Videos
|
Entertainment

Ollywood Update / ଖୁସି ଖବର ଦେଲେ ନମିତାଙ୍କ ବୋହୂ, ଘରକୁ ଆସିଲା ନୂଆ ଅତିଥି...

Banajyotshna Ray
Browse all articles by Banajyotshna Ray
·11 months ago·2 min read
ଖୁସି ଖବର ଦେଲେ ନମିତାଙ୍କ ବୋହୂ, ଘରକୁ ଆସିଲା ନୂଆ ଅତିଥି...

Key Points

ଘରକୁ ଆସିଲା ନୂଆ ଅତିଥି
ମା’ ହେଲେ ଅଭିନେତ୍ରୀ ତମନ୍ନା
ନମିତା ଅଗ୍ରଓ୍ୱାଲଙ୍କ ଘରକୁ ଆସିଲା ନୂଆ ଅତିଥି

ଓଲିଉଡ୍‌ ଅଭିନେତ୍ରୀ ତଥା ଲୋକପ୍ରିୟ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କ ବୋହୂ ତମନ୍ନା ବ୍ୟାସ ମା’ ହୋଇଛନ୍ତି। ସେ ଏବଂ ସ୍ବାମୀ ସିଦ୍ଧାର୍ଥ ଅଗ୍ରଓ୍ବାଲ୍‌ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ଏହି ଖୁସିଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ୨୦୨୪ ମସିହା ଜାନୁୟାରୀରେ ସିଦ୍ଧାର୍ଥ ଟିଭିର ମୁଖ୍ୟ କାର୍ଯ୍ୟନିର୍ବାହୀ ସିଦ୍ଧାର୍ଥ ତମନ୍ନାଙ୍କୁ ବିବାହ କରିଥିଲେ। ତମନ୍ନା ଓଲିଉଡ୍‌ରେ ନିଜ ଅଭିନୟ ସହ ପ୍ରଶଂକଙ୍କ ହୃଦୟ ଜିତିଛନ୍ତି। ତମନ୍ନା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। କିଛିଦିନ ତଳେ ନମିତା ଏକ ପାର୍ଟିରେ ତାଙ୍କ ଘରକୁ ନୂଆ ଅତିଥି ଆସିବାର ଅଛି ବୋଲି ପ୍ରଶଂସକଙ୍କୁ ସୂଚନା ଦେଇଥିଲେ। ଯାହା ବର୍ତ୍ତମାନ ସତ ହୋଇଛି। ଘରକୁ ଆସିଛି ନୂଆ ଅତିଥି। ଘରେ ଖୁସିର ମାହୋଲ। ଏଖବର ପରେ ଓଲିଉଡର ଅନେକ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।


ବ୍ଲାକମେଲ, ସୁପର ବୟ ଭାଇନା କଣ କଲା ସେ, ନିଝୁମ ରାତିର ସାଥି, ପ୍ରେମ କୁମାର, ଭଳି ଫିଲ୍ମରେ ଅଭିନୟ କରି ଓଡ଼ିଶାର ଘରେ ଘରେ ପରିଚୟ ହାସଲ କରିଛନ୍ତି।ତମନ୍ନା ଦେଖିବାକୁ ଯେମିତି ସୁନ୍ଦର ତାଙ୍କ ଅଭିନୟ ମଧ୍ୟ ଖୁବ ସୁନ୍ଦର। ଯେଉଁଥି ପାଇଁ ଖୁବ କମ୍‌ ସମୟ ମଧ୍ୟରେ ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି ତମନ୍ନା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତମନ୍ନାଙ୍କ ବିଷୟରେ କିଛି ଅଜଣା କଥା :


ତମନ୍ନା ବ୍ୟାସ ୧୪ ନଭେମ୍ବର ୧୯୯୬ରେ ଜନ୍ମ ହୋଇଥିଲେ । ସେ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ତମନ୍ନା ୨୦୧୬ ମସିହାରେ ଅଭିନେତା ପପୁ ପମ ପମଙ୍କର ବିବାଦ ଉପରେ ନିର୍ମିତ କଥାଚିତ୍ର ଭାଇନା, କ'ଣ କଲା ସେ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରଟି ମୁକ୍ତିଲାଭ କରିବା ପୂର୍ବରୁ ତମନ୍ନା ପପୁ ପମ ପମଙ୍କ ସ‌ହ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଜୋକର୍‌ରେ ଅଭିନୟ କରିଥିଲେ । ମାତ୍ର ଏହି କଥାଚିତ୍ରଟି ମୁକ୍ତିଲାଭ ହୋଇପାରି ନ ଥିଲା । ୨୦୧୮ ମସିହାରେ ମୁମ୍ବାଇରେ ଅନୁଷ୍ଠିତ ସେଣ୍ଟ୍ରଲା ମିସ୍ ଡିଭା ପ୍ରତିଯୋଗୀତାରେ ଲୋକମାନଙ୍କର ପସନ୍ଦରେ ଲୋକପ୍ରିୟ ମଡେଲ ପୁରସ୍କାର ପାଇଥିଲେ । ତମନ୍ନା ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ସହିତ ତେଲୁଗୁ କଥାଚିତ୍ର ଜଗତରେ ମଧ୍ୟ ଅଭିନୟ କରିଛନ୍ତି।



ତମନ୍ନା ସାର୍ଥକ ଟିଭିରେ ପ୍ରସାରତି କାର୍ଯ୍ୟକ୍ରମ ମୁଁ ବି ହିରୋଇନ ହେବିର ୨ୟ ଭାଗରେ ୨ୟ ସ୍ଥାନରେ ରହିଥିଲେ । ୨୦୧୫ର ରଜ କୁଇନ୍ କାର୍ଯ୍ୟକ୍ରମରେ ୩ୟ ସ୍ଥାନରେ ରହିଥିଲେ । ଏହି ସମୟରେ ସେ ଓଡ଼ିଶାରେ ପରିଚିତ ହୋଇଥିଲେ । ଏହାପରେ ଗୋଟେ ଗୋଟେ ଫିଲ୍ମ ତାଙ୍କ ହାତକୁ ଆସିଥିଲା। ଧିରେ ଧିରେ ତମନ୍ନା ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ। ପରେ ସେହି ଲୋକପ୍ରିୟ କଣ୍ଠଶିଳ୍ପୀ ନମିତା ଅଗ୍ରଓ୍ୱାଲଙ୍କ ପୁଅକୁ ବିବାହ କରିଥିଲେ।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 

Related Topics

Explore more stories