Swara Bhasker / ବିବାହ ପୂର୍ବରୁ ମା’ ହେବାକୁ ଚାହୁଁଥିଲେ ସ୍ୱରା ଭାସ୍କର, IVF ନେଇ କଲେ ବଡ଼ ଖୁଲାସା

Key Points
ବିବାହ ପୂର୍ବରୁ ମା’ ହେବାକୁ ଚାହୁଁଥିଲେ ସ୍ୱରା ଭାସ୍କର,
IVF ନେଇ କଲେ ବଡ଼ ଖୁଲାସା ।
ବଲିଉଡ୍ ଅଭିନେତ୍ରୀ ସ୍ୱରା ଭାସ୍କର ଏବେ ରିଆଲିଟି ଶୋ’ ‘ରାଇଜ୍ ଆଣ୍ଡ ଫଲ୍’ରେ ନଜର ଆସୁଛନ୍ତି । ଶୋ’ରେ ସେ ନିଜର ବ୍ୟକ୍ତିଗତ ଓ ପେସାଦାର ଜୀବନକୁ ନେଇ ଖୋଲାଖୋଲି କଥା ହେଉଛନ୍ତି । ଏହି ସମୟରେ ସ୍ୱରା ମା’ ହେବାକୁ ନେଇ ନିଜ ଜୀବନର ଏକ ଅଜଣା ଅଧ୍ୟାୟ ସମ୍ପର୍କରେ ଖୁଲାସା କରିଛନ୍ତି ।
ସ୍ୱରା କହିଛନ୍ତି ଯେ, ଏକ ସମୟରେ ତାଙ୍କୁ ଲାଗିଥିଲା ଯେ ତାଙ୍କର ବୋଧହୁଏ କେବେ ବିବାହ ହେବ ନାହିଁ । କିନ୍ତୁ ସେ ମା’ ହେବାକୁ ଚାହୁଁଥିଲେ । ଏଥିପାଇଁ ସେ ନିଜ ପରିବାର ସହ ମା’ ହେବାର ଯୋଜନା ନେଇ ଆଲୋଚନା କରିଥିଲେ ।
ବିବାହ ପୂର୍ବରୁ IVF ପାଇଁ ନେଇଥିଲେ ନିଷ୍ପତ୍ତି
ସ୍ୱରାଙ୍କ କହିବା ଅନୁଯାୟୀ, ସେ ବିବାହ ପୂର୍ବରୁ IVF ମାଧ୍ୟମରେ ମା’ ହେବା ପାଇଁ ପ୍ରସ୍ତୁତ ଥିଲେ । ଏପରିକି ଏହି ନିଷ୍ପତ୍ତି ପାଇଁ ସେ ନିଜ ବାପା-ମା’ଙ୍କୁ ମଧ୍ୟ ବୁଝାଇଥିଲେ। ସେ କହିଥିଲେ, “ମୋତେ ଲାଗିଥିଲା ମୋ ବିବାହ ହେବ ନାହିଁ । ତେଣୁ IVF ମାଧ୍ୟମରେ ମୁଁ ନିଜର ସନ୍ତାନ କରିବି ।”
ସ୍ୱରାଙ୍କ ଏହି ନିଷ୍ପତ୍ତିକୁ ତାଙ୍କ ପରିବାର ସମର୍ଥନ କରିଥିଲା । ତେବେ ତାଙ୍କ ବାପା-ମା’ ତାଙ୍କୁ ଏକାକୀ ଶିଶୁ ପାଳନ କରିବା କେତେ ଚ୍ୟାଲେଞ୍ଜିଂ ହୋଇପାରେ, ସେ ବିଷୟରେ ମଧ୍ୟ କହିଥିଲେ ।
ଅଜଣା ଡୋନରଙ୍କ ସହାୟତାରେ କରିଥିଲେ IVF
ଅଭିନେତ୍ରୀ କହିଛନ୍ତି ଯେ, ସନ୍ତାନ ଓ ପରିବାର ଦୁଇଟି ଯାକ ସେ ଚାହୁଁଥିଲେ । ଏଥିପାଇଁ ସେ ଅଜଣା ଡୋନରଙ୍କ ସହାୟତାରେ ଦୁଇଥର IVF ପ୍ରକ୍ରିୟା କରାଇଥିଲେ । କିନ୍ତୁ ଦୁଇଟି ଚେଷ୍ଟା ମଧ୍ୟ ସଫଳ ହୋଇନଥିଲା । ପରେ ତାଙ୍କ ଜୀବନରେ ଆସିଥିଲେ ଫହାଦ ଅହମଦ। CAA ବିରୋଧୀ ପ୍ରତିବାଦ ସମୟରେ ଦୁହିଁଙ୍କର ପରିଚୟ ହୋଇଥିଲା । ପ୍ରଥମେ ବନ୍ଧୁତ୍ୱ ଏବଂ ପରେ ଏହା ସମ୍ପର୍କରେ ପରିଣତ ହୋଇଥିଲା ।
ଫେବ୍ରୁଆରୀ ୨୦୨୩ରେ ଦୁହେଁ ମୁମ୍ବାଇରେ ନିଜ ବିବାହ ପଞ୍ଜୀକରଣ କରିଥିଲେ । ପରେ ପରିବାର ଓ ବନ୍ଧୁମାନଙ୍କ ସହ ବିବାହ ଉତ୍ସବ ପାଳନ କରିଥିଲେ । ବିବାହର ପ୍ରାୟ ୯ ମାସ ପରେ, ସେପ୍ଟେମ୍ବର ୨୦୨୩ରେ ସ୍ୱରା ଓ ଫହାଦ ନିଜ ଝିଅକୁ ଜନ୍ମ ଦେଇଥିଲେ ।
ସ୍ୱରାଙ୍କ ଏହି ଖୁଲାସା ପରେ ତାଙ୍କ ଜୀବନର ସେହି ସମୟକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ସେହି ସମୟରେ ସେ କିପରି ନିଜ ପରିବାରର ସମର୍ଥନ ପାଇଥିଲେ ଏବଂ ପରେ ତାଙ୍କ ଜୀବନ କିପରି ଏକ ନୂଆ ମୋଡ଼ ନେଇଥିଲା, ସେ ବିଷୟରେ ମଧ୍ୟ ସେ ଶୋ’ରେ ଖୋଲାମେଲା ଭାବେ କହିଛନ୍ତି ।
📱 Get Argus News App
✨Related Topics
Explore more stories