Videos
|
Entertainment

ସୈଫଙ୍କ ମେରୁଦଣ୍ଡରୁ କଢ଼ାଗଲା ଅଢ଼େଇ ଇଞ୍ଚ୍‌ର ଛୁରି, ଡାକ୍ତର କହିଲେ ଏମିତି...

Sushanta Sahoo
Browse all articles by Sushanta Sahoo
·1 year ago·1 min read
ସୈଫଙ୍କ ମେରୁଦଣ୍ଡରୁ କଢ଼ାଗଲା ଅଢ଼େଇ ଇଞ୍ଚ୍‌ର ଛୁରି, ଡାକ୍ତର କହିଲେ ଏମିତି...

ଅର୍ଗସ ବ୍ୟୁରୋ: ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ସର୍ଜରୀ ସରିଛି । ଛୁରାମାଡ଼ ପରେ ମୁମ୍ବାଇର ଲୀଳାବତି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ସୈଫଙ୍କ ଅସ୍ତ୍ରୋପଚାର କରାଯାଇଛି । ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ କେହି ଦୁର୍ବୃତ୍ତ ସୈଫ ଅଲ୍ଲୀ ଖାନଙ୍କ ଘରେ ପଶି ତାଙ୍କ ମେଡ୍ ସହ ଯୁକ୍ତିତର୍କ କରୁଥିଲା । ସେହି ସମୟରେ ସୈଫ ଆସିବାରୁ ସେ ଛୁରାମାଡ଼ କରିଥିଲା ।


ସୈଫଙ୍କ ସର୍ଜରୀ ପରେ ଚିକିତ୍ସା କରୁଥିବା ଡାକ୍ତର ନୀତିନ ଡଙ୍ଗେ କହିଛନ୍ତି, ସୈଫ ଅଲ୍ଲୀ ଖାନଙ୍କ ଦେହରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ମେରୁଦଣ୍ଡରେ ଲାଗି ରହିଥିବା ଅଢ଼େଇ ଇଞ୍ଚ୍‌ର ଛୁରିକୁ ଅପରେସନ୍ ପରେ କଢ଼ା ଯାଇଛି । ବାମ ହାତ ଓ ବେକରେ ବି ଗଭୀର ଆଘାତ ଲାଗିଛି । ବେକରେ ଲାଗିଥିବା ଆଘାତର ପ୍ଲାଷ୍ଟିକ ସର୍ଜରୀ କରାଯାଇଛି । ଏବେ ସୈଫ ସମ୍ପୂର୍ଣ୍ଣ ସୁସ୍ଥ ଓ ବିପଦ ମୁକ୍ତ ଥିବା କହିଛନ୍ତି ଡାକ୍ତର ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ସୈଫଙ୍କ ଘରକୁ ଦୁର୍ବୃତ୍ତ କେମିତି ପଶିଲେ ? ସେନେଇ ପୋଲିସ ଖୋଳତାଡ଼ କରୁଥିବା ବେଳେ ସିସିଟିଭି ଯାଞ୍ଚ କରି ଜଣଙ୍କୁ ଅଟକ ରଖିଛି । ପ୍ରାରମ୍ଭିକ ଯାଞ୍ଚ ଅନୁସାରେ, ଆକ୍ରମଣକାରୀ ପୂର୍ବରୁ ଉକ୍ତ ଫ୍ଲୋରରେ ଥିବା କିମ୍ବା ପାଇଖାନା ଟାଙ୍କି ପାଇପ୍‌ରେ ଚଢ଼ି ଉପରକୁ ଯାଇଥିବା ସନ୍ଦେହ କରାଯାଉଛି ।


ପୋଲିସ ଅନୁସାରେ, ଛୁରାମାଡ଼ କରିଥିବା ଦୁର୍ବୃତ୍ତ ଚୋରି କରିବାକୁ ଆସିଥିଲା । ଘରର ସଦସ୍ୟ ଉଠିଯିବାରୁ ସେ ଖସି ପଳାଇଛି । ପୋଲିସ ମାମଲା ରୁଜୁ କରି ଦୁର୍ବୃତ୍ତଙ୍କୁ ଧରିବା ଲାଗି ଏକାଧିକ ଟିମ୍ ଗଠନ କରିଛି । ପୋଲିସ ମୁମ୍ବାଇ କ୍ରାଇମବ୍ରାଞ୍ଚ ମଧ୍ୟ ସମାନ୍ତରାଳ ଭାବେ ତଦନ୍ତ ଆରମ୍ଭ କରିଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

Surgery Of Saif Ali Khan was Completed | Argus News