Videos
|
Entertainment

ତାରାଙ୍କ ଜଲଓ୍ୱା, ଲୁକ୍ ଦେଖି ଫ୍ୟାନ୍ସ ଫିଦା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ତାରାଙ୍କ ଜଲଓ୍ୱା, ଲୁକ୍ ଦେଖି ଫ୍ୟାନ୍ସ ଫିଦା

Key Points

ରାମ୍ପରେ ତାରାଙ୍କ ଜଲଓ୍ୱା
୧୮ କ୍ୟାରେଟ୍ ସୁନାର କର୍ସେଟ ପିନ୍ଧି ଜଲୱା ଦେଖାଇଲେ ଅଭିନେତ୍ରୀ
ଲୁକ୍ ଦେଖି ଫ୍ୟାନ୍ସ ଫିଦା 


ଚର୍ଚ୍ଚାରେ ଅଭିନେତ୍ରୀ ତାରା ସୂତାରିଆ। ଗତ କିଛି ଦିନ ହେବ ସେ ନିଜର ପର୍ସନାଲ ଲାଇଫକୁ ନେଇ ଖୁବ ଚର୍ଚ୍ଚାରେ। କିନ୍ତୁ ବର୍ତ୍ତମାନ ଖବର ଆସୁଛି କି ଏକ ରାମ୍ପ ଶୋ'ରେ ୧୮ କ୍ୟାରେଟ୍ ସୁନାରେ ତିଆରି ହୋଇଥିବା ଏକ କର୍ସେଟ୍ ପିନ୍ଧିଥିଲେ ଅଭିନେତ୍ରୀ ତାରା। ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଖୁବ ଚର୍ଚ୍ଚା। ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ତାରା ସୂତାରିଆ। ନିକଟରେ ଅଭିନେତ୍ରୀ ତାରା ସୁତାରିଆ ଦିଲ୍ଲୀରେ ଆୟୋଜିତ ଇଣ୍ଡିଆ କାଉଚର ୱିକ୍ ୨୦୨୫ରେ ନିଜର ଜଲୱା ଦେଖାଇଛନ୍ତି ।


ଏହି କାର୍ଯ୍ୟକ୍ରମରେ ସେ ଡିଜାଇନର ଈଶା ଜାଜୋଡିଆଙ୍କ ପାଇଁ ଶୋ'ଟପର ସାଜିଥିଲେ। ତାରା ଏକ ସୁନେଲି ରଙ୍ଗର ଗାଉନ୍ ପିନ୍ଧିଥିଲେ, ଯାହାର ମୁଖ୍ୟ ଆକର୍ଷଣ ଥିଲା ୧୮ କ୍ୟାରେଟ୍ ସୁନାରେ ତିଆରି ହୋଇଥିବା ଏକ କର୍ସେଟ୍। ତାରାଙ୍କ ଏହି ରାଜକୀୟ ଲୁକକୁ ଏକ ସୁନ୍ଦର ହୀରା ନେକଲେସ୍ ସହିତ ପୂରା କରାଯାଇଥିଲା, ଯେଉଁଥିରେ ୧୮୧୯ଟି ହୀରା ଏବଂ ଦକ୍ଷିଣ ସାଗରର ମୋତି ଲାଗିଥିଲା । ଏହା ୧୮ କ୍ୟାରେଟ୍ ଧଳା ସୁନାରେ ତିଆରି ହୋଇଥିଲା। ରାମ୍ପରେ ଚାଲିବା ବେଳେ ତାରା ନିଜର ପ୍ରେମିକ ବୀର ପହାରିୟାଙ୍କୁ ଏକ ଫ୍ଲାଇଂ କିସ୍ ଦେଇଥିଲେ, ଯାହା ସେହି ମୁହୂର୍ତ୍ତକୁ ଆହୁରି ସ୍ମରଣୀୟ କରିଥିଲା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତାଙ୍କର ଏହି ଅବତାର ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ଏବଂ ପ୍ରଶଂସକମାନେ ତାଙ୍କର ଏହି ଲୁକକୁ ବହୁତ ପସନ୍ଦ କରୁଛନ୍ତି। ଏହି ଲୁକ୍‌ରେ ସେ କୌଣସି ରାଜକୁମାରୀ ଠାରୁ କମ୍ ଦେଖାଯାଉନଥିଲେ। ଏହି କର୍ସେଟକୁ ତିଆରି କରିବା ପାଇଁ ଚାରି ମାସ ସମୟ ଲାଗିଥିଲା ଏବଂ ଏଥିରେ ମୋତି ମଧ୍ୟ ଯୋଡାହୋଇଛି। ଯାହା ଏହାକୁ ଆହୁରି ଆକର୍ଷଣୀୟ କରିଥିଲା। ଏହି ପୋଷାକଟି ଈଶା ଜାଜୋଡିଆଙ୍କ 'ହ୍ଵିସପର୍ସ ଅଫ୍ ଲଭ୍ ଟୁ ମାଇସେଲ୍ଫ' ନାମକ ସଂଗ୍ରହର ଏକ ଅଂଶ ଥିଲା।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

tara-sutaria-stuns-in-gold-and-lace-for-roseroom-at-india-couture-week-2025 | Argus News