Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ବୀର ପହରିଆଙ୍କୁ ଡେଟ୍ କରୁଛନ୍ତି ଅଭିନେତ୍ରୀ ତାରା, ଭାଇରାଲ ହେଉଛି ଫଟୋ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବୀର ପହରିଆଙ୍କୁ ଡେଟ୍ କରୁଛନ୍ତି ଅଭିନେତ୍ରୀ ତାରା, ଭାଇରାଲ ହେଉଛି ଫଟୋ

Key Points

ପୁଣିଥରେ ପ୍ରେମରେ ପଡିଛନ୍ତି ତାରା

ଏକାଠି ନଜର ଆସିଲେ ତାରା-ବୀର

ଚର୍ଚ୍ଚା ହେଉଛି ତାରା-ବୀରଙ୍କ ଡେଟିଂ

ଉଭୟଙ୍କ ଫଟୋ ଭାଇରାଲ

ପୁଣି ଥରେ ପ୍ରେମରେ ପଡିଛନ୍ତି ବଲିଉଡ ଅଭିନେତ୍ରୀ ତାରା ସୁତାରିଆ। ଏବେ ଏବେ ତାଙ୍କ ହୃଦୟ ଭାଙ୍ଗିଥିବାବେଳେ ପୁଣି ଥରେ ଅଭିନେତ୍ରୀ ପ୍ରେମରେ ପଡିବା କିଛି ବଡ କଥା ନୁହେଁ। କିନ୍ତୁ କାହା ପ୍ରେମରେ ପଡିଛନ୍ତି ତାହା ହେଉଛି ବଡ କଥା। ନିକଟରେ ତାରା ଏକ ହୋଟେଲରେ ଯୁବକଙ୍କ ସହିତ ନଜର ଆସିଥିଲେ। ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଯୁବକ ଜଣଙ୍କ ହେଉଛନ୍ତି ବୀର ପହରିଆ। ବୀର ହେଉଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ସିନ୍ଦେଙ୍କ ନାତି। ବୀର ଭେଡିୟା ଫିଲ୍ମରେ ଆସିଷ୍ଟାଣ୍ଟ ଡିରେକ୍ଟର ଭାବେ ୨୦୨୫ର ଅକ୍ଷୟ କୁମାରଙ୍କ ଫିଲ୍ମ ସ୍କାଏ ଫୋର୍ସ ଜରିଆରେ ସେ ଡେବ୍ୟୁ କରିଥିଲେ।


ନିକଟରେ ଉଭୟ ଏକ ରେଷ୍ଟୁରାଣ୍ଟରେ ଏକତ୍ର ଖାଉଥିବାର ନଜର ଆସିଥିଲେ। ଏହା ପରେ ତାରା ନିଜ ସାଙ୍ଗ ମାନଙ୍କ ସହିତ ପଳାଇଥିବା ବେଳେ ବୀର ପାପାରାଜିଙ୍କୁ ଫଟୋ ପାଇଁ ପୋଜ ଦେଇଥିଲେ। ଏହା ପୂର୍ବରୁ ମାର୍ଚ୍ଚ ମାସରେ ଉଭୟ ଏକତ୍ର ଲାକମି ଫ୍ୟାସନ ୱିକରେ ରାମ୍ପରେ ଚାଲୁଥିବାର ନଜର ଆସିଥିଲେ। ବ୍ରେକ ଅପ ପରେ ତାରା ଓ ବୀରଙ୍କ ପ୍ରେମ କାହାଣୀ ଆଗକୁ ବଢୁଥିବା ନେଇ ଚର୍ଚ୍ଚା ହେଉଛି। ଷ୍ଟୁଡେଣ୍ଟ ଅଫ ଦ ଇୟର-୨ ଜରିଆରେ ସିଲଭର ସ୍କ୍ରିନରେ ଡେବ୍ୟୁ କରିଥିଲେ। ଏହି ଅଭିନେତ୍ରୀ ଜଣଙ୍କ ନିଜ ଲଭ ଲାଇଫକୁ ନେଇ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପୂର୍ବରୁ ଆଦର ଜୈନଙ୍କ ସହ ରିଲେସନସିପରେ ଥିବା ବେଳେ ଉଭୟଙ୍କ ମଧ୍ୟରେ ବ୍ରେକ ଅପ ହୋଇଥିଲା। ବ୍ରେକଅପ ପରେ ଆଦର ତାରାଙ୍କ ବେଷ୍ଟ ଫ୍ରେଣ୍ଡକୁ ବିବାହ କରିଥିଲେ। କିନ୍ତୁ ଏବେ ତାରା ବୀର ପାହାରିଆଙ୍କ ପ୍ରେମରେ ପଡିଥିବା ଚର୍ଚ୍ଚା ଜୋର ଧରିଛି।

Sponsored
tara-sutaria-dating-veer-pahariya-months-after-ex-aadar-jain-ties-the-knot | Argus News