Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Tamannaah Bhatia / ସବୁ ରେକର୍ଡ ଭାଙ୍ଗିଲେ ତମନ୍ନା ଭାଟିଆ; ୬ ମିନିଟ୍ ଡ୍ୟାନ୍ସ ପାଇଁ ନେଲେ ୬ କୋଟି

Sushanta Sahoo
Browse all articles by Sushanta Sahoo
·6 months ago·2 min read
ସବୁ ରେକର୍ଡ ଭାଙ୍ଗିଲେ ତମନ୍ନା ଭାଟିଆ; ୬ ମିନିଟ୍ ଡ୍ୟାନ୍ସ ପାଇଁ ନେଲେ ୬ କୋଟି
₹6 Crore for 6 Minutes

Key Points

ଗୋଆରେ ନୂଆ ବର୍ଷ ଶୋ ପରେ ଏବେ ସୋସିଆଲ୍ ମିଡିଆରେ ତମନ୍ନା ଭାଟିଆଙ୍କ ୬ ମିନିଟ୍‌ର ଡ୍ୟାନ୍ସ ପାଇଁ ୬ କୋଟି ଟଙ୍କା ନେଇଥିବା ଚର୍ଚ୍ଚା ହେଉଛି । ଗୋଟିଏ ମିନିଟ୍ ପାଇଁ ତମନ୍ନା ଡିମାଣ୍ଡ କରୁଛନ୍ତି କୋଟିଏ ଟଙ୍କା ।
ମୁମ୍ବାଇ: ଗୋଟିଏ ମିନିଟ୍ ନାଚ ପାଇଁ କୋଟିଏ ଟଙ୍କା । ୬ ମିନିଟ୍ ଡ୍ୟାନ୍ସ କରି ୬ କୋଟି ନେଲେ ତମନ୍ନା ଭାଟିଆ । ଭାରତର ଅନ୍ୟତମ ଶ୍ରେଷ୍ଠ ଅଭିନେତ୍ରୀ ତମନ୍ନା ଭାଟିଆ ଗୋଟିଏ ମିନିଟ୍ ଡ୍ୟାନ୍ସ ପାଇଁ କୋଟିଏ ଟଙ୍କା ନେଉଛନ୍ତି ।

ଗୋଆରେ ନୂଆବର୍ଷ ସେଲିବ୍ରେସନ୍ ପାଇଁ ତମନ୍ନା ମିନିଟ୍ ପିଛା କୋଟିଏ ଟଙ୍କା ନେଇଥିବା ଖବର ଆସିବା ପରେ ଜୋର୍ ଧରିଛି ଚର୍ଚ୍ଚା । କୁହାଯାଉଛି, ଗୋଆରେ ତମନ୍ନା ନୂଆ ବର୍ଷ ସେଲିବ୍ରେସନ୍‌ ପାର୍ଟିରେ ୬ ମିନିଟ୍ ଡ୍ୟାନ୍ସ ଲାଗି ୬ କୋଟି ନେଇଛନ୍ତି ।

ଏଥିସହ ପଢ଼ନ୍ତୁ: ଧାୱନ ଦ୍ଵିତୀୟ ବିବାହ କରିବାକୁ ଯାଉଥିବା ସୋଫି କିଏ ?

ସୂଚନା ଅନୁସାରେ, ନୂଆବର୍ଷ ପୂର୍ବ ସନ୍ଧ୍ୟାରେ ୨୦୨୫ ଡିସେମ୍ବର ୩୧ ତାରିଖରେ ଗୋଆର ବାଗା ବିଚ୍ ସ୍ଥିତି ଲାସ୍ ଓଲାସ୍ ବିଚ୍ କ୍ଲବରେ ସେଲିବ୍ରେସନ୍ ହୋଇଥିଲେ । ଯେଉଁଠି ପଞ୍ଜାବୀ ଷ୍ଟାର ସୋନମ୍ ବାଜୱାଙ୍କ ମଞ୍ଚ ସେୟାର୍ କରିଥିଲେ ତମନ୍ନା ।

ଆଜ୍ କି ରାତ୍ ଗୀତରେ ତମନ୍ନାଙ୍କ ଠୁମ୍‌କା ବେଶ ଭାଇରାଲ୍ ହୋଇଥିଲା । ଉତ୍ସାହର ସହ ବେଶ୍ ଝୁମିଥିଲେ ଦର୍ଶକ । ସେହି ଷ୍ଟେଜ୍‌ରେ ମିଲିନ୍ଦ ଗାବା ମଧ୍ୟ ଲାଇଭ୍ ଶୋ କରିଥିଲେ । ଡିଜେ ଚେତଜ୍, ସ୍ଵପ୍ନିଲ ଏବଂ ମ୍ୟାକ୍ ଭିଏରାଙ୍କ ପ୍ରଦର୍ଶନ ଦେଖିବାକୁ ମିଳିଥିଲା ।

ଗୋଆରେ ନୂଆ ବର୍ଷ ଶୋ ପରେ ଏବେ ସୋସିଆଲ୍ ମିଡିଆରେ ତମନ୍ନା ଭାଟିଆଙ୍କ ୬ ମିନିଟ୍‌ର ଡ୍ୟାନ୍ସ ପାଇଁ ୬ କୋଟି ଟଙ୍କା ନେଇଥିବା ଚର୍ଚ୍ଚା ହେଉଛି । ଗୋଟିଏ ମିନିଟ୍ ପାଇଁ ତମନ୍ନା ଡିମାଣ୍ଡ କରୁଛନ୍ତି କୋଟିଏ ଟଙ୍କା । ତେବେ ଏହା ସତ କି ନୁହେଁ ତାହା ଜଣାପଡ଼ିନାହିଁ ।

ଏଥିସହ ପଢ଼ନ୍ତୁ: ବାଂଲାଦେଶରେ ପୁଣି ହିନ୍ଦୁଙ୍କୁ ହତ୍ୟା; ସାମ୍ବାଦିକଙ୍କୁ ଗୁଳି କଲେ, ବ୍ୟବସାୟୀଙ୍କୁ ହାଣିଦେଲେ

ଗତ କିଛିବର୍ଷରେ ଆଇଟମ୍ ସଙ୍ଗରେ ତମନ୍ନା ବିଶେଷ ଭାବେ ନଜର ଆସୁଛନ୍ତି । ଜେଲର୍, ସ୍ତ୍ରୀ ୨, ରେଡ୍ ୨, କେଜିଏଫ୍ ଭଳି ଫିଲ୍ମରେ ତମନ୍ନାଙ୍କ ଆଇଟମ୍ ଡ୍ୟାନ୍ସକୁ ବିଲିଅନ୍ ଭିଉ ମିଳିଛି । ବିଶ୍ଵରେ ଏବେ ଭାଇରାଲ୍ ହେଉଛି ତମନ୍ନାଙ୍କ ଆଇଟମ୍ ଡ୍ୟାନ୍ସ ।

ନିକଟରେ ତମନ୍ନା ତାମିଲ୍ ଫିଲ୍ମ ଅରଣମନାଇ ୪ରେ ଅଭିନୟ କରିଥିବା ବେଳେ ଆଉ ୩ଟି ହିନ୍ଦୀ ଫିଲ୍ମରେ କାମ କରୁଛନ୍ତି । ଏବେ ତମନ୍ନାଙ୍କ ନୂଆ ବର୍ଷ ଡ୍ୟାନ୍ସ ଓ ପାଉଣା ପ୍ରଶଂସକଙ୍କ ମନରେ ଢେର୍ ଉତ୍ସାହ ସୃଷ୍ଟି କରିଛି । କୁହାଯାଉଛି, ତମନ୍ନା ହେଉଛନ୍ତି ଭାରତର ସବୁଠୁ ଦାମୀ ଅଭିନେତ୍ରୀ । ଯିଏକି ଡ୍ୟାନ୍ସ ପାଇଁ ନେଉଛନ୍ତି ସବୁଠୁ ଅଧିକ ଟଙ୍କା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored