ପାଖରେ ନାହିଁ ଟଙ୍କା, ଶାଢ଼ୀ ବିକୁଛନ୍ତି ସୁସ୍ମିତାଙ୍କ ଭାଉଜ

ଶାଢ଼ୀ ବିକୁଛନ୍ତି ସୁସ୍ମିତାଙ୍କ ଭାଉଜ। ପାଖରେ ଟଙ୍କା ନଥିବାରୁ ଶାଢ଼ୀ ବିକୁଥିବା ନେଇ ଚର୍ଚ୍ଚା ହେଉଛି। ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଉଜ ଚାରୁଙ୍କ ଉପରେ ଦୁଃଖର ପାହାଡ଼ ମାଡ଼ି ବସିଛି । ସ୍ୱାମୀଙ୍କଠାରୁ ଅଲଗା ହୋଇଯିବା ପରେ ଚାରୁ ଓ ତାଙ୍କ ଝିଅ ଚଳିବା କଷ୍ଟକର ହୋଇପଡ଼ିଛି । ଦୁହିଁଙ୍କ ଭରଣ ପୋଷଣ ପାଇଁ ଚାରୁ ଏବେ ଅନଲାଇନରେ ଡ୍ରେସ୍ ବିକ୍ରି କରିବା ଆରମ୍ଭ କରିଛନ୍ତି । ଅନ୍ ଲାଇନ ଜରିଆରେ ଚାରୁ ଡ୍ରେସ୍ ବିକ୍ରି କରୁଥିବାବେଳେ ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ।
ଅଭିନେତ୍ରୀ ଜଣକ ଆର୍ଥାଭାବ ଭିତର ଦେଇ ଗତି କରୁଥିବା ଚାରୁ ନିଜେ ଭିଡିଓରେ କହିଛନ୍ତି । ଏ ନେଇ ଏବେ ମୁହଁ ଖୋଲିଛନ୍ତି ଚାରୁଙ୍କ ସ୍ୱାମୀ ତଥା ସିରିଏଲ ଅଭିନେତା ରାଜୀବ ସେନ । ରାଜୀବ କହିଛନ୍ତି ଟଙ୍କାର ଅଭାବ ନେଇ ଚାରୁ ଆକ୍ଟିଂ କରୁଛନ୍ତି । କାରଣ ତାଙ୍କ ଡେଲି ଭ୍ଲଗ୍ସ ଦେଖିଲେ ସେ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ଜଣାପଡୁ ନାହିଁ । ଚାରୁ କ୍ରୁଜ ଟ୍ରାଭେଲ କରୁଥିବାବେଳେ ପ୍ରତିଦିନ ସପିଂରେ ଟଙ୍କା ଖର୍ଚ୍ଚ କରୁଛନ୍ତି, ତଥାପି ତାଙ୍କ ପାଖରେ ଟଙ୍କା ନ ଥିବା କଥା ବିଶ୍ୱାସ ହେଉ ନାହିଁ । ଏହାଛଡ଼ା ରାଜୀବ କହିଛନ୍ତି, ଚାରୁ ସବୁବେଳେ ତାଙ୍କୁ ଝିଅ ଜିଆନଠାରୁ ଦୂରରେ ରଖୁଛନ୍ତି ।
୨୦୧୯ରେ ଚାରୁ ଓ ରାଜୀବ ବିବାହ କରିଥିଲେ । କିନ୍ତୁ ଦାମ୍ପତ୍ୟ ଜୀବନରେ ତିକ୍ତତା ଭରିଯିବା କାରଣରୁ ବିବାହର କିଛି ବର୍ଷ ପରେ ଦୁହେଁ ଅଲଗା । ଜିଆନ୍ ତା’ ବାପାଙ୍କୁ ଖୋଜୁଥିବାବେଳେ ଚାରୁ କିନ୍ତୁ ବାଧକ ସାଜିଛନ୍ତି । ଅନ୍ୟପକ୍ଷେ କଠିନ ପରିଶ୍ରମ କରି ଟଙ୍କା ରୋଜଗାର କରିବାକୁ ଯଦି ଚାରୁ ଚାହୁଁଛନ୍ତି, ତେବେ ତାହା ବେଶ୍ ଭଲ କଥା ବୋଲି କହିଛନ୍ତି ରାଜୀବ । ଅର୍ଥାଭାବରୁ ଚାରୁ ମୁମ୍ବାଇ ଛାଡ଼ି ରାଜସ୍ଥାନ ବିକାନିର ହୋମଟାଉନ ଫେରିଯାଇଛନ୍ତି । ଯେଉଁଠାରେ ଚାରୁ ଓ ଝିଅ ଜିଆନା ରହୁଥିବାର ଦେଖିବାକୁ ମିଳିଛି ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: