୁରି କହିଛନ୍ତି, ମୁଁ ମୋ ଜୀବନରେ କେବେ ଭାବିନାହିଁ ଯେ ଲୋକମାନେ କ'ଣ କହିବେ। ମୋର ଦୁର୍ଘଟଣା ପରେ ମଧ୍ୟ ଲୋକମାନେ କହିଥିଲେ, ତୁମେ କେତେ ମୂର୍ଖ । କିନ୍ତୁ ଯେତେବେଳେ ଜଣେ ସଫଳ ହୋଇଯାଏ, ଲୋକମାନେ ମୋ ବିଷୟରେ କଥାବାର୍ତ୍ତା କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sudha Chandran | “I Never Thought About What People Say” – Why Sudha Chandran Said This | Argus News