Videos
|
Entertainment

କାହାକୁ ବାହା ହେବେ ସୁସ୍ମିତା ?

Banajyotshna Ray
Browse all articles by Banajyotshna Ray
·1 year ago·2 min read
କାହାକୁ ବାହା ହେବେ ସୁସ୍ମିତା ?

ବାହା ହେବେ ମିସ ୟୁନିଭର୍ସ । ଏକଥା ଆମେ କହୁନାହୁଁ ଏକଥା ସେ ନିଜେ କହିଥିବା ସୂଚନା ମିଳିଛି। ୪୯ ବର୍ଷ ବୟସରେ ବାହା ହେବାକୁ ମନ ବଳାଇଛନ୍ତି ସୁସ୍ମିତା । ତେବେ କାହାକୁ ବାହା ହେବେ ସୁସ୍ମିତା ତାହା ଜଣାନାହିଁ।  ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ଏହି ଅଭିନେତ୍ରୀ ଜଣକ କମ ବୟସରେ ଇତିହାସ ସୃଷ୍ଟି କରିଥିଲେ ଏବଂ ୧୯୯୪ ମସିହାରେ ମିସ ୟୁନିଭର୍ସ ଟାଇଟଲ ଜିତି ନିଜକୁ ଏବଂ ଦେଶକୁ ଗୌରବାନ୍ବିତ କରିଥିଲେ। କିନ୍ତୁ ବର୍ତ୍ତମାନ ଅଭିନେତ୍ରୀଙ୍କ ବିବାହ କରିବାକୁ ମନ ହୋଇଛି ବୋଲି କୁହାଯାଉଛି। ନିକଟରେ ସୁସ୍ମିତା ସେନ ତାଙ୍କ ଇନଷ୍ଟାଗ୍ରାମରେ ଲାଇଭ ଆସିଥିଲେ।


ଏହି ସମୟରେ, ସେ ତାଙ୍କ ପ୍ରଶଂସକମାନଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କ ବିବାହ ଯୋଜନା ବିଷୟରେ ମଧ୍ୟ କହିଥିଲେ। ଯେତେବେଳେ ଅଭିନେତ୍ରୀଙ୍କ ଜଣେ ପ୍ରଶଂସକ ତାଙ୍କୁ କହିଲେ ଯେ ସେ ବିବାହ କରିବାକୁ ଚାହୁଁଛନ୍ତି କି। ସେ କହିଥିଲେ, ବିବାହ ପାଇଁ ଜଣେ ଉପଯୁକ୍ତ ପାତ୍ର ଆବଶ୍ୟକ ହୋଇଥାଏ। ତା’ହେଲେ ଯାଇ ସିନା ବିବାହ ହେବ। ଏମିତି ସେମିତି କ’ଣ ବିବାହ ହୋଇଥାଏ। ବହୁତ ରୋମାଣ୍ଟିକ ଢଙ୍ଗରେ ହୃଦୟର ସମ୍ପର୍କ ହୋଇଥାଏ, ବାର୍ତ୍ତା ହୃଦୟ ପର୍ଯ୍ୟନ୍ତ ପହଞ୍ଚିବା ଉଚିତ, ତା’ପରେ ଆମେ ବିବାହ କରିବୁ। ବିବାହ କରିବାକୁ ନେଇ ଅଭିନେତ୍ରୀଙ୍କ ବୟାନ ପରେ, ପ୍ରଶଂସକମାନେ ଅନୁଭବ କରୁଛନ୍ତି ଯେ ସୁନ୍ଦରୀ ତାଙ୍କ ଜୀବନସାଥୀଙ୍କୁ ଅପେକ୍ଷା କରିଛନ୍ତି।

ସୁସ୍ମିତା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି। ଏହି ଅଭିନେତ୍ରୀଙ୍କ ନାମ ଅନେକ ସେଲିବ୍ରିଟିଙ୍କ ସହ ଯୋଡା ଯାଇଛି। ସେ ବହୁତ ଦିନ ଧରି ମଡେଲ ରୋହମନ ଶାଲଙ୍କୁ ଡେଟ କରିଥିଲେ ଏବଂ ଉଭୟଙ୍କ ମଧ୍ୟରେ ଖୋଲା ସମ୍ପର୍କ ଥିଲା, କିନ୍ତୁ ପରେ ସେମାନେ ଅଲଗା ହୋଇଗଲେ। ତଥାପି, ଦୁହେଁ ଏବେ ବି ଭଲ ବନ୍ଧୁ। ତାଙ୍କ ନାମ ଲଳିତ ମୋଦିଙ୍କ ସହ ଯୋଡା ଯାଇଥିଲା ଏବଂ ଉଭୟଙ୍କ ଫଟୋ ଭାଇରାଲ ହୋଇଥିଲା।

ଏହି ଅଭିନେତ୍ରୀ ପ୍ରଥମ ଭାରତୀୟ ମହିଳା ଭାବରେ ମିସ ୟୁନିଭର୍ସ ଟାଇଟଲ ଜିତିଥିଲେ। କିନ୍ତୁ ଏତେ ସୁନ୍ଦର ହେବା ସତ୍ତ୍ୱେ, ଅଭିନେତ୍ରୀ ଜଣଙ୍କ ଏବେ ବି କୁମାରୀ। ସୁସ୍ମିତା ରିଲେସନଶିପରେ ଅଛନ୍ତି, କିନ୍ତୁ ସେ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି। ଏବେ ନିକଟରେ, ସେ ବିବାହକୁ ନେଇ ଏକ ବୟାନ ଦେଇଛନ୍ତି। ଅଭିନେତ୍ରୀଶେଷ ଥର ପାଇଁ ୱେବ ସିରିଜ ‘ଆର୍ଯ୍ୟ’ ଏବଂ ଫିଲ୍ମ ‘ତାଲି’ରେ ନଜର ଆସିଥିଲେ। ବର୍ତ୍ତମାନ ଅଭିନେତ୍ରୀ ଜଣଙ୍କ ବଲିଉଡରେ ଅନେକ ଫିଲ୍ମ କରି ଦର୍ଶକଙ୍କ ହୃଦୟରେ ରାଜ କରିଛନ୍ତି । ଆଜି ବି ସୁସ୍ମିତାଙ୍କୁ ଦେଖିବା ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ପ୍ରବଳ ଭିଡ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
sushmita-sen-has-decided-to-get-married-at-the-age-of-49 | Argus News