Videos
|
Entertainment

ମତେ ରୁମରେ ବନ୍ଦ କରି ଦସ୍ତଖତ ନେଇଗଲେ, ମୋ ପୁଅକୁ ମାରିଦେଲେ...

Banajyotshna Ray
Browse all articles by Banajyotshna Ray
·1 year ago·2 min read
ମତେ ରୁମରେ ବନ୍ଦ କରି ଦସ୍ତଖତ ନେଇଗଲେ, ମୋ ପୁଅକୁ ମାରିଦେଲେ...

Key Points

ସଞ୍ଜୟ କପୁରଙ୍କ ମୃତ୍ୟୁକୁ ନେଇ ଆସିଲା ସାଂଘାତିକ ତଥ୍ୟ
ମୋ ପୁଅକୁ ମାରିଦେଇଛନ୍ତି
ସମ୍ପତ୍ତି ପାଇଁ ହତ୍ୟା କରାଯାଇଛି ମୋ ପୁଅକୁ 


କୋଟି କୋଟି ସମ୍ପତ୍ତିର ଲୋଭ ସମସ୍ତଙ୍କର ଥାଏ। ସମସ୍ତେ ଚାହାନ୍ତି ଆମେ କିଛି ବି ନକରି କୋଟି କୋଟି ସମ୍ପତ୍ତିର ମାଲିକ ହେବା ପାଇଁ। ଆଉ ଏହି ସମ୍ପତ୍ତି ପାଇବା ପାଇଁ କିଏ ବି କାହାର ଜୀବନ ନେବାକୁ ବି ପଛାନ୍ତି ନାହିଁ। ଠିକ ଏମିତି କିଛି ଖବର ଆସିଛି ସାମ୍ନାକୁ। ସଞ୍ଜୟ କପୁରଙ୍କୁ ମାରିଦିଆଯାଇଛି। ତାଙ୍କର କୌଣସି ହାର୍ଟଆଟାକ ହୋଇନାହିଁ ବୋଲି ଏଭଳି ବଡ଼ ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରିବୁଲୁଛି। ତେବେ କିଏ ମାରିଲା ସଞ୍ଜୟ କପୁରଙ୍କୁ ? କାହିଁକି ଏଭଳି ଅଭିଯୋଗ ଆଣିଛନ୍ତି ତାଙ୍କ ମା' ? କେଉଁ ରହସ୍ୟ ଲୁଚି ରହିଥିଲା, ତାକୁ ଲୋକଲୋଚକୁ ଆଣିଛନ୍ତି ତାଙ୍କ ମା' ? ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁର। ଗତମାସରେ ତାଙ୍କ ପୂର୍ବତନ ସ୍ୱାମୀ ସଞ୍ଜୟ କପୁରଙ୍କ ମୃତ୍ୟୁ ହୋଇଥିଲା ।


ଇଂଲଣ୍ଡର ୱାରସିୟରରେ ପୋଲୋ ଖେଳୁଥିବା ସମୟରେ ହଠାତ୍ ଅଚେତ ହୋଇପଡିଥିଲେ । ରିପୋର୍ଟରେ କୁହାଯାଇଛି ଯେ ତାଙ୍କ ମୃତ୍ୟୁର କାରଣ ମହୁମାଛି କାମୁଡିବା ଯୋଗୁଁ ହୋଇଥିଲା । କିନ୍ତୁ ବର୍ତ୍ତମାନ ତାଙ୍କ ମାଆ ରାନୀ କପୁରଙ୍କ ଦାବି ଘଟଣାରେ ନୂଆ ମୋଡ ଆଣିଛି। ସେ କହିଛନ୍ତି ମୋ ପୁଅର ମୃତ୍ୟୁ ଯେଉଁ ପରିସ୍ଥିତିରେ ହୋଇଥିଲା ତାହା ପ୍ରାକୃତିକ ନୁହେଁ , ଅସ୍ପଷ୍ଟ ଥିଲା । ଏହାର ତଦନ୍ତ କରାଯିବା ଉଚିତ । ତାଙ୍କୁ ପୁଅର ମୃତ୍ୟୁ ନେଇ କୌଣସି କାଗଜପତ୍ର ଦିଆଯାଇନାହିଁ । ପୁଅର ମୃତ୍ୟୁ ସଂପର୍କରେ ସେ ଯାହା ବି ଜାଣିଛନ୍ତି ମିଡିଆ ରିପୋର୍ଟରୁ ଜାଣିଛନ୍ତି। ସେ ଆହୁରି ଅଭିଯୋଗ କରିଛନ୍ତି ତାଙ୍କ ପାଖରେ ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ ନାହିଁ କି କଂପାନୀରେ କୌଣସି ଅଧିକାରୀ ଦିଆଯାଇଛି। ଅସୁସ୍ଥ ଅବସ୍ଥାରେ ତାଙ୍କୁ କୌଣସି ସ୍ପଷ୍ଟୀକରଣ ବିନା କିଛି କାଗଜପତ୍ରରେ ଦସ୍ତଖତ କରିବାକୁ ବାଧ୍ୟ କରାଯାଇଥିଲା। ସଞ୍ଜୟଙ୍କ ମାଆ କହିଛନ୍ତି ସେ ସମୟରେ ମୁଁ ଷ୍ଟ୍ରେସରେ ଥିଲି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତଥାପି ତାଙ୍କୁ ବନ୍ଦ ରୁମ ଭିତରେ କାଗଜପତ୍ରରେ ଦସ୍ତଖତ କରିବାକୁ କୁହାଯାଇଥିଲା । ସେ ଦାବି କରିଛନ୍ତି ଯେ ସେବେଠାରୁ ତାଙ୍କୁ ଆକାଉଣ୍ଟ ଏବଂ ଗୁରୁତ୍ୱପୂର୍ଣ୍ଣ ଦଲିଲ ଗୁଡ଼ିକୁ ଜାଣିବାକୁ ଦିଆଗଲା ନାହିଁ । ତେବେ ବଡ଼ ପ୍ରଶ୍ନ ଉଠୁଛି କି ସଞ୍ଜୟଙ୍କ ମୃତ୍ୟୁ ପରେ ସବୁ ସମ୍ପତ୍ତି କାହା ନାମରେ ହେବ ? ସଞ୍ଜୟଙ୍କ ମୃତ୍ୟୁରେ ଅଧିକ ଲାଭ କାହାର ହବ ? କହିବାକୁ ଗଲେ ସଞ୍ଜୟଙ୍କ ଅନ୍ତିମ ସଂସ୍କାର ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା । ଏଥିରେ ତାଙ୍କ ପୂର୍ବତନ ପତ୍ନୀ କରିସ୍ମା କପୁର, କରୀନା କପୁର ଏବଂ ସୈଫ୍ ଅଲ୍ଲୀ ଖାନ ସାମିଲ ହୋଇଥିଲେ । ଖବର ଅନୁସାରେ, ସଞ୍ଜୟଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତିର ମାଲିକ ତାଙ୍କ ବର୍ତ୍ତମାନର ସ୍ତ୍ରୀଙ୍କ ପୁଅ ହିଁ ହେବ ? ତେବେ ସଞ୍ଜୟଙ୍କ ମା'ଙ୍କ ବୟାନ ପରେ ପୋଲିସ ଏହି ଘଟଣାର ତନାଘନା କରିବ କି ନାହିଁ ବୋଲି ପ୍ରଶ୍ନ ଉଠୁଛି ?


sunjay-kapurs-mother-seeks-deferment-of-sona-comstar-agm-over-suspicious-death-of-her-son | Argus News