Videos
|
Entertainment

Sunita Ahuja / ଗୋବିନ୍ଦାଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନୀତା, କହିଲେ...

Rashmita Mishra
Browse all articles by Rashmita Mishra
·1 hour ago·2 min read
ଗୋବିନ୍ଦାଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନୀତା, କହିଲେ...
Sunita Ahuja

Key Points

ଗୋବିନ୍ଦାଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନୀତା, କହିଲେ...
ଏହି ଜନ୍ମରେ ଆମକୁ କେହି ଅଲଗା କରିପାରିବେ ନାହିଁ । 

ବଲିଉଡ୍‌ର ହିରୋ ନମ୍ବର ୱାନ୍ ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନୀତା ଆହୁଜାଙ୍କ ବୈବାହିକ ଜୀବନ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଛି । ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ଅନେକ ଆଲୋଚନା ହେଉଛି । ଏପରିକି ଗୋବିନ୍ଦାଙ୍କ ତାଙ୍କ କୋ-ଷ୍ଟାର କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ ପ୍ରେମ ସମ୍ପର୍କ ଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଅନ୍ୟପଟେ ସୁନୀତା ମଧ୍ୟ ଅନେକ ଥର ସର୍ବସାଧାରଣରେ ଗୋବିନ୍ଦାଙ୍କ ଉପରେ ଧୋକା ଦେବାର ଅଭିଯୋଗ ଆଣିଛନ୍ତି ।

ତେବେ ଏତେ ସବୁ ଚର୍ଚ୍ଚା ଓ ବିବାଦ ସତ୍ତ୍ୱେ ସୁନୀତା ନିଜ ବୈବାହିକ ସମ୍ପର୍କରୁ ହାର ମାନିନାହାନ୍ତି । ତାଙ୍କର ଆଶା ରହିଛି ଯେ, ପୁଣିଥରେ ପରିବାରରେ ହଜିଯାଇଥିବା ଖୁସି ଫେରିଆସିବ ।

ଗୋବିନ୍ଦାଙ୍କ ସହ ସମ୍ପର୍କକୁ ନେଇ କ’ଣ କହିଲେ ସୁନୀତା ?
ଏକ ସାକ୍ଷାତକାରରେ ସୁନୀତା ଆହୁଜା ଗୋବିନ୍ଦାଙ୍କ ସହ ପୁଣିଥରେ ସମ୍ପର୍କ ସୁଧାରିବା ନେଇ ନିଜ ମତ ରଖିଛନ୍ତି । ସେ କହିଛନ୍ତି, "ନିଶ୍ଚିତ ଭାବେ, ଆମେ ଦେଖିବା, କାହିଁକି ନୁହେଁ ? ବର୍ତ୍ତମାନ ସମୟ ଆମ ସପକ୍ଷରେ ନାହିଁ । ଆଉ ସମୟ ସହ କେହି ଲଢ଼ିପାରିବେ ନାହିଁ ।"

ସେ ଆହୁରି କହିଛନ୍ତି, "ଏହା ୪୦ ବର୍ଷର ପୁରୁଣା ବିବାହ । ତେବେ ଏହା କାହିଁକି ତିଷ୍ଠି ରହିବ ନାହିଁ ? ସବୁ ଠିକ୍ ଅଛି । ସେ ଯାହା ପସନ୍ଦ କରନ୍ତି, ତାହା ହିଁ କରୁଛନ୍ତି । ମୁଁ ମୋ କାମ କରୁଛି ଏବଂ ମୋର ସମ୍ପୂର୍ଣ୍ଣ ଧ୍ୟାନ ଏବେ କାମ ଉପରେ ରହିଛି । କିନ୍ତୁ ଏହି ଜନ୍ମରେ ଆମକୁ କେହି କେବେ ଅଲଗା କରିପାରିବେ ନାହିଁ । ବାକି ସବୁକିଛି ମୁଁ ଭଗବାନଙ୍କ ଉପରେ ଛାଡ଼ି ଦେଇଛି । ଭଗବାନଙ୍କ ବ୍ୟତୀତ ମୁଁ ଆଉ କାହାକୁ କିଛି ମାଗେ ନାହିଁ । ତାଙ୍କ ପାଇଁ ଏବଂ ମୋ ପାଇଁ ଯାହା ଠିକ୍ ହେବ, ଭଗବାନ ଆମକୁ ସେହି ଆଶୀର୍ବାଦ ଦେବେ ।"

ଗୋବିନ୍ଦାଙ୍କୁ ଛାଡ଼ିବାକୁ ଚାହୁଁନାହାନ୍ତି ସୁନୀତା
ସୁନୀତା ଆହୁଜା ସବୁବେଳେ ନିଜ କଥାକୁ ଖୋଲାଖୋଲି ଭାବେ କହିବା ପାଇଁ ଜଣାଶୁଣା । ଗୋବିନ୍ଦାଙ୍କ ଅନ୍ୟ ସମ୍ପର୍କକୁ ନେଇ ମଧ୍ୟ ସେ ଅନେକ ଥର ସର୍ବସାଧାରଣରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ଏହି ସବୁ ଚର୍ଚ୍ଚା ମଧ୍ୟରେ ସୁନୀତାଙ୍କ କଥାରୁ ସ୍ପଷ୍ଟ ହେଉଛି ଯେ, ସେ ନିଜ ବୈବାହିକ ସମ୍ପର୍କକୁ ଶେଷ କରିବାକୁ ଚାହୁଁନାହାନ୍ତି ।

ସୂଚନାଯୋଗ୍ୟ, ଗୋବିନ୍ଦା ଏବଂ ସୁନୀତାଙ୍କ ବିବାହ ୧୯୮୭ ମସିହାରେ ହୋଇଥିଲା । ଦୀର୍ଘ ୩୯ରୁ ୪୦ ବର୍ଷ ଧରି ଉଭୟ ଦାମ୍ପତ୍ୟ ଜୀବନ ବିତାଇ ଆସୁଛନ୍ତି । ଏହି ଦମ୍ପତିଙ୍କର ଦୁଇଟି ସନ୍ତାନ ଅଛନ୍ତି । ପୁଅ ଯଶବର୍ଦ୍ଧନ ଆହୁଜା ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଥିବା ବେଳେ ଝିଅ ମଧ୍ୟ ପରିବାରର ଅଂଶ ଭାବେ ରହିଛନ୍ତି । ସମସ୍ତ ବିବାଦ ଓ ମତଭେଦ ସତ୍ତ୍ୱେ ନିଜ ୪୦ ବର୍ଷର ସମ୍ପର୍କକୁ ନେଇ ସୁନୀତା ଏବେ ବି ଆଶାବାଦୀ ଅଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: