Sunita Ahuja / ଗୋବିନ୍ଦାଠାରୁ ଅଲଗା ରୁହନ୍ତି ସୁନିତା: କେମିତି କୋଟିପତି ହେଲେ ସୁନିତା ?

Key Points
ଗୋବିନ୍ଦାଠାରୁ ଅଲଗା ରୁହନ୍ତି ସୁନିତା ।
କେମିତି କୋଟିପତି ହେଲେ ସୁନିତା ?
ଗୋବିନ୍ଦାଙ୍କ ପତ୍ନୀ ସୁନିତା ଆହୁଜା ସାଧାରଣତଃ ଫିଲ୍ମରେ ଦେଖାଯାଆନ୍ତି ନାହିଁ, କିନ୍ତୁ ସେ କୌଣସି ନା କୌଣସି କାରଣରୁ ସେ ଚର୍ଚ୍ଚାରେ ରହିଥାନ୍ତି । ଆଉ ବର୍ତ୍ତମାନ ତାଙ୍କର ସମ୍ଫତ୍ତିକୁ ଚର୍ଚ୍ଚା ଜୋର ଧରିଛି । ସୁନିତା ଆହୁଜା ଅନେକ ପଡକାଷ୍ଟରେ ପ୍ରକାଶ କରିଛନ୍ତି ଯେ ସେ ଗୋବିନ୍ଦାଙ୍କ ସହିତ ଗୋଟିଏ ଘରେ ରୁହନ୍ତି ନାହିଁ। ସେ ସେମାନଙ୍କର ଦୁଇ ପିଲାଙ୍କ ସହିତ ଏକ ଫ୍ଲାଟରେ ରୁହନ୍ତି। ଏମିତିରେ ଚାଲନ୍ତୁ ଜାଣିବା, ସୁନିତା ଆହୁଜାଙ୍କ ରୋଜଗାରର ମାଧ୍ୟମ କ'ଣ। ସେ କେମିତି ଏତେ ବିଳାସପୂର୍ଣ୍ଣ ଜୀବନଯାପନ କରନ୍ତି। । ତେବେ ଆସନ୍ତୁ ଜାଣିବା ସୁନିତା କେଉଁଠାରୁ ରୋଜଗାର କରନ୍ତି ।
ସୁନିତା ଆହୁଜା ୧୯୬୭ ମସିହାରେ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ସେ ୫୮ବର୍ଷ ବୟସର। ସେ ଏକ ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ବିବାହ ପୂର୍ବରୁ ତାଙ୍କର ନାଁ ସୁନିତା ମୁଞ୍ଜାଲ ଥିଲା। ସୁନିତା ଆହୁଜା ଏବଂ ଗୋବିନ୍ଦାଙ୍କ ପ୍ରେମ କାହାଣୀ କେଉଁ ଫିଲ୍ମର କାହାଣୀଠୁ କମ୍ ନୁହେଁ ।
ଯେତେବେଳେ ଗୋବିନ୍ଦା ପ୍ରଥମ ଥର ସୁନିତାଙ୍କୁ ଭେଟିଥିଲେ, ସେତେବେଳେ ସୁନୀତା ଜାଣିନଥିଲେ ସେ ଜଣେ ଅଭିନେତା ବୋଲି। ଦୁହେଁ ପ୍ରଥମେ ଭଲ ବନ୍ଧୁ ହୋଇଥିଲେ। ତାପରେ ଦୁହିଁଙ୍କ ସମ୍ପର୍କ ପ୍ରେମରେ ପରିଣତ ହୋଇଥିଲା। ଗୋବିନ୍ଦା ଏବଂ ସୁନିତା ୧୯୮୭ ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ସେହି ସମୟରେ ଗୋବିନ୍ଦା ବଲିଉଡରେ କ୍ୟାରିଅର କରିବାକୁ ଚେଷ୍ଟା କରୁଥିଲେ ।
ଏହି ସମୟରେ ଦୁହେଁ ବିବାହ ବି କରିଥିଲେ। ସେଥିପାଇଁ ଦମ୍ପତି ସେମାନଙ୍କ ବିବାହ ଖବରକୁ ସାଧାରଣ ଲୋକଙ୍କଠାରୁ ଲୁଚେଇ ରଖିଥିଲେ। ସେମାନଙ୍କର ଦୁଇଟି ସନ୍ତାନ। ଟିନା ଏବଂ ୟଶବର୍ଦ୍ଧନ। ସୁନିତା ଏବେ ଦୁଇ ପିଲାଙ୍କ ସହ ଏକ ଆପାର୍ଟମେଣ୍ଟରେ ରହୁଛନ୍ତି।ଏବେ ସୁନିତାଙ୍କ ସମ୍ପତ୍ତିର ଆନୁମାନିକ ନୂଲ୍ୟ ୨୫ ରୁ ୩୦କୋଟି ମଧ୍ୟରେ ହେବ।
ସୁନିତାଙ୍କ ରୋଜଗାର ବିଷୟରେ କହିବାକୁ ଗଲେ, ସେ ବ୍ରାଣ୍ଡ୍ ଏଣ୍ଡୋର୍ସମେଣ୍ଟ ମାଧ୍ୟମରେ ଯଥେଷ୍ଟ ଆୟ କରନ୍ତି। ଏହା ସହିତ, ସେ ତାଙ୍କ ସ୍ୱାମୀ ଗୋବିନ୍ଦାଙ୍କ ସହ ମିଶି ରିଅଲ୍ ଇଷ୍ଟେଟରେ ନିବେଶ କରିଛନ୍ତି - ଏକ ନିବେଶ ଯାହା ତାଙ୍କୁ ଏକ ସୁନ୍ଦର ରିଟର୍ଣ୍ଣ ପ୍ରଦାନ କରେ । ସୁନିତା ଆହୁଜା ଗତ ବର୍ଷ 'ମନ୍ନତ ୱିଥ୍ ସୁନିତା' ଶୀର୍ଷକରେ ନିଜର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ମଧ୍ୟ ଲଞ୍ଚ କରିଥିଲେ ।
ସେ ନିୟମିତ ଭାବରେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ବ୍ଲଗ୍ ଏବଂ ଭିଡିଓ ସେୟାର କରନ୍ତି। ସୁନିତା ଏବେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରୁ ମଧ୍ୟ ଭଲ ଟଙ୍କା ରୋଜଗାର କରୁଛନ୍ତି। ସୁନିତାଙ୍କର ଏକ ବିଳାସପୂର୍ଣ୍ଣ କାର ମଧ୍ୟ ଅଛି। ଗୋବିନ୍ଦ ତାଙ୍କୁ କରୱା ଚୌଥ ଅବସରରେ ଏକ BMW 3 ଉପହାରରେ ଦେଇଥିଲେ।
ଅନ୍ୟପଟେ ଗୋବିନ୍ଦାଙ୍କ ବିଷୟରେ କହିଲେ, ସେ ୧୪୦କୋଟି ସମ୍ପତ୍ତିର ମାଲିକ। ଯଦିଓ ଏବେ ସେ ଫିଲ୍ମ ଦୁନିଆରୁ ଦୂରରେ ଅଛନ୍ତି, ତଥାପି ବିଭିନ୍ନ ମଧ୍ୟମରୁ ତାଙ୍କର ଭଲ ଆୟ। ଯେଉଁଥିପାଇଁ ସେ ବିଳାସପୂର୍ଣ୍ଣ ଜୀବନ ଯାପନ କରନ୍ତି।
📱 Get Argus News App
✨Related Topics
Explore more stories