Videos
|
Entertainment

ସୁସ୍ମିତାଙ୍କୁ ଡାଏମଣ୍ଡ ରିଙ୍ଗ ଦେବାକୁ ମୋର ବହୁତ ଇଛା, ହେଲେ...

Banajyotshna Ray
Browse all articles by Banajyotshna Ray
·1 year ago·2 min read
ସୁସ୍ମିତାଙ୍କୁ ଡାଏମଣ୍ଡ ରିଙ୍ଗ ଦେବାକୁ ମୋର ବହୁତ ଇଛା, ହେଲେ...

Key Points

ବିବାହ କରିବେ କି ଏହି ଯୋଡ଼ି
ସୁସ୍ମିତାଙ୍କୁ ଡାଏମଣ୍ଡ୍‌ ରିଙ୍ଗ୍‌ ଦେବେ ରୋହମନ
ସୋସିଆଲ ମିଡିଆରେ ଚର୍ଚ୍ଚା

ପୁଣି ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ ଏବଂ ରୋହମନ ଶଲ। ଦୁହେଁ ଖୁବଶୀଘ୍ର ବିବାହ ବୋଧେ କରିପାରନ୍ତି। ସେଥିପାଇଁ ଡାଇମଣ୍ଡ ରିଙ୍ଗ କିଣିବେ ରୋହମନ। କୁହାଯାଉଛି କି ଦୁହିଁଙ୍କ ଭିତରେ ୨୦୨୧ରୁ ବ୍ରେକଅପ ହୋଇଯାଇଛି। କିନ୍ତୁ ଉଭୟଙ୍କ ମଧ୍ୟରେ କେମେଷ୍ଟ୍ରି ଏବେ ବି ବହୁତ ଭଲ ଅଛି। ଉଭୟଙ୍କୁ ପ୍ରାୟତଃ ଏକାଠି ଦେଖାଯାଏ। ରୋହମନ ଏବଂ ସୁସ୍ମିତା ବ୍ରେକଅପ ଉପରେ ଚୁପ ରହିଥିଲେ କିନ୍ତୁ ଏବେ ବି ରେଡ କାର୍ପେଟ, ପାରିବାରିକ କାର୍ଯ୍ୟକ୍ରମରେ ଏକାଠି ଦେଖାଯାଆନ୍ତି। ନିକଟରେ ରୋହମନ ଏକ ସାକ୍ଷାତକାରରେ ସୁସ୍ମିତାଙ୍କୁ ଏକ ଡାଏମଣ୍ଡ୍‌ ରିଙ୍ଗ୍‌ ଦେବାକୁ ଇଚ୍ଛା ଥିବା କହିଛନ୍ତି।


ସୁସ୍ମିତା ଏବଂ ରୋହମାନ ୨୦୧୮ରେ ଡେଟିଂ ଆରମ୍ଭ କରିଥିଲେ। ସେମାନଙ୍କ ସମ୍ପର୍କ ତିନି ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। ଉଭୟ ଡିସେମ୍ବର ୨୦୨୧ରେ ଅଲଗା ହୋଇଗଲେ। ସୁସ୍ମିତା ସେନ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏ ବିଷୟରେ ସୂଚନା ଦେଇଥିଲେ। ସୁସ୍ମିତା ଲେଖିଛନ୍ତି- ଆମେ ବନ୍ଧୁ ଭାବରେ ଆରମ୍ଭ କରିଥିଲୁ, ବନ୍ଧୁ ରହିବୁ… ସମ୍ପର୍କ ଶେଷ ହୋଇଗଲା କିନ୍ତୁ ପ୍ରେମ ସବୁବେଳେ ରହିବ। ଏକ ସାକ୍ଷାତକାରରେ ରୋହମନଙ୍କୁ ପଚରାଯାଇଥିଲା ଯେ ସେ କେବେ ସୁସ୍ମିତା ସେନଙ୍କୁ ଏକ ଡାଏମଣ୍ଡ୍‌ ଉପହାର ଦେଇଛନ୍ତି କି? ରୋହମନ ଏହି ପ୍ରଶ୍ନର ଏକ ବହୁତ ମଜାଦାର ଉତ୍ତର ଦେଇଛନ୍ତି। ରୋହମନ ହସି ହସି କହିଥିଲେ – ତାଙ୍କୁ ଯେପରି ଡାଏମଣ୍ଡ୍‌ ପସନ୍ଦ, ବର୍ତ୍ତମାନ ମୋର ଏତେ ବଡ଼ ଡାଏମଣ୍ଡ କିଣିବାର କ୍ଷମତା ନାହିଁ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେଣୁ ଯେଉଁଦିନ ମୁଁ ଏହାର ଯୋଗ୍ୟ ହୋଇଯିବି, ତାଙ୍କୁ ନିଶ୍ଚିତ ଦେବି। ରୋହମନ ଏଠାରେ ଅଟକି ନ ଥିଲେ। ସେ ଏହା ମଧ୍ୟ ପ୍ରକାଶ କରିଥିଲେ, ସୁସ୍ମିତାଙ୍କର ୨୨ କ୍ୟାରେଟର ଡାଏମଣ୍ଡ ପସନ୍ଦ କରନ୍ତି। ତେଣୁ ତାହା ରୋଜଗାର କରିବା ପାଇଁ ବହୁତ ସମୟ ଅଛି। କିନ୍ତୁ ଖୁବ ଶୀଘ୍ର ମୁଁ ତାଙ୍କୁ ଏହା ଦେବି। ତେବେ ସୁସ୍ମିତା ଏନେଇ ସେମିତି କୌଣସି ଉତ୍ତର ରଖିନାହାନ୍ତି। କିନ୍ତୁ ଉଭୟଙ୍କ ଫ୍ୟାନ୍ସ ଚାହୁଁଛନ୍ତି ଯେ, ଦୁହେଁ ଶୀଘ୍ର ବିବାହ କରିନିଅନ୍ତୁ।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

sushmita-sens-ex-boyfriend-rohman-shawl-says-he-cant-afford-the-diamonds-she-likes-but-hopes-to-gift-one-someday-it-will-take-a-lot-of-time-to-earn | Argus News