Videos
|
Entertainment

SunielAnand / ଦେବ ଆନନ୍ଦଙ୍କ ପୁଅ ସୁନୀଲ ଆନନ୍ଦଙ୍କ ହୃଦଘାତରେ ମୃତ୍ୟୁ…୭୦ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ

Ritu Das
Browse all articles by Ritu Das
·1 hour ago·2 min read
ଦେବ ଆନନ୍ଦଙ୍କ ପୁଅ ସୁନୀଲ ଆନନ୍ଦଙ୍କ ହୃଦଘାତରେ ମୃତ୍ୟୁ…୭୦ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ
India

Key Points

ଦେବ ଆନନ୍ଦଙ୍କ ପୁଅ ସୁନିଲ ଆନନ୍ଦଙ୍କର ୭୦ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଛି
ବଲିଉଡର ଏଭରଗ୍ରୀନ ତଥା ଦିବଂଗତ ଅଭିନେତା ଦେବ ଆନ୍ଦଙ୍କ ପରିବାର ପକ୍ଷରୁ ଏକ ଦୁଃଖଦ ଖବର ଆସିଛି ଦେବ ଆନନ୍ଦଙ୍କ ପୁଅ ସୁନିଲ ଆନନ୍ଦଙ୍କର ୭୦ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଛି। ତାଙ୍କ ଭାଣିଜୀ ଜୀନା ନାରଙ୍ଗଙ୍କ ପକ୍ଷରୁ ସନୀଲ ଆନନ୍ଦଙ୍କ ମୃତ୍ୟୁ ଖବର ମିଳିଛି। ସୁନୀଲ ଆନନ୍ଦ ଆମେରିକାରୁ ବ୍ରିଟେନ୍ ଦେଇ ଭାରତ ଫେରୁଥିବା ସମୟରେ ଲଣ୍ଡନରେ ତାଙ୍କୁ ହୃଦଘାତ ହୋଇଥିଲା। ତାଙ୍କୁ ତୁରନ୍ତ ଲଣ୍ଡନର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ସୁନୀଲ ଆନନ୍ଦଙ୍କୁ ବଞ୍ଚାଇବାକୁ ଚେଷ୍ଟା ଆରମ୍ଭ କରିବା ପୂର୍ବରୁ ତାଙ୍କୁ ଦ୍ୱିତୀୟ ଥର ପାଇଁ ହୃଦଘାତ ହୋଇଥିଲା। ଡାକ୍ତରୀ ଦଳ ଅନେକ ଚେଷ୍ଟା କରିବା ସତ୍ତ୍ୱେ ତାଙ୍କୁ ବଞ୍ଚାଇ ପାରିନଥିଲା।

ତାଙ୍କ ଭାଣିଜୀ ଆଉ ମଧ୍ୟ କହିଛନ୍ତିଯେ, “"ସୁନୀଲ ଆନନ୍ଦଙ୍କ ମୃତ୍ୟୁରେ ଆମ ପରିବାର ଗଭୀର ଦୁଃଖରେ ଅଛି। ଏହି କଷ୍ଟକର ସମୟରେ ଆମେ ପାଇଥିବା ସମସ୍ତ ପ୍ରେମ, ପ୍ରାର୍ଥନା ଏବଂ ସମର୍ଥନ ପାଇଁ ଆମେ କୃତଜ୍ଞ। ଏହି କଷ୍ଟକର ସମୟରେ ଆମ ପରିବାରର ଗୋପନୀୟତାକୁ ସମ୍ମାନ ଦେବାକୁ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ।"

  • ତାଙ୍କ ବାପାଙ୍କ ଭଳି ଅଭିନୟରେ ପାଦ ଦେଇଥିଲେ

ଦେବ ଆନନ୍ଦଙ୍କ ପୁଅ ସୁନୀଲ ଆନନ୍ଦ ମଧ୍ୟ ଅଭିନୟ କରିଥିଲେ। ବଲିଉଡର ଏହି କିମ୍ବଦନ୍ତୀ ନିଜେ ତାଙ୍କ ପୁଅକୁ ଚଳଚ୍ଚିତ୍ରରେ ଲଞ୍ଚ କରିଥିଲେ। ସେ ୧୯୮୪ ମସିହାରେ " ଆନନ୍ଦ ଔର ଆନନ୍ଦ" ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ। ଯଦିଓ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା, ତଥାପି ସେ ପରବର୍ତ୍ତୀ ସମୟରେ ଆଉ ଦୁଇଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, କିନ୍ତୁ ସେଗୁଡ଼ିକ ମଧ୍ୟ ସଫଳତା ପାଇପାରି ନଥିଲେ। ଦେବ ଆନନ୍ଦ ତାଙ୍କ ସମୟର ସବୁଠାରୁ ସଫଳ ଅଭିନେତାମାନଙ୍କ ମଧ୍ୟରୁ ଜଣେ ଥିଲେ, କିନ୍ତୁ ତାଙ୍କ ପୁଅ ସୁନୀଲ ସମାନ ସଫଳତା ହାସଲ କରିପାରି ନଥିଲେ।

ତାଙ୍କ କ୍ୟାରିଅରରେ "ଆନନ୍ଦ ଔର ଆନନ୍ଦ," "କାର ଚୋର," ଏବଂ "ମୈଁ ତେରେ ଲିୟେ" ଭଳି ଫିଲ୍ମ ଅନ୍ତର୍ଭୁକ୍ତ ଥିଲା। ସେ "ମୈଁ ତେରେ ଲିୟେ" ରେ ଅଭିନେତ୍ରୀ ମୀନାକ୍ଷୀ ଶେଷାଦ୍ରିଙ୍କ ସହ ଶେଷ ଅଭିନୟ କରିଥିଲେ। ଚଳଚ୍ଚିତ୍ରରେ ସଫଳତା ପରେ, ସୁନୀଲ ଆନନ୍ଦ ମୁମ୍ବାଇରେ ତାଙ୍କ ପିତାଙ୍କ ପ୍ରଯୋଜନା କମ୍ପାନୀ, ନବକେତନ ଫିଲ୍ମସ୍ ପରିଚାଳନା କରିବା ଆରମ୍ଭ କରିଥିଲେ। 2001 ମସିହାରେ, ସେ "ମାଷ୍ଟର" ସହିତ ତାଙ୍କର ନିର୍ଦ୍ଦେଶନା ମଧ୍ୟ ଆରମ୍ଭ କରିଥିଲେ। ମାର୍ଶାଲ ଆର୍ଟ ଉପରେ ଆଧାରିତ ଏହି ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ବିଫଳ ହୋଇଥିଲା।

  • ସ୍ୱିଜରଲ୍ୟାଣ୍ଡରେ ଜନ୍ମଗ୍ରହଣ କରିଥିଲେ

ସୁନିଲ ଆନନ୍ଦ ସ୍ୱିଜରଲ୍ୟାଣ୍ଡର ଜୁରିଚରେ ଅଭିନେତା ଦେବ ଆନନ୍ଦ ଏବଂ ଅଭିନେତ୍ରୀ କଳ୍ପନା କାର୍ତ୍ତିକଙ୍କ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ଆମେରିକାରେ ପାଠପଢ଼ା କରିଥିଲେ। ସୁନିଲ ଆନନ୍ଦ କେବେ ବିବାହ କରି ନଥିଲେ। ତାଙ୍କ ପରିବାରରେ ତାଙ୍କ ମାଆ, ଭଉଣୀ ଦେବୀନା ଆନନ୍ଦ ଏବଂ ପରିବାରର ଅନ୍ୟାନ୍ୟ ସଦସ୍ୟ ଅଛନ୍ତି।

ସୁନୀଲ ନିଜ ପିତାଙ୍କୁ ମନେ ପକାଇ ସବୁବେଳେ କହୁଥିଲେ ଯେ, ଦେବ ଆନନ୍ଦ ଜଣେ ଅତ୍ୟନ୍ତ ଜ୍ଞାନୀ, ନମ୍ର ଏବଂ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜପରିବାର ପର୍ଯ୍ୟନ୍ତ ସମସ୍ତଙ୍କ ସହ ସହଜରେ ମିଶିପାରୁଥିବା ବ୍ୟକ୍ତି ଥିଲେ। ସେ ନିଜ ପିତାଙ୍କୁ ସମର୍ପିତ କରି ଏକ ଚଳଚ୍ଚିତ୍ର ନିର୍ମାଣ ଓ ନିର୍ଦ୍ଦେଶନା ଦେବା ପାଇଁ ମଧ୍ୟ ଯୋଜନା କରୁଥିଲେ। ତାଙ୍କର ଅକାଳ ବିୟୋଗରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: