Salman Khan / ୬୦ ବର୍ଷରେ ପାଦ ଥାପିଲେ ସୁପରଷ୍ଟାର୍ ସଲମାନ ଖାନ୍
·6 months ago·2 min read

Key Points
ସବୁବେଳେ ନିଆରା ଅନ୍ଦାଜ, ନିଜ ଷ୍ଟାଇଲ୍ , ଲାଇଫ୍ ଷ୍ଟାଇଲ୍ ଏବଂ ନିଆରା ଅନ୍ଦାଜ୍ ତାଙ୍କୁ ସ୍ଵତନ୍ତ୍ର ପରିଚୟ ଦିଏ ।
୬୦ ବର୍ଷରେ ପାଦ ଥାପିଲେ ସୁପରଷ୍ଟାର୍ ସଲମାନ
୬୦ ବର୍ଷରେ ପାଦ ଥାପିଲେ ସୁପରଷ୍ଟାର୍ ସଲମାନ
ଆଜି ହେଉଛି ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନଙ୍କ ଜନ୍ମଦିନ । ସବୁବେଳେ ନିଆରା ଅନ୍ଦାଜ, ନିଜ ଷ୍ଟାଇଲ୍ , ଲାଇଫ୍ ଷ୍ଟାଇଲ୍ ଏବଂ ନିଆରା ଅନ୍ଦାଜ୍ ତାଙ୍କୁ ସ୍ଵତନ୍ତ୍ର ପରିଚୟ ଦିଏ । ଆଜି ସଲମାନ୍ ନିଜ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି ।

ଚଳିତଥର ଭାଇଭାଜ୍ ଏକ ନୂଆ ଅନ୍ଦାଜ୍ ରେ ନିଜ ଜନ୍ମଦିନ ପାଳନ କରିଛନ୍ତି । ସଲମାନ୍ ତାଙ୍କ ପାନଭେଲ ଫାର୍ମହାଉସରୁ ବାହାରକୁ ବାହାରି ଏକାଠି ହୋଇଥିବା ଗଣମାଧ୍ୟମ ପ୍ରତିନିଧି ଏବଂ ପାପାରାଜିମାନଙ୍କ ସହ କେକ୍ କାଟିଥିଲେ । ଏବଂ ଫଟୋ ଉଠାଇବା ପୂର୍ବରୁ ସେମାନଙ୍କୁ କେକ୍ ଏବଂ ଫଟୋ ଉଠାଇବା ପୂର୍ବରୁ ସେମାନଙ୍କୁ କେକ୍ ଖୁଆଇଥିଲେ।

ଏହି ସବୁ ଫୋଟ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ପ୍ରଶଂସକମାନେ ମିଡିଆ ସହିତ ସଲମାନଙ୍କ ଦୀର୍ଘକାଳୀନ ସମ୍ପର୍କକୁ ପ୍ରଶଂସା କରିଥିଲେ । ଭାଇଜାନଙ୍କ ଜନ୍ମଦିନଟି ବ୍ୟକ୍ତିଗତ ହୋଇଥିଲେ ବି ଜନ୍ମଦିନ ପାର୍ଟିରେ ତାଙ୍କର କିଛି ଖାସ୍ ପରିବାର ସଦସ୍ୟ, କିଛି ବଲିଉଡ୍ ସେଲିବ୍ରିଟି, କିଛି ଘନିଷ୍ଠ ବ୍ୟକ୍ତିବିଶେଷ ଯୋଗଦେଇଥିଲେ।

ସଲମାନଙ୍କ ଜନ୍ମଦିନ ଉତ୍ସବରେ ଆଦିତ୍ୟ ରୟ କପୁର, ରାକୁଲ ପ୍ରୀତ ସିଂହ, ହୁମା କୁରେଶୀ , ଭାଇ ଅରବାଜ ଖାନ, ପତ୍ନୀ ଶଶୁରା ଖାନ ଦେଖିବାକୁ ମିଳିଥିଲ। ଭଣଜା ଅରହାନ ଖାନ ଏବଂ ନିର୍ବାଣ ଖାନଙ୍କୁ ମଧ୍ୟ ଫାର୍ମହାଉସ ବାହାରେ ଦେଖିବାକୁ ମିଳିଥିଲା। ଭଉଣୀ ଅର୍ପିତା ଖାନ, ସ୍ୱାମୀ ଆୟୁଷ ଶର୍ମାଙ୍କ ସହିତ ଉତ୍ସବରେ ଯୋଗ ଦେଇଥିଲେ । ଏପରିକି ପୂର୍ବତନ ଭାରତୀୟ କ୍ରିକେଟ୍ ଅଧିନାୟକ ଏମ୍ଏସ୍ ଧୋନି ପତ୍ନୀ ସାକ୍ଷୀ ଏବଂ ଝିଅ ଜିଭା ମଧ୍ୟ ଥିଲେ ।
ସଲମାନଙ୍କ ପିତାମାତା, ସଲିମ୍ ଖାନ ଏବଂ ସଲମା ଖାନ ମଧ୍ୟ ଉପସ୍ଥିତ ଥିଲେ। ୨୭ ଡିସେମ୍ବର ଅର୍ଥାତ୍ ଆଜି ସଲମାନ ତାଙ୍କ ଜନ୍ମଦିନ ପାଳନ କରୁଥିବାରୁ, ସେ ପ୍ରଶଂସକମାନଙ୍କୁ ତାଙ୍କର ଆଗାମୀ ଫିଲ୍ମ ଗାଲୱାନ ସହିତ ଜଡିତ ଏକ ବଡ଼ ଅପଡେଟ୍ ପ୍ରଦାନ କରିବା ନେଇ ସୂଚନା ମିଳିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories